“Chef Arupa Parija”ଙ୍କ Food Festival ର ଆୟୋଜନ ପ୍ରଶଂସନୀୟ -ମୂଖ୍ଯ ଅତିଥି

ସଂଜୟ ଶତପଥୀ(କଟକ): କଟକ ର ନାରୀ ସଂଘ ସଦନ ଠାରେ ମହିଳା ସ୍ବାବଲମ୍ବୀ ଅନୁଷ୍ଠାନ ସାଫରନ୍ ର ଅଧ୍ୟକ୍ଷା ଶ୍ରୀମତୀ ଅରୁପା ପରିଜାଙ୍କ ସଭାପତିତ୍ବରେ ଏକ ଫୁଡ୍ ଫେଷ୍ଟିଭାଲ ର ଆୟୋଜନ କରାଯାଇଥୂଲା। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଶ୍ରୀ ରାମଚନ୍ଦ୍ର ଦାସ, ଅଧ୍ୟକ୍ଷ,ଓରଫ୍ରେସ୍, ସମ୍ମାନିତ ଅତିଥି ଭାବେ ଶ୍ରୀ ନିଶିକାନ୍ତ ମିଶ୍ର, ଅଧ୍ୟକ୍ଷ, ଟିମ୍ ଆଡମାର୍କ, ବିଶିଷ୍ଟ ଚିକିତ୍ସକ ଡ.ଅମୀୟ ମହାପାତ୍ର, ମୂଖ୍ୟ ବକ୍ତା ଭାବେ ଆଧ୍ୟାତ୍ମିକ ପ୍ରବକ୍ତା ଡଃ ଶୁଭେନ୍ଦୁ ସ୍ୱାଇଁ, ସ୍ବତନ୍ତ୍ର ଅତିଥି ଶ୍ରୀ କୃଷ୍ଣଚନ୍ଦ୍ର ସେଠୀ, ସହକାରୀ ଆରକ୍ଷୀ ଆୟୁକ୍ତ, କଟକ କମିଶନରେଟ୍ ପୋଲିସ୍ ଯୋଗଦେଇ ମଞ୍ଚ ପରିଚାଳକ ପଣ୍ଡିତ ଶ୍ରୀ ଲିଙ୍ଗରାଜ ପତି ଙ୍କ ଆମନ୍ତ୍ରଣ କ୍ରମେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପଦାରବିନ୍ଦରେ ପ୍ରଦୀପ ପ୍ରଜ୍ବଳନ କରିବା ପରେ ନିମନ୍ତ୍ରିତ ଅତିଥିମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମ ର ମୂଖ୍ୟ ଆକର୍ଷଣ ଥୂଲା “ମାତୃଶକ୍ତି” ଅନୁଷ୍ଠାନ ର କଳାକାର ଙ୍କ ଦ୍ଵାରା ପ୍ରଦର୍ଶିତ ନୃତ୍ୟ। ଏହି ଫୁଡ୍ ଫେଷ୍ଟିଭାଲ୍ କୁ ଆସି ଖାଇବାର ମଜା ନେଉଥିବା ପ୍ରତ୍ୟେକ ପୁରୁଷ, ମହିଳା ଓ ପିଲାମାନେ ଏହି ମନୋମୁଗ୍ଧକର ନୃତ୍ୟ ପ୍ରଦର୍ଶନ ର ମଜ୍ଜା ନେଉଥିଲେ। ଏହି ଅବସରରେ ସାରା ଭାରତ ଓ ଭାରତ ବାହର ଦେଶମାନଙ୍କରେ ବିଭିନ୍ନ ପ୍ରକାରର ରୋଷେଇ ଶିଖାଇ ଅନ୍ୟୁନ ୩୦୦ ଜଣ ମହିଳା ଓ ଯୁବତୀମାନଙ୍କୁ ସ୍ବାବଲମ୍ବୀ କରାଇବାରେ ସଫଳ ହୋଇଥିବା ଏହି ସାଫରନ୍ ର ଅଧ୍ୟକ୍ଷା ଶ୍ରୀମତୀ ଅରୁପା ପରିଜାଙ୍କୁ ନିମନ୍ତ୍ରିତ ଅତିଥିମାନେ ଭୂୟସୀ ପ୍ରଶଂସା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ “ମାତୃଶକ୍ତି”ର ସଭାନେତ୍ରୀ ମୀରା ପରିଡା (ମୀରା ମା) ଙ୍କୁ ଅତିଥିମାନଙ୍କ ଦ୍ବାରା ମାନପତ୍ର ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ପଣ୍ଡିତ ଶ୍ରୀ ଲିଙ୍ଗରାଜ ପତି କାର୍ଯ୍ୟକ୍ରମ ର ସଫଳତା ଲାଗି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

ସେୟାର କରନ୍ତୁ

Next Post

୨୪ ଓ ୨୫ରେ ରାଜ୍ୟରେ ପୁଣି ବର୍ଷା

Mon Dec 23 , 2024
ବାସ୍ତବ ବ୍ୟୁରୋ: ବର୍ତ୍ତମାନ ରାଜ୍ୟରେ ଶୀତ ଜାରି ରହିଛି। ଆଗାମୀ ୩ ଦିନ ମଧ୍ୟରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ସେଲସିୟସ କମିବ। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ସେପଟେ ଅଦିନିଆ ବର୍ଷାକୁ ନେଇ ସତର୍କ କରିଛନ୍ତି ଆଇ ଏମ ଡି ଡ଼ିଜି। ଆସନ୍ତାକାଲିଠୁ ରାଜ୍ୟରେ ପୁଣି ବର୍ଷା ହେବ। ବଙ୍ଗୋପସାଗରରେ ଥିବା ଲଘୁଚାପ ସୃଷ୍ଟି ହୋଇଥିବା ଯୋଗୁଁ ବର୍ଷା ହେବ। […]

You May Like

Pin It on Pinterest