ଓଡ଼ିଶା ପୋଲିସ୍ ହାଇସ୍କୁଲ ର ଦ୍ବିଦୀବସୀୟ ୧୭ ଦଶ ବାର୍ଷିକ କ୍ରୀଡାତ୍ସୋବ …

ସଂଜୟ ଶତପଥୀ(କଟକ): କଟକ ର ଓଡ଼ିଶା ରିଜର୍ଭ ପୋଲିସ୍ ଲାଇନ୍ ରେ ଥୂବା ଓଡ଼ିଶା ପୋଲିସ୍ ହାଇସ୍କୁଲ ର ଦ୍ବିଦୀବସୀୟ ୧୭ ଦଶ କ୍ରୀଡ଼ା ଉତ୍ସବ ଓ ପୁରସ୍କାର ବିତରଣ ଉତ୍ସବ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମମତା କରଙ୍କ ସଭାପତିତ୍ବରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଆଜି ଉତ୍ସବ ର ଉଦଯାପନୀ ଉତ୍ସବ ରେ ମୂଖ୍ୟ ଅତିଥି ଭାବେ ଓଡ଼ିଶା ପୋଲିସ୍ ମୂଖ୍ୟାଳୟ ର ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ବିଜୟଲକ୍ଷ୍ମୀ ଆଚାର୍ଯ୍ୟ ଯୋଗଦେଇଥିଲେ।

ଅନ୍ଯ ଅତିଥିମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ପୋଲିସ୍ ମୂଖ୍ୟାଳୟର ମଙ୍ଗଳ ଅଧିକାରୀ ଶ୍ରୀ ରବିନ୍ଦ୍ର ନାଥ ମହାନ୍ତି ଓ ସମାଜସେବୀ ଶ୍ରୀ ସରୋଜ ଶତପଥୀ, ମୂଖ୍ୟ ବକ୍ତା ଭାବେ କେନ୍ଦ୍ରୀୟ ଶିକ୍ଷା ସଂଯୋଜିକା ସୁଶ୍ରୀ ରେନୀ ନନ୍ଦ ଯୋଗଦେଇଥିଲେ। ଉଦଯାପନ ଉତ୍ସବ ର ପ୍ରାରମ୍ଭରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମମତା କର ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରି ଅତିଥିମାନଙ୍କୁ ମଞ୍ଚକୁ ନିମନ୍ତ୍ରଣ କରିଥିଲେ।ପରେ ପରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଅତିଥିମାନଙ୍କୁ ପୁଷ୍ପଗୁଛ ପ୍ରଦାନ କରାଯାଇ ସ୍ବାଗତ କରାଯାଇଥିଲା। ମୂଖ୍ୟ ଅତିଥି ଛାତ୍ରଛାତ୍ରୀମାନଙ୍କୁ ନିଜ ବକ୍ତବ୍ୟରେ କ୍ରୀଡା ହିଁ ଶିକ୍ଷା ର ଏକ ମାନଦଣ୍ଡ ଏବଂ ଶିକ୍ଷା କ୍ଷେତ୍ରରେ ଏହାର ଉପଯୋଗ ନିତାନ୍ତ ଅପରିହାର୍ଯ୍ୟ ବୋଲି କହିବା ସହ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ପାଠପଢ଼ା ସହ କ୍ରୀଡ଼ା ପ୍ରତି କିଞ୍ଚିତ ଧ୍ୟାନ ରଖୂବାକୁ ଉପଦେଶ ଦେଇଥିଲେ।ଅନ୍ଯ ଅତିଥିମାନେ ନିଜ ନିଜର ବକ୍ତବ୍ୟ ରେ ଛାତ୍ରଛାତ୍ରୀମାନେ ଶୃଙ୍ଖଳିତ ଜୀବନ ବିତାଇବା ସହ ଶିକ୍ଷା, କ୍ରୀଡା କ୍ଷେତ୍ରରେ ମନ ଦେବାକୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଶ୍ରୀ ଦିଲ୍ଲୀପ କୁମାର ପରିଡା ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କ୍ରୀଡା ଉତ୍ସବ ରେ ଶିକ୍ଷକ ଶ୍ରୀ ଦୁର୍ଯ୍ୟୋଧନ ସାହୁ , ଶିକ୍ଷୟିତ୍ରୀ ଶ୍ରୀମତୀ ଗୀତାଞ୍ଜଳି ମିଶ୍ର , ଶ୍ରୀମତୀ ଅମିତା ପ୍ରଜ୍ଞା ପଣ୍ଡା ସହଯୋଗ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ତରୁବାଳା ନନ୍ଦ ଓ ଶ୍ରୀମତୀ ସାଗରିକା ନନ୍ଦଙ୍କୁ ସମ୍ମାନିତ କରାଯାଇଥିଲା। ଏହି କ୍ରୀଡା ଉତ୍ସବ ର ପ୍ରତିଯୋଗିତାରେ ବରିଷ୍ଠ ବାଳକ ବିଭାଗରେ ଶ୍ରୀ ଓମ୍ କୁମାର ନାୟକ , କନିଷ୍ଠ ବାଳକ ବିଭାଗରେ ଶ୍ରୀ ରବି ବେହେରା ତଥା ବରିଷ୍ଠ ବାଳିକା ବିଭାଗ ରେ ସୁସ୍ମିତା ବେହେରା ଙ୍କୁ ଶ୍ରେଷ୍ଠ ପ୍ରତିଯୋଗୀ ଭାବେ ମୂଖ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ସେକ୍ ଜହିରୁଦ୍ଦିନ୍ କାର୍ଯ୍ୟକ୍ରମ ର ସଫଳତା ଲାଗି ଧନ୍ୟବାଦ ଅର୍ପଣ କରିଥିଲେ।

ସେୟାର କରନ୍ତୁ

Next Post

ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଠରେ ୧୩ତମ ଟୁନୁ ପଣ୍ଡା ସ୍ମାରକୀ ରାଜ୍ୟ ସ୍ତରୀୟ ବ୍ୟାଡ ମିଣ୍ଟନ ଟୁଣ୍ଣାମେଣ୍ଟ ଉଦଘାଟିତ....

Fri Dec 20 , 2024
ବରଗଡ଼:-୨୦.୧୨(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ଏନ ଏସି ଅନ୍ତର୍ଗତ ୫୩ନଂ ଚାରି ଥାକିଆ ମୁଖ୍ୟ ଜାତୀୟ ରାଜପଥ ବରଗଡ଼-ସମ୍ବଲପୁର ୱେ ଦୁର୍ଗା ମନ୍ଦିର ନିକଟ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଠାରେ ଅତାବିରା ଏଥେଲେଟିକ ଏସୋସିଏସନ ପକ୍ଷରୁ ଆଜି ଠୁ ତ୍ରି ଦିବସୀୟ ୧୩ତମ ସ୍ବର୍ଗତ ଟୁନୁ ପଣ୍ଡା ସ୍ମାରକୀ ରାଜ୍ୟ ସ୍ତରୀୟ ବ୍ୟାଡ ମିଣ୍ଟନ ଟୁର୍ଣ୍ଣାମେଣ୍ଟ ସଂଘ ର ସଭାପତି ସିଦ୍ଧାର୍ଥ ଶଙ୍କର ପଣ୍ଡା ଙ୍କ ଅଧ୍ୟକ୍ଷତାରେ […]

You May Like

Pin It on Pinterest