
ବରଗଡ଼:-୨୦.୧୨(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ଏନ ଏସି ଅନ୍ତର୍ଗତ ୫୩ନଂ ଚାରି ଥାକିଆ ମୁଖ୍ୟ ଜାତୀୟ ରାଜପଥ ବରଗଡ଼-ସମ୍ବଲପୁର ୱେ ଦୁର୍ଗା ମନ୍ଦିର ନିକଟ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଠାରେ ଅତାବିରା ଏଥେଲେଟିକ ଏସୋସିଏସନ ପକ୍ଷରୁ ଆଜି ଠୁ ତ୍ରି ଦିବସୀୟ ୧୩ତମ ସ୍ବର୍ଗତ ଟୁନୁ ପଣ୍ଡା ସ୍ମାରକୀ ରାଜ୍ୟ ସ୍ତରୀୟ ବ୍ୟାଡ ମିଣ୍ଟନ ଟୁର୍ଣ୍ଣାମେଣ୍ଟ ସଂଘ ର ସଭାପତି ସିଦ୍ଧାର୍ଥ ଶଙ୍କର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଓ ସଂପାଦକ ଜିତେନ୍ଦ୍ର ଦାଶ ଙ୍କ ଦ୍ଵାରା ଉଦଘାଟିତ ।
ମହୋତ୍ସବ ରେ ଥାନା ଅଧିକାରୀ ସୁକୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏନ ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମେଶ ଚନ୍ଦ୍ର ସାହୁ,ବିଦ୍ୟୁତ ଅଧିକାରୀ ରବି ମହାନ୍ତି,ସମାଜ ସେବୀ ଫକୀର କର୍ଣ୍ଣ,ସୁଜାତା ପଣ୍ଡା,ଉପଦେଷ୍ଟା ପାର୍ଥ ସାରଥୀ ପଣ୍ଡା,ଡ଼ ଶୁଭେନ୍ଦ୍ର କୁମାର ଦାଶ ମଞ୍ଚାସିନ ରହିଥିଲେ।ସର୍ବ ପ୍ରଥମେ ଅତିଥି ମାନଙ୍କ ଦ୍ୱାରା ସ୍ବର୍ଗତ ଟୁନୁ ପଣ୍ଡା ଙ୍କ ତୈଳ ଫଟୋ ଚିତ୍ରରେ ଧୂପ ଦ୍ବୀପ ପ୍ରଜ୍ବଳନ ପୁର୍ବକ ପୁଷ୍ପମାଲ୍ୟ ଅର୍ପଣ କରି ଫିତା କାଟି ଦୁଇଟି କୋଟ କୁ ଉଦଘାଟିତ ହୋଇଯାଇଛି।ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲା ରୁ ୪୦ବର୍ଷ ରୁ ଉର୍ଦ୍ଧ୍ବ ହେଉଥିବା ୩୦ଯୋଡି ଖେଳାଳୀ ଭାଗ ନେଇଥିବା ବେଳେ ସ୍ଥାନୀୟ ଏନଏସି ର ୧୨ଟି ୱାର୍ଡ ରୁ ୪୦ଯୋଡି ଯୁବ ଖେଳାଳୀ ଅଂଶ ଗ୍ରହଣ କରି ନିଜ ନିଜର ଖେଳ ପ୍ରଦର୍ଶନ କରିଥିଲେ।ଖେଳକୁ ସଂଜୀବ ମିଶ୍ର ଓ ବବଲୁ ପ୍ରଧାନ ପରିଚାଳନା କରିଆସୁ ଥିବା ବେଳେ ମନୋଜ ମଲ୍ଲିକ,ନବୀନ ଦାଶ,ଫାରୁକ ଖାନ,ସନ୍ଦୀପ ଅଗ୍ରୱାଲ, ରୋଷନ ସାମଲ, ଦେବେନ୍ଦ୍ର ସ୍ବାଇଁ, ମନୋଜ ସାହୁ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।ପରି ଶେଷରେ ଜଗଦୀଶ କୋଟାକ ଧନ୍ୟବାଦ ଅର୍ପଣ କରିଥିଲେ।ଖେଳ କୁ ବିଭିନ୍ନ ଅଞ୍ଚଳରୁ ଦର୍ଶକ ମାନେ ଆସି ଉପଭୋଗ କରିଥିଲେ।ଆସନ୍ତା ୨୨ତାରିଖ ରେ ତୁର୍ଣ୍ଣାମେଣ୍ଟ ଉଦଯାପିତ ହେବ ବୋଲି ସଂଘ ପକ୍ଷରୁ ଜଣା ପଡ଼ିଛି।