ଓଡ଼ିଶା ପୋଲିସ୍ ହାବିଲଦାର, ସିପାହୀ ଓ କନେଷ୍ଟବଳ ମହାସଂଘ ର ନବନିର୍ବାଚିତ କର୍ମକର୍ତ୍ତା ଙ୍କ ଶପଥଗ୍ରହଣ ଉତ୍ସବ…

ସଂଜୟ ଶତପଥୀ(କଟକ):ଆଜି କଟକ ର ଓ.ଏମ୍.ପି ଛକ ସ୍ଥିତ ୬ଷ୍ଠ ସଶସ୍ତ୍ର ଆରକ୍ଷୀ ସୁରକ୍ଷା ବଳ, କାର୍ଯ୍ୟାଳୟ ପରିସରରେ ଥିବା ପଡ଼ିଆ ରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ବିଗତ ଦିନରେ ଅନୁଷ୍ଠିତ ହୋଇଯାଇଥିବା ଓଡ଼ିଶା ପୋଲିସ୍ ହାବିଲଦାର, ସିପାହୀ ଓ କନେଷ୍ଟବଳ ମହାସଂଘ ର ନିର୍ବାଚନରେ ବିଜୟୀ କର୍ମକର୍ତ୍ତାମାନଙ୍କର ଶପଥ ଗ୍ରହଣ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

ବିଗତ ୫ ବର୍ଷ ଧରି ଏହି ମହାସଂଘ ର ନିର୍ବାଚନ ଅନିର୍ବାଯ୍ଯ କାରଣ ବଶତଃ ବନ୍ଦ ହୋଇଥିବା ବେଳେ ବର୍ତ୍ତମାନ ର ସରକାର ଏହି ନିର୍ବାଚନ କୁ ଅନୁମତି ପ୍ରଦାନ କରି ଓଡ଼ିଶା ରେ କାର୍ଯ୍ୟରତ ହାବିଲଦାର, ସିପାହୀ ଓ କନେଷ୍ଟବଳ ମାନଙ୍କର ମନୋବଳ ବୃଦ୍ଧି କରାଇବା‌ ସହ ନିଷ୍ଠାପର କର୍ତ୍ତବ୍ୟ କୁ ଉତ୍ସାହିତ କରିଛନ୍ତି। ବିଗତ ସମଗ୍ର ଓଡ଼ିଶାରେ କାର୍ଯ୍ୟରତ ହାବିଲଦାର, ସିପାହୀ ଓ କନେଷ୍ଟବଳ ମହାସଂଘ ପକ୍ଷରୁ ଏକ ନିର୍ବାଚନ ଶାନ୍ତିଶୃଙ୍ଖଳା ରେ ସମାପନ ହେବା ପରେ ଫଳାଫଳ ଘୋଷଣା କରାଯାଇଥିଲା।

ଏହି ମହାସଂଘ ର ସଭାପତି ଭାବେ ଶ୍ରୀ ଅନିଲ୍ କୁମାର ଷଣ୍ଢ, ଉପ-ସଭାପତି ଭାବେ ଶ୍ରୀ ସନ୍ତୋଷ ମହାନ୍ତି, ସାଧାରଣ ସମ୍ପାଦକ ଶ୍ରୀ କିଶୋର କୁମାର ମହାନ୍ତି, ଯୁଗ୍ମ -ସମ୍ପାଦକ (କ) ଶ୍ରୀ ମାନସ କୁମାର ବାରିକ, ଯୁଗ୍ମ- ସମ୍ପାଦକ (ଖ) ଶ୍ରୀ ମହେନ୍ଦ୍ର ଗୈାଡ , ସଂଗଠନ ସମ୍ପାଦକ ଭାବେ ଶ୍ରୀ ସରୋଜ ମିଶ୍ର ଓ କୋଷାଧ୍ୟକ୍ଷ ଭାବେ ଶ୍ରୀ ଗୈାରୀ ମିଶ୍ର ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ଆଜି ଏହି ବର୍ଣ୍ଣାଢ଼୍ୟ ଶପଥଗ୍ରହଣ କାର୍ଯ୍ୟକ୍ରମ ରେ ଓଡ଼ିଶାର ପୋଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଓ୍ବାଇ.ବି.ଖୁରାନିଆ (ଭା.ପୋ.ସେ) ଯୋଗଦେଇ ନବନିର୍ବାଚିତ କର୍ମକର୍ତ୍ତା ମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପୋଲିସ୍ ବିଭାଗ ର ବହୁ ଉଚ୍ଚପଦସ୍ଥ ଅଧିକାରୀ ଙ୍କ ସହ ଓଡ଼ିଶାର ସମସ୍ତ ଜିଲ୍ଲା ମହାସଂଘ ଶାଖା ର କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ରହି ନବନିର୍ବାଚିତ କର୍ମକର୍ତ୍ତା ଙ୍କୁ ସ୍ବାଗତ କରିଥିଲେ।

ସେୟାର କରନ୍ତୁ

Next Post

କଟକ ଚହଟେଶ୍ୱରଙ୍କ ପୀଠରେ ପବିତ୍ର ଧନୁ ସଂକ୍ରାନ୍ତି ମହୋତ୍ସବ...

Mon Dec 16 , 2024
ସଂଜୟ ଶତପଥୀ(କଟକ): ହିନ୍ଦୁ ଧର୍ମର ସମସ୍ତ ପର୍ବ ମଧ୍ୟରୁ “ଧନୁ ସଂକ୍ରାନ୍ତି” ଏକ ଶ୍ରେଷ୍ଠ ପର୍ବ ର ମାନ୍ୟତା ବହନ କରିଛି। ଏହି ପବିତ୍ର ଦିନ ରେ ବିଶ୍ଵନିୟନ୍ତା ଶ୍ରୀକ୍ଷେତ୍ର ଅଧୀଶ୍ଵର ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପହିଲି ଭୋଗ ଭାବେ ଧନୁମୁଆଁ ଲାଗି କରାଯାଏ। ଓଡ଼ିଶା ର ପ୍ରତ୍ୟେକ ପୁରପଲ୍ଲୀରେ ଏହି ଧନୁ ସଂକ୍ରାନ୍ତି ଘରେ ଘରେ ପାଳନ ହେଉଥିବା ବେଳେ ଏହାର ମହତ୍ତ୍ଵ ଓ ତତ୍ତ୍ୱ […]

You May Like

Pin It on Pinterest