୨୪ ଓ ୨୫ରେ ରାଜ୍ୟରେ ପୁଣି ବର୍ଷା

ବାସ୍ତବ ବ୍ୟୁରୋ: ବର୍ତ୍ତମାନ ରାଜ୍ୟରେ ଶୀତ ଜାରି ରହିଛି। ଆଗାମୀ ୩ ଦିନ ମଧ୍ୟରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ସେଲସିୟସ କମିବ। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି।

ସେପଟେ ଅଦିନିଆ ବର୍ଷାକୁ ନେଇ ସତର୍କ କରିଛନ୍ତି ଆଇ ଏମ ଡି ଡ଼ିଜି। ଆସନ୍ତାକାଲିଠୁ ରାଜ୍ୟରେ ପୁଣି ବର୍ଷା ହେବ। ବଙ୍ଗୋପସାଗରରେ ଥିବା ଲଘୁଚାପ ସୃଷ୍ଟି ହୋଇଥିବା ଯୋଗୁଁ ବର୍ଷା ହେବ।

୨୪ ଓ ୨୫ ରେ ବର୍ଷା ନେଇ ଚାଷୀଙ୍କୁ ସତର୍କ କରାଇଛି ପାଣିପାଗ ବିଭାଗ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହାଲୁକା ମଧ୍ୟମ ଧରଣର ବର୍ଷା କିଛି କିଛି ସମ୍ଭାବନା । ଗଂଜାମ, ଗଜପତି,ରାୟଗଡ଼ା,ପୁରୀ, ମାଲକାନାଗିରି , କୋରାପୁଟ,ଖୋର୍ଦ୍ଧା, ନୟାଗଡ଼ ଓ କଟକରେ ହାଲୁକା ବର୍ଷା ସମ୍ଭାବନା ରହିଛି। ଆସନ୍ତାକାଲି ମଧ୍ୟ ଉପକୂଳ ଓଡ଼ିଶା ଗଞ୍ଜାମ,ଗଜପତି,ରାୟଗଡ଼ା,ପୁରୀ,କଟକ, ଜଗତସିଂହପୁର, ମାଲକାନାଗିରି ଓ କୋରାପୁଟ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି। ୨୫ ତାରିଖରେ ବର୍ଷାର ପରିମାଣ କମିବ। ହାଲୁକା ବର୍ଷା ଉପକୂଳ ଓଡ଼ିଶାରେ ଅର୍ଥାତ୍ ଗଞ୍ଜାମ , ଗଜପତି ରେ ହେବା ସମ୍ଭାବନା।

ସେୟାର କରନ୍ତୁ

Next Post

୫୩ନଂ ମୁଖ୍ୟ ଜାତୀୟ ରାଜପଥରେ ଦୁର୍ଘଟଣା କୁ ଏଡ଼ାଇବା ପାଇଁ ଅତାବିରା ରେ ତ୍ରିପାକ୍ଷିକ ଆଲୋଚନା....

Tue Dec 24 , 2024
ବରଗଡ଼୨୪/୧୨(ନବୀନ କୁମାର ଦାଶ):ବ୍ୟସ୍ତ ବହୁଳ ଲୁହୁରାଚଟି- ସମ୍ବଲପୁର ୫୩ନଂ ଚାରି ଥାକିଆ ମୁଖ୍ୟ ଜାତୀୟ ରାଜପଥ ପ୍ରାୟତଃ ବରଗଡ଼ ରୁ ସମ୍ବଲପୁର ମଧ୍ୟରେ ଟ୍ରାଫିକ ସମସ୍ୟା ଅଣାୟତ୍ତ ।ଦିନକୁ ଦିନ ଛୋଟ ମୋଟ ଘଟଣା ଠାରୁ ଆରମ୍ଭ କରି ମର୍ମନ୍ତୁଦ ଘଟଣା ମାନ ଘଟି ମୂଲ୍ୟ ବାନ ଜୀବନ ବଳି ପଡ଼ି ମୁଣ୍ଡ ପରେ ମୁଣ୍ଡ ଗଡି ଯାଉଥିଲେ ହେଁ ପ୍ରଶାସନ ନିଦା ବିଷ୍ଣୁ ସାଜିଛି। ରାଜରାସ୍ତା ନିର୍ମାଣ କାରୀ […]

You May Like

Pin It on Pinterest