ଆଗାମୀ ୧୨ ଘଣ୍ଟାରେ ବଙ୍ଗୋପସାଗରରେ ଘନୀଭୂତ ହେବ ଲଘୁଚାପ….

ବାସ୍ତବ ବ୍ୟୁରୋ: ପାଣିପାଗ ବିଭାଗର ସୂଚନା, ବଙ୍ଗୋପସାଗରରେ ଘନୀଭୂତ ହେବ ଲଘୁଚାପ। ଆଗାମୀ ୧୨ ଘଣ୍ଟାରେ ଏହା ଘନୀଭୂତ ହୋଇ ଅବପାତର ରୂପ ନେବା ସମ୍ଭାବନା ରହିଛି।  

ଗତକାଲିର ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ସାମାନ୍ୟ ଉତ୍ତର ଆଡ଼କୁ ଗତି କରିଛି। ଏହା ଆଜି ପଶ୍ଚିମ-କେନ୍ଦ୍ରୀୟ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି।

ଏହା ଆହୁରି ଅଧିକ ଘନୀଭୂତ ହୋଇ ୧୨ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ଜାରି ରହିଛି। ଆସନ୍ତାକାଲି ଯାଏଁ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି।

ପାଣିପାଗର ସୂଚନା ଅନୁସାରେ, ଲଘୁଚାପ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଆଜି ଓ ଆସନ୍ତକାଲି ମେଘୁଆ ପାଗ ସହ ବର୍ଷାର ହେବ। ଥିସହ ରବିବାର ମଧ୍ୟ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଜି ସକାଳ ସାଢ଼େ ୮ଟାରୁ ୨୧ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବ। ସେହି ଜିଲ୍ଲା ଗୁଡ଼ିକ ହେଲା କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗିର, ବୌଦ୍ଧ, ସୋନପୁର, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

୨୧ ତାରିଖ ସକାଳ ସାଢ଼େ ୮ଟାରୁ ୨୨ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ହାଲ୍‌କା ବର୍ଷା ହେବା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଆଜି ସକାଳେ ମଧ୍ୟ ଟ୍ୱିନ୍‌ ସିଟିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି।

ସେୟାର କରନ୍ତୁ

Next Post

ଉଦୀୟମାନ ସ୍ବେଚ୍ଛାସେବୀ ମହିଳା ସଂଗଠନ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ....

Fri Dec 20 , 2024
ସଂଜୟ ଶତପଥୀ(କଟକ): ବର୍ତ୍ତମାନ ଓଡିଶାରେ ପ୍ରଚଣ୍ଡ ଶୀତର ଲହରୀ ବୋହୁଥୂବା ବେଳେ ଅସହାୟ,ଗରୀବ ଓ ରାସ୍ତା କଡ଼ରେ ଗୃହ ଶୂନ୍ୟ ଜନସାଧାରଣ ବିନା ଶୀତବସ୍ତ୍ର ରେ ବହୁ କଷ୍ଟରେ ନିଜର ଜୀବନ ଅତିବାହିତ କରୁଛନ୍ତି। ଏମାନଙ୍କର ଏହି କଷ୍ଟ ଦାୟକ ଜୀବନ ଅତିବାହିତ କୁ ହୃଦୟଙ୍ଗମ କରି କଟକ ର ପ୍ରତିଷ୍ଠିତ ସମାଜସେବୀ ଅନୁଷ୍ଠାନ ଉଦୀୟମାନ ସ୍ବେଚ୍ଛାସେବୀ ମହିଳା ସଂଗଠନ ପକ୍ଷରୁ ସଭାପତି ଶ୍ରୀ ନିବାସ ଚନ୍ଦ୍ର ରାଉତଙ୍କ ନେତୃତ୍ବରେ […]

You May Like

Pin It on Pinterest