ବାସ୍ତବ ବ୍ୟୁରୋ-ଆସନ୍ତାକାଲିଠାରୁ ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ନେଇ ରାଜ୍ୟ ସରକାର ନୂଆ ଗାଇଡ୍ ଲାଇନ୍ ଜାରି କରି, କେଉଁ ଜୋନରେ କଣ କୋହଳ ଓ କଣ କଟକଣା କଲେ ରାଜ୍ୟ ସରକାର ଆସନ୍ତୁ ଜାଣିବା ।
ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ବିମାନ, ଟ୍ରେନ ଓ ଆନ୍ତରାଜ୍ୟ ବସ ଚଳାଚଳ ବନ୍ଦ, ସିନେମା ହଲ, ସପିଂ ମଲ୍, ଜିମ୍, ସ୍ପୋର୍ଟ୍ସ କମ୍ପେ୍ଲକ୍ସ ବନ୍ଦ ରହିବ । ହୋଟେଲରେ ରହିବା କଟକଣା ଜାରି ରହିବ । ଗ୍ରାମାଞ୍ଚଳରେ ସବୁ ଦୋକାନ ଖୋଲିପାରିବ । ଏସବୁ କ୍ଷେତ୍ରରେ ସାମାଜିକ ଦୂରତା ରହିବା ଦରକାର ।
ରେଡ୍ ଜୋନ୍ : ଘରୋଇ କାର୍ଯ୍ୟାଳୟ ୩୩% କର୍ମଚାରୀଙ୍କୁ ନେଇ ଖୋଲିବ। ସରକାରୀ ଅଫିସ୍ ଖୋଲିବ , ଯେଉଁଥିରେ ୩୩% କର୍ମଚାରୀ ଆସିବେ । ଇ-କମର୍ସକୁ ଅନୁମତି ମିଳିଛି, ଯେଉଁଥିରେ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ସାମିଲ ଅଛି । ସବୁ ଶିଳ୍ପ ସମ୍ପର୍କିତ କାମ ଚାଲିବ । ଗ୍ରାମାଞ୍ଚଳର ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟକୁ ଅନୁମତି ମିଳିଛି ।

ଅରେଞ୍ଜ ଜୋନ୍ : ଅରେଞ୍ଜ ଜୋନରେ ଚାଲି ପାରିବ ଟାକ୍ସି । ଜଣେ ଡ୍ରାଇଭର ଓ ୨ ଜଣ ଯାତ୍ରୀଙ୍କୁ ନେଇ ଟାକ୍ସି ଚାଲିବ ।ବିମାନ,ରେଳ,ଆନ୍ତଃରାଜ୍ୟ ବସ୍ ଚଳାଚଳ ଉପରେ କଟକଣା ଲାଗିଛି । ୪ ଚକିଆ ଯାନ ଚାଲିପାରିବ (ଡ୍ରାଇଭର୍ ଓ ୨ ଜଣ ଯାତ୍ରୀ )। ଅନ୍ୟ ସବୁ କାର୍ଯ୍ୟକଳାପ ଉପରୁ କଟକଣା ହଟିଛି । ତେବେ ଏହି ଜୋନରେ ଅନୁମତିପ୍ରାପ୍ତ କ୍ଷେତ୍ରରେ ଜିଲ୍ଲା-ଜିଲ୍ଲା ମଧ୍ୟରେ ବ୍ୟକ୍ତି ବିଶେଷ ଓ ଗାଡି ଯାଇପାରିବ । ତାସହ ଏହି ଜୋନରୁ ଅନ୍ୟ ସବୁ କାର୍ଯ୍ୟକଳାପ ଉପରୁ କଟକଣା ହଟିଲା ।
ଗ୍ରୀନ୍ ଜୋନ୍ : ବିମାନ,ରେଳ,ଆନ୍ତଃରାଜ୍ୟ ବସ୍ ଚଳାଚଳ ଉପରେ କଟକଣା। ହୋଟେଲ୍,ସ୍କୁଲ୍,କଲେଜ୍, ସିନେମା ହଲ୍ ଉପରେ କଟକଣା। ଅନ୍ୟ ସବୁ କଟକଣାକୁ କୋହଳ କରାଯାଇଛି । ୫୦% ଯାତ୍ରୀଙ୍କୁ ନେଇ ବସ୍ ଚାଲିବା ନେଇ କେନ୍ଦ୍ର ଅନୁମତି ଦେଇଛି । ସବୁଠାରୁ ବଡ କଥା ହେଉଛି ସବୁ ଜୋନରେ ୬୫ ବର୍ଷରୁ ଅଧିକ ବ୍ୟକ୍ତି, ଅନ୍ୟ ରୋଗରେ ଥିବା ବ୍ୟକ୍ତି, ଗର୍ଭବତୀ ମହିଳା, ୧୦ ବର୍ଷରୁ କମ ଶିଶୁଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।
