୫୩ନଂ ମୁଖ୍ୟ ଜାତୀୟ ରାଜପଥରେ ଦୁର୍ଘଟଣା କୁ ଏଡ଼ାଇବା ପାଇଁ ଅତାବିରା ରେ ତ୍ରିପାକ୍ଷିକ ଆଲୋଚନା….

ବରଗଡ଼୨୪/୧୨(ନବୀନ କୁମାର ଦାଶ):ବ୍ୟସ୍ତ ବହୁଳ ଲୁହୁରାଚଟି- ସମ୍ବଲପୁର ୫୩ନଂ ଚାରି ଥାକିଆ ମୁଖ୍ୟ ଜାତୀୟ ରାଜପଥ ପ୍ରାୟତଃ ବରଗଡ଼ ରୁ ସମ୍ବଲପୁର ମଧ୍ୟରେ ଟ୍ରାଫିକ ସମସ୍ୟା ଅଣାୟତ୍ତ ।ଦିନକୁ ଦିନ ଛୋଟ ମୋଟ ଘଟଣା ଠାରୁ ଆରମ୍ଭ କରି ମର୍ମନ୍ତୁଦ ଘଟଣା ମାନ ଘଟି ମୂଲ୍ୟ ବାନ ଜୀବନ ବଳି ପଡ଼ି ମୁଣ୍ଡ ପରେ ମୁଣ୍ଡ ଗଡି ଯାଉଥିଲେ ହେଁ ପ୍ରଶାସନ ନିଦା ବିଷ୍ଣୁ ସାଜିଛି।

ରାଜରାସ୍ତା ନିର୍ମାଣ କାରୀ ଠିକା ସଂସ୍ଥା ଲୋକଙ୍କ ଗମନା ଗମନ ର ସୁବିଧା ପରିବର୍ତ୍ତେ ଲୋକଙ୍କୁ ମୌଳିକ ସୁବିଧାରୁ ବଂଚିତ ରଖି ଚଢ଼ା ଦରରେ ଟୋଲ ଟିକସ ଆଦାୟ କରିବା ରେ ମସଗୁଲ ରହୁଥିବା ଯୋଗୁଁ ଲୋକେ ଦୁର୍ଘଟଣା ରୁ ଲୋକେ ବର୍ତ୍ତି ପାରୁ ନାହାନ୍ତି।ରାଜପଥ ରେ ଦିନ ରାତି ହଜାର ହଜାର ଗାଡ଼ି ମଟର ସହ ଲୋକ ତଥା ସ୍କୁଲ କଲେଜ ପିଲା ଯିବାଆସିବା କରି ନିରୀହ ଜୀବନ ଜନ୍ତୁପତି ଯମ ଙ୍କ ହାବୁଡ଼ରେ ପଡ଼ି ହନ୍ତସନ୍ତ ହେବାକୁ ପଡୁଛି।

ମୁଖ୍ୟତଃ ସଂପୃକ୍ତ କିଛି ବିଭାଗୀୟ ପ୍ରଶାସନିକ ଅଧିକାରୀ ମାନଙ୍କ ଅବହେଳା ତଥା ଖାମଖିଆଲି ମନୋଭାବ ଓ କିଛିଟା ସ୍ବାର୍ଥ ଲାଳସା ଯୋଗୁଁ ଅନେକ ସ୍ଥାନରେ ଗମନାଗମନ ର ପଥ ସତେ ଯେମିତି ଭଡା ରେ ଲାଗି ରାସ୍ତା ଉପରେ ନୋ ପାର୍କିଂ ସ୍ଥାନରେ ମାସ ମାସ ଧରି ଭଙ୍ଗା ଦଦରା ଛୋଟ ବଡ ଭାରିଯାନ ଗୁଡ଼ିକ ପାର୍କିଂ ରହୁଥିବା ଓ ମୃତ୍ୟୁ ଘାଟରୁ ରାଜରାସ୍ତା ନିର୍ମାଣ କାରୀ ଠିକା ସଂସ୍ଥା ଟୋଲ ଟିକସ ଆଦାୟ କରିବାରେ ମସଗୁଲ ରହୁଥିବା ନେଇ ଅଞ୍ଚଳରେ ଅନେକ ଥର ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରି କିଛି ଟା ସୁଧାର ଆସିଥିଲେ ହେଁ ଦୁର୍ଘଟଣା ଥମିବାର ନାଁ ନେଉନାହିଁ।

ଅନ୍ୟ ପଟେ ପେଟ ଚାଖଣ୍ଡକ ପାଇଁ ଏଣେତେଣେ ବସି ଦୀର୍ଘ ବର୍ଷରୁ ପରିବାର ପୋଷଣ କରି ଆସୁଥିବା ଲୋକଙ୍କ ଥଇଥାନ କରାଯାଉ ନଥିବା ଯୋଗୁଁ ସେମାନେ ବାଧ୍ୟ ହୋଇ ମୃତ୍ୟୁ ଘାଟରେ ବେପାର କରି ହିନସ୍ତା ହେବା ସହ ଅତାବିରା ଏନ୍ଏସି,ଆରଏମସି ମଧ୍ୟ ସୁବିଧା ପରିବର୍ତ୍ତେ ମୃତ୍ୟୁ ଘାଟରୁ ଲୋକଙ୍କ ଠାରୁ ଖଜଣା ଅସୁଲି କରି ଆସୁଥିବା ନଜିର ରହିଛି।ଯଦ୍ୱାରା ରାସ୍ତା ରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇ ଚାରି ଚକିଆ ଗାଡ଼ି ମାନ ମୁସ୍କିଲ ରେ ପାରି ହେଉଛି।ସାଇ କଲ,ମୋଟର ସାଇକେଲ, ପଥଚାରୀ ତଥା ସ୍କୁଲ କଲେଜ୍ ପିଲା ଯିବାଆସିବା ରେ ସୁରକ୍ଷିତ ମଣୁନାହାନ୍ତି।

ମୁଖ୍ୟ ଜାତୀୟ ରାଜପଥ କୁ ସମ୍ପ୍ରସାରଣ କରିବାକୁ ଯାଇ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାଜରାସ୍ତା କଡ଼ରେ ରହିଥିବା ଘର ଦ୍ବାର,ସ୍କୁଲ ପାଚେରୀ,ଆବାହମ୍ କାଳରୁ ପଥଚାରୀ ଙ୍କ ଆଶ୍ରୟ ସ୍ଥଳୀ ଭାଙ୍ଗି ଓ ବହୁ ପୁରୁଣା ଗଛଗୁଡ଼ିକ କାଟିଦେଇ ଆବଶ୍ୟକ ସ୍ଥଳେ ଅର୍ଥାତ୍ ପ୍ରାୟତଃ ଛକ ମାନଙ୍କରେ ଗଛ ଟିଏ ନାହିଁ।ଯେଉଁଠି ରୋପଣ ହୋଇଛି ପେନ୍ଥା ପେନ୍ଥା।ଯାହାର ରକ୍ଷଣା ବେକ୍ଷଣ ଠିକ ଭାବରେ ହେଉନଥିବା ଯୋଗୁଁ ଅଦିନିଆ ପବନ ବର୍ଷା ସମୟରେ ବିଗତ ଦିନରେ ବିଭିନ୍ନ ସମୟରେ ବିଦ୍ୟୁତ୍ ତାର ଉପରେ ବିଦ୍ୟୁତ୍ ସମସ୍ୟା ସହ ରୋଡ ଉପରେ ଗଛ ଡାଲ ମାନ ପଡ଼ି ଯାତାୟାତ ବାଧାପ୍ରାପ୍ତ ରହିଥିବା ନଜିର ରହିଛି।ଯାତ୍ରୀ ପ୍ରତୀକ୍ଷାଲୟ,ନଳକୂପ, ଶୌଚାଳୟ ତ ତେଣିକି ଥାଉ କିଛି ସ୍ଥାନ ରେ ଚାଷ ଜମିକୁ ଯାଉଥିବା କରନାଲି କୁ ମଧ୍ୟ ପୋତି ଦିଆ ଯାଇଥିବା ଯୋଗୁଁ ଚାଷୀ ଚାଷ ଜମିକୁ ପାଣି ମଡାଇ ଚାଷ କରିବା ମୁସ୍କିଲ ହୋଇ ପଡ଼ିଥିଲା।

ରାଜ ରାସ୍ତାକୁ ପ୍ରଶସ୍ତି କରଣ କରିବାକୁ ଯାଇ ରାସ୍ତା କଡ଼ରେ ରହିଥିବା ନଳକୂପ,ସପ୍ଳାଇ ପାଣି ପାଇପ ଉପାଡ଼ିବା ସହ ଯାତ୍ରୀ ବିଶ୍ରାମାଗାର ଗୁଡ଼ିକ ଭାଙ୍ଗି ଦିଆ ଯାଇଥିଲା ହେଲେ ଏଯାବତ୍ ତାର ଥଇଥାନ ହୋଇନାହିଁ।ପିଇବା ପାଣି ଟୋପେ ତ ତେଣିକି ଥାଉ ବିଶ୍ରାମା ଗାର ଟିଏ ସ୍ବପ୍ନ ହୋଇ ଲୋକ ତଥା ସ୍କୁଲ କଲେଜ୍ ପିଲା କେତେବେଳେ ରାସ୍ତା ଉପରେ ତ ଆଉ କେତେବେଳେ ପର ପିଣ୍ଡାରେ ଛିଡା ହୋଇ ହିନସ୍ତା ହେଉଛନ୍ତି।ସେହିପରି ଘର ଦ୍ବାର ଭାଙ୍ଗି ଦୀର୍ଘ ବର୍ଷ ଧରି ଲୋକଙ୍କୁ ଝୁଲାଇ ରଖି ଏବେବି ରାଜରାସ୍ତା ଅସମ୍ପୂର୍ଣ୍ଣ ତଥା ତ୍ରୁଟିପୂର୍ଣ୍ଣ ଅବସ୍ଥାରେ ପଡ଼ି ରହି ଗମନାଗମନ ର ସୁବିଧା ପରିବର୍ତ୍ତେ ଲୋକଙ୍କ ପାଇଁ ଚାରି ଥାକିଆ ମୁଖ୍ୟ ରାସ୍ତା ସତେ ଯେମିତି ଅଭିଶାପ ହୋଇଛି।

ରାଜରାସ୍ତା ରେ ଆଲୋକିକରଣ ପାଇଁ ଖୁଣ୍ଟ ସହ ବଡ ବଡ ମରକ୍ୟୁରି ଲାଇଟ୍ ଲାଗିଛି ସତ କେଉଁଠି ଗୋଟିଏ ଜଳିଲେ ଅନେକ ସ୍ଥାନରେ ଦୀର୍ଘ ଦିନ ତଥା ମୁଖ୍ୟ ଛକ ମାନଙ୍କରେ ଜଳୁ ନଥିବା ବେଳେ ରାଜରାସ୍ତାର ଡ୍ରେନ ର ଡ୍ରେନେଜ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ ମାରି ଡ୍ରେନ ର ଆରମ୍ଭ ଓ ଶେଷ କେଉଁଠି କେବଳ ସେଇ ବିଭାଗୀୟ ଅଧିକାରୀ ମାନଙ୍କୁ ଜଣା।କେଉଁଠି ମୁକୁଳା ଡ୍ରେନ ଦୁର୍ଘଟଣା କୁ ଆମନ୍ତ୍ରଣ କରୁଛି ତ ଆଉ କେଉଁଠି ଡ୍ରେନ ଦେଇ ୱାର୍ଡ ତଥା ନିକଟସ୍ଥ ଗାଆଁ କୁ ଯିବା ସମୟରେ ରାଜରାସ୍ତା ର ଡ୍ରେନ ଭୁଶୁଡ଼ି ପଡ଼ିବା ସହ ଅନେକ ସମୟରେ ମୁକୁଳା ଡ୍ରେନ ରେ ଚରାଜିବ ଦୁର୍ଘଟଣା ଗ୍ରସ୍ତ ହୋଇ ସାରିଛନ୍ତି।

କେବଳ ସେତିକି ନୁହେଁ ଏବେ ଡ୍ରେନ ରେ କୁଢ଼ କୁଢ଼ ଅଳିଆ ଆବର୍ଜନା ଜମି ରହି ଅତାବିରା ସହର (ଏନଏସି)ଏକ ଡମ୍ପିଂ ୟାଡ ରେ ପରିଣତ ହୋଇ ସାମାନ୍ୟ ବର୍ଷା ହେଲେ ନାକ ଫଟା ଗନ୍ଦ ସହ ନୂଆଁ ନୂଆଁ ଧରଣର ପୋକ ଯୋକ ସହ ମଶା ମାଛି ଙ୍କ ଏନ୍ତୁଡ଼ି ଶାଲ ପାଲଟି ଯିବା ଆସିବା ଲୋକ ଙ୍କ ପାଇଁ ସତେ ଯେମିତି ଏହି ରାଜରାସ୍ତା ରେ କେତେ ଦୁର୍ଘଟଣା ଗ୍ରସ୍ତ ହୋଇ ଦୀର୍ଘ ଦିନ ଧରି ପଙ୍ଗୁ ଅବସ୍ଥାରେ ଜୀବନ ଅତିବାହିତ କରିବା ସହ ମୃତ୍ୟୁ ବରଣ କରିଛନ୍ତି।କେତେ ସଧବା ମଥାରୁ ସିନ୍ଦୂର ଲିଭିଛି ତ କେତେ ପିଲା ମା ବାପ ଛେଉଣ୍ଡ ହେବା ସହ ମାଁ କୋଲ ଶୂନ୍ୟ ହୋଇ ସାରିଥିଲେ ହେଁ ଏହି ରାସ୍ତା ଦେଇ ନିଇତି ବଡବଡ ନେତା ମନ୍ତ୍ରୀ,ବିଭାଗୀୟ ଛୋଟ ରୁ ବଡ ଅଧିକାରୀ ମାନେ ଯିବା ଆସିବା କରି ଆସୁଥିଲେ ହେଁ ସେମାନଙ୍କ ଲକ୍ଜରି ଗାଡ଼ି ଭିତରୁ ବୋଧେ ଜଣା ପଡୁ ନଥିବ।

ଯାହାର କିଞ୍ଚିତ ଉଦାହରଣ ସ୍ୱରୂପ ଗତ ଶନିବାର ଦିନ ପାଖାପାଖି ସାଢେ଼ ୧୦ଟା ଅତାବିରା ର ବସଷ୍ଟାଣ୍ଡ ଛକରେ ଘଟି ଯାଇଥିବା ଲୋମ ହର୍ଷଣ କାରୀ ମର୍ମନ୍ତୁଦ ଦୁର୍ଘଟଣା ପରେ ଆଜି ବିଧାୟକ ନିହାର ମହାନନ୍ଦ ଟ୍ରାଫିକ ସମସ୍ୟା କୁ ନିୟନ୍ତ୍ରଣ କରିବା ପାଇଁ ତତ୍ପରତା ପ୍ରକାଶ ପାଇ ସମସ୍ତ ପ୍ରଶାସନିକ ଅଧିକାରୀ ସମେତ ଏନ୍ଏଚଏଆଇ ବିଭାଗ କୁ ନେଇ ଅତାବିରା ବ୍ଲକ ପରିସର ସଭା ଗୃହରେ ଏକ ଗୁରୁତ୍ବ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ତ୍ରିପାକ୍ଷିକ ଆଲୋଚନା ସହ କିଭଳି ଭାବେ ଏହାର ସମାଧାନ ହୋଇ ନିରୀହ ଜୀବନ ବର୍ତ୍ତି ପାରିବ ସେନେଇ ଅଧିକାରୀ ମାନଙ୍କ ସହ ବିଚାର ବିମର୍ଷ କରି ଅନେକ ଗୁଡ଼ିଏ ଛକ ମାନଙ୍କରେ ଷ୍ଟପ ବୋର୍ଡ, ବ୍ରେକର ବ୍ୟବସ୍ଥା,ଫ୍ଲାଇ ଓଭର,ଅଣ୍ଡର ପାସ ଓ ସର୍ଭିସ୍ ରୋଡ କୁ ସମ୍ପୂର୍ଣ୍ଣ କରିବା ସହ ବସ ଚଳାଇବା ଭଳି ଅନେକ ପଦକ୍ଷେପ ମାନ ଗ୍ରହଣ କରାଯିବ ବୋଲି ଜଣାପଡିଛି।

ସେୟାର କରନ୍ତୁ

Next Post

୨୩ ଫେବ୍ରୁଆରିରେ ଭାରତ-ପାକ୍ ମ୍ୟାଚ୍

Tue Dec 24 , 2024
ବାସ୍ତବ ବ୍ୟୁରୋ: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ର କ୍ରୀଡ଼ାସୂଚୀ ଘୋଷଣା କରିଛି। ଫେବ୍ରୁଆରି ୨୩ରେ ଦୁବାଇରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଭାରତ ଟୁର୍ଣ୍ଣାମେଣ୍ଟରେ ନିଜର ପ୍ରଥମ ମ୍ୟାଚ୍ ବାଂଲାଦେଶ ବିପକ୍ଷରେ ୨୦ ଫେବ୍ରୁଆରିରେ ଖେଳିବ। ଦୁବାଇରେ ମଧ୍ୟ ଏହି ମ୍ୟାଚ୍ ଖେଳାଯିବ। ସୂଚନାନୁଯାୟୀ, ହାଇବ୍ରିଡ୍ ମଡେଲ ପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ ୟୁଏଇକୁ ବାଛିଥିଲା। ତେଣୁ ଭାରତୀୟ ଦଳ ନିଜର ସମସ୍ତ ମ୍ୟାଚ୍ ୟୁଏଇରେ ଖେଳିବ। […]

You May Like

Pin It on Pinterest