ପରଲୋକରେ କିମ୍ବଦନ୍ତୀ ତବଲା ବାଦକ ପଦ୍ମଶ୍ରୀ ଉସ୍ତାଦ ଜାକିର ହୁସେନ

ବାସ୍ତବ ବ୍ୟୁରୋ: ପରଲୋକରେ ଭାରତୀୟ ସଂଗୀତ ଜଗତର କିମ୍ବଦନ୍ତୀ ତବଲା ବାଦକ ପଦ୍ମଶ୍ରୀ ଉସ୍ତାଦ ଜାକିର ହୁସେନ। ସେ ହୃଦରୋଗ ଜନିତ ସମସ୍ୟା ନେଇ ଆମେରିକାର ସାନ୍‌ ଫ୍ରାନ୍ସସିସ୍‌କୋ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ଗତ ସପ୍ତାହେ ହେଲା ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଆଜି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।  ୭୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୨୦୨୩ ମସିହାରେ ସଙ୍ଗୀତ ଜଗତରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଭାରତ ସରକାର ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ। 

ସେଲିବ୍ରିଟିମାନେ ତାଙ୍କ ଦେହାନ୍ତ ଖବର ଶୁଣିବା ପରେ ଦୁଃଖପ୍ରକାଶ କରିଛନ୍ତି । ତାଙ୍କ ମୃତ୍ୟୁରେ ବଲିଉଡ ଅଭିନେତା କରୀନା କପୁର, ରଣଭୀର ସିଂହ ଏବଂ ଶ୍ୱେତା ତିୱାରୀ ଜାକିରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବଲିଉଡ ତାରକା ଅକ୍ଷୟ କୁମାର ଜାକିରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଲେଖିଛନ୍ତି, ‘ଉସ୍ତାଦ୍ ଜାକିର ଖାନ ସାହାବଙ୍କ ଦେହାନ୍ତ ଖବରରେ ମୁଁ ଦୁଃଖିତ । ବାସ୍ତବରେ ସେ ଆମ ଦେଶର ସଂଗୀତ ପାଇଁ ଏକ ଥିଲେ ଭଣ୍ଡାର । ଓମ୍ ଶାନ୍ତି। ‘

ବରିଷ୍ଠ ଅଭିନେତା ଅନୁପମ ଖେର ସୋସିଆଲ ମିଡିଆରେ ଜାକିରଙ୍କ ଏକ ଭିଡିଓ ସେୟାର କରି ଲେଖିଛନ୍ତି, ‘ହୃଦୟ କେତେ ଦିନ ଦୁଃଖରେ ରହିବ ଜାଣି ନାହିଁ! କିଏ ଜାଣେ କେତେ ଦିନ ପର୍ଯ୍ୟନ୍ତ ସ୍ୱର ଚୁପ୍ ରହିବାକୁ ଯାଉଛି । ବିଦାୟ ମୋର ବନ୍ଧୁ ତୁମେ ଏହି ଦୁନିଆରୁ ଚାଲିଗଲ । ଶତାବ୍ଦୀ ପାଇଁ ସ୍ମୃତିରେ ରହିବ! ତୁମେ ମଧ୍ୟ… ତୁମର ପ୍ରତିଭା ମଧ୍ୟ… ଏବଂ ତୁମର ପିଲା ପରି ହସ ଯାହା ହୃଦୟର ଗଭୀରତାକୁ ସ୍ପର୍ଶ କରେ । 

ସୂଚନାଯୋଗ୍ୟ, ୯ ମାର୍ଚ୍ଚ ୧୯୫୧ ମସିହାରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ଜାକିର ହୁସେନ। ସେ ତବଲା ବାଦନରେ ସାରା ବିଶ୍ୱରେ ବିଖ୍ୟାତ ଥିଲେ। ତାଙ୍କ ତବଲରା ତାଳରେ ଝୁମୁଥିଲା ଆମେରିକା ଠାରୁ ଆଫ୍ରିକା। ଭାରତୀୟ ଶାସ୍ତ୍ରୀୟ ସଂଗୀତ ଓ ତବଲା ବାଦନରେ ତାଙ୍କର ମହତ୍ୱପୂର୍ଣ୍ଣ ଯୋଗଦାନ ଯୋଗୁ ଜାକିର ହୁସେନ୍‌ଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ ପଦ୍ମ ଶ୍ରୀ ପୁରସ୍କାରରେ ସାମ୍ମାନିତ କରାଯାଇଥିଲା।   

ଜାକିର ହୁସେନଙ୍କ ବାପା ଉସ୍ତାଦ ଅଲ୍ଲା ରଖା ଖାନ ମଧ୍ୟ ପ୍ରଖ୍ୟାତ ତବଲା ବାଦକ ଥିଲେ। ତେବେ ଜାକିର ହୁସେନ୍‌ ବାପାଙ୍କୁ ଅନୁସରଣ କରି ମାତ୍ର ୭ ବର୍ଷ ବୟସରେ ତବଲା ବାଦକ ଯାତ୍ରା ଆରମ୍ଭ କରିଥିଲେ। ୧୨ ବର୍ଷ ବୟସ ବେଳକୁ ସେ ସାରା ଭାରତରେ ତବଲା ବାଦନ ପ୍ରଦର୍ଶନ କରି ବହୁ ଲୋକପ୍ରିୟତା ଅର୍ଜନ କରିଥିଲେ। ସେ ଏକାଧିକ ଲୋକପ୍ରିୟା ଭାରତୀୟ ସିନେମା ଓ ଅନ୍ତର୍ଜାତୀୟ ସିନେମାରେ ନିଜ କଳାର ପ୍ରଦର୍ଶନ କରିଛନ୍ତି। ଦୀର୍ଘ ୪୦ ବର୍ଷ ତଳେ ଜାକିର ହୁସେନ ତାଙ୍କର ପରିବାର ସହିତ ଭାରତରୁ ଆମେରିକାର ସାନ୍ ଫ୍ରାନସିସ୍‌କୋ ଚାଲି ଆସିଥିଲେ। ଆମେରିକାରେ ରହିବ ବିଶ୍ୱ ମ୍ୟୁଜିକ୍‌ରେ ତାଙ୍କ ଯୋଗଦାନ ଜାରି ରଖିଥିଲେ।  

ସେୟାର କରନ୍ତୁ

Next Post

ଓଡ଼ିଶା ପୋଲିସ୍ ହାବିଲଦାର, ସିପାହୀ ଓ କନେଷ୍ଟବଳ ମହାସଂଘ ର ନବନିର୍ବାଚିତ କର୍ମକର୍ତ୍ତା ଙ୍କ ଶପଥଗ୍ରହଣ ଉତ୍ସବ...

Mon Dec 16 , 2024
ସଂଜୟ ଶତପଥୀ(କଟକ):ଆଜି କଟକ ର ଓ.ଏମ୍.ପି ଛକ ସ୍ଥିତ ୬ଷ୍ଠ ସଶସ୍ତ୍ର ଆରକ୍ଷୀ ସୁରକ୍ଷା ବଳ, କାର୍ଯ୍ୟାଳୟ ପରିସରରେ ଥିବା ପଡ଼ିଆ ରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ବିଗତ ଦିନରେ ଅନୁଷ୍ଠିତ ହୋଇଯାଇଥିବା ଓଡ଼ିଶା ପୋଲିସ୍ ହାବିଲଦାର, ସିପାହୀ ଓ କନେଷ୍ଟବଳ ମହାସଂଘ ର ନିର୍ବାଚନରେ ବିଜୟୀ କର୍ମକର୍ତ୍ତାମାନଙ୍କର ଶପଥ ଗ୍ରହଣ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଗତ ୫ ବର୍ଷ ଧରି ଏହି ମହାସଂଘ ର ନିର୍ବାଚନ ଅନିର୍ବାଯ୍ଯ […]

You May Like

Pin It on Pinterest