ଆସନ୍ତା ୨୪ ତାରିଖ ରାଜ୍ୟରେ ପୁଣି ହୋଇପାରେ ବର୍ଷା…

ବାସ୍ତବ ବ୍ୟୁରୋ: ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୨୪ ତାରିଖ ଠାରୁ ଦୁଇଦିନ ଯାଏଁ ରାଜ୍ୟରେ ପୁଣି ବର୍ଷା ସହ ଘନ କୁହୁଡ଼ି ହୋଇପାରେ।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷାର ସମ୍ଭାବନା ରହିଛି। ଫଳରେ ଡିସେମ୍ବର ୨୪ ତାରିଖରେ ରାଜ୍ୟର ୭ଟି ଜିଲ୍ଲାରେ ହାଲୁକରୁ ମଧ୍ୟମଧରଣର ବର୍ଷା ଆକଳନ କରାଯାଇଛି। କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି ଓ ରାୟଗଡା ଜିଲ୍ଲାରେ ବର୍ଷା ହୋଇପାରେ। ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ନୟାଗଡ, କନ୍ଧମାଳ, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ମଧ୍ଯମଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୨୫ ତାରିଖରେ ୧୧ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି।

ପାଣିପାଗ ବିଭାଗର ସୂଚନା ଅନୁସାରେ ବର୍ଷା ବ୍ୟତୀତ କୁହୁଡ଼ି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ରବିବାର ଏବଂ ସୋମବାର ଘନ କୁହୁଡି ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡ଼ା, ଅନୁଗୁଳ ଓ କଳାହାଣ୍ଡି ଜିଲ୍ଲାରେ କୁହୁଡ଼ି ପଡ଼ିପାରେ। ଏସବୁ ଜିଲ୍ଲାରେ ଦୃଶ୍ୟମାନ ଦୂରତା ୫୦ ମିଟର ତଳକୁ ଖସିପାରେ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ ପକ୍ଷରୁ କୁହାଯାଇଛି ଯେ, ଡିସେମ୍ବର ୨୬ରୁ ୨୮ ତାରିଖ ଯାଏଁ ପାଗ ଶୁଖିଲା ରହିବ। ୨୯ ତାରିଖରୁ ପୁଣି କୋହଲା ପାଗ ସହ ବର୍ଷା ସମ୍ଭାବନା ରହିଥିବା ବେଳେ ଆଗାମୀ ୩ ଦିନ ପରେ ଶୀତର ପ୍ରଭାବ ବଢ଼ିବ।

ସେୟାର କରନ୍ତୁ

Next Post

"Chef Arupa Parija"ଙ୍କ Food Festival ର ଆୟୋଜନ ପ୍ରଶଂସନୀୟ -ମୂଖ୍ଯ ଅତିଥି

Mon Dec 23 , 2024
ସଂଜୟ ଶତପଥୀ(କଟକ): କଟକ ର ନାରୀ ସଂଘ ସଦନ ଠାରେ ମହିଳା ସ୍ବାବଲମ୍ବୀ ଅନୁଷ୍ଠାନ ସାଫରନ୍ ର ଅଧ୍ୟକ୍ଷା ଶ୍ରୀମତୀ ଅରୁପା ପରିଜାଙ୍କ ସଭାପତିତ୍ବରେ ଏକ ଫୁଡ୍ ଫେଷ୍ଟିଭାଲ ର ଆୟୋଜନ କରାଯାଇଥୂଲା। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଶ୍ରୀ ରାମଚନ୍ଦ୍ର ଦାସ, ଅଧ୍ୟକ୍ଷ,ଓରଫ୍ରେସ୍, ସମ୍ମାନିତ ଅତିଥି ଭାବେ ଶ୍ରୀ ନିଶିକାନ୍ତ ମିଶ୍ର, ଅଧ୍ୟକ୍ଷ, ଟିମ୍ ଆଡମାର୍କ, ବିଶିଷ୍ଟ ଚିକିତ୍ସକ ଡ.ଅମୀୟ ମହାପାତ୍ର, ମୂଖ୍ୟ ବକ୍ତା ଭାବେ ଆଧ୍ୟାତ୍ମିକ […]

You May Like

Pin It on Pinterest