
ବରଗଡ଼୨୫/୧୨(ନବୀନ କୁମାର ଦାଶ):ସମାଜ ସେବୀ ଜନକଲ୍ୟାଣ ସଂଗଠନ ଓଡିଶା ଜନତା ସଂଘର୍ଷ ସମିତି ବରଗଡ଼ ର ୩୬ତମ ବାର୍ଷିକ ଉତ୍ସବ ସ୍ଥାନୀୟ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟ ବରଗଡ଼ ଠାରେ ୨୪.୧୨.୨୦୨୪ ଦିନ ସଭାପତି କିଶୋର ଚନ୍ଦ୍ର ସାହୁ କଣ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା।
ମୁଖ୍ୟ ଅତିଥି ଭାବେ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ କୁମାର ପୁରୋହିତ ଯୋଗ ଦାନ କରି ସମିତି ଓ ଭିନ୍ନକ୍ଷମ ଶିଶୁ ମାନଙ୍କ ଉନ୍ନତି ନିମନ୍ତେ ସବୁ ପ୍ରକାର ସାହାଯ୍ୟ ସହ ଯୋଗ ଯୋଗଇବା ନିମନ୍ତେ ପ୍ରୟାସ କରିବେ ବୋଲି ଆଶ୍ୱାସନା ଦେଇଥିଲେ। ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଶିକ୍ଷା ଲାଭ କରି ସରକାରୀ ଓ ବେସରକାରୀ ସଂସ୍ଥା ଗୁଡିକରେ ନିଯୁକ୍ତି ପାଇ ସମାଜର ମୁଖ୍ୟ ସ୍ରୋତ ରେ ସାମିଲ ହୋଇ ପାରିଛନ୍ତି।ସମ୍ମାନୀୟ ଅତିଥି ଭାବେ ଟାଟା ଇଥାନଳ ପ୍ଲାଣ୍ଟ ର ଏଜିଏମ ରଶ୍ମିରଂଜନ ରାଉତ,ପୱେର ର ଜ଼ିଲ୍ଲା ସଭାପତି ବରିଷ୍ଟ ଆଇନଜିବି ଶ୍ୟାମ ସୁନ୍ଦର ଅଗ୍ରୱାଲ,ସମାଜ ସେବୀ ପ୍ରିତମ ସିଂ,ବରଗଡ ବିଜେପି ସଭାପତି ଡା ଅରୂପା ନନ୍ଦ ସାହୁ ଯୋଗ ଦେଇଥିବା ବେଳେ ସମିତି ର ଉପସଭାପତି ମେଘ ନାଦ ସାହୁ ଓ ସମ୍ପାଦକ ଅଭୟ କୁମାର ପଧାନ ମଞ୍ଚାସୀନ ଥିଲେ।
ସଭା ପ୍ରାରମ୍ଭ ରୁ ଅତିଥିଗଣ ସ୍ବର୍ଗତ ସୂର୍ଯ୍ୟ ପ୍ରକାଶ ମହା ପାତ୍ରଙ୍କର ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ଗୋପାଳ ମିଶ୍ର, ପ୍ରମୋଦ ଦାଶ,ଅମରେଶ ବାରିକ ଓ କାମଦେବ ବେହେରା ସ୍ୱାଗତ ସଂଗୀତ ଗାନ କରିଥିଲେ।ମେଘନାଦ ସାହୁ ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ କରିଥିଲେ। ସଭାପତି କିଶୋର ଚନ୍ଦ୍ର ସାହୁ ଉଦେଶ୍ୟ ଜ୍ଞାପନ କରିଥିଲେ।ସମ୍ପାଦକ ଅଭୟ ପଧାନ ବିସ୍ତୃତ ଭାବେ ସପାଦକୀୟ ବିବରଣୀ ପଠନ କରିଥିଲେ।ଜ଼ିଲ୍ଲା ର ବିଭିନ୍ନ ବ୍ଲକ ରେ କାର୍ଯ୍ୟ କରୁଥିବା ସମାଜ ସେବୀ ସଙ୍ଗଠନ ଓ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ସେମାନେ ହେଲେ ଆନନ୍ଦ ସେବା ସଦନ ବଡପିପିଲି ପାଳି ଭେଡେନ,କୋଶଲ ଡେ଼ଫେନ୍ସ ଏକାଡେମୀ ବରଗଡ,ଗ୍ରାମ୍ୟ ଉନ୍ନୟନ କମିଟି ଗୁରଖାପାଲି,ଜୟ ହିନ୍ଦ ଯୁବକ ସଂଘ ରୁନିପାଲି ଖରମୁଣ୍ଡା ଜୀବନ ସଂଯୋଗ ରକ୍ତଦାନ ସଂସ୍ଥା ତାଳଶ୍ରୀଗିଡା ଅତାବିରା,ସମାଜସେବୀ ଯଶୋବନ୍ତ ମେହେର ପ୍ରତିଷ୍ଠାତା ଅମୃତଧାରା଼ ନରସିଂହୋମ ବିଜେପୁର ଯଶୋବନ୍ତ ମେହେର ଖୁଣ୍ଟପାଲି ବରଗଡ,ସମାଜ ସେବୀ ପ୍ରଦୀପ ଥପା ମାଲିକ ଯଶୋଦା ପୋଳି କ୍ଲିନିକ ବରଗଡ,ଉତ୍କଳମଣୀ ଗୋପବନ୍ଧୁ ଭିନ୍ନକ୍ଷମ ସଂଘ ବରଗଡ଼, ଆଞ୍ଚଳିକ ଜନ କଲ୍ୟାଣ ସଂଗଠନ ଭେଡେନ,ଭୀମ ଭୋଇ ଭିନ୍ନକ୍ଷମ ସଂଘ ଝାରବନ୍ଧ,ରାଜବୋରାସମର ଭିନ୍ନକ୍ଷମ ସଂଘ ପଦ୍ମପୁର ଓ ଭିନ୍ନକ୍ଷମ ସଂଘ ଅମ୍ବାଭୋନା କୁ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା।
ଏହି ଅବସର ରେ ମହିଳା ସମିତି ସଭାନେତ୍ରୀ ହରଜିତ କୌର, ଅଲିଭା ଏଥେଲେଟିକ ଆଣ୍ଡ ସଂସ୍କୃତିକ ସଂଘ ଡୁଙ୍ଗୁରିପାଲି ସଭାପତି ସମାଜ ସେବୀ ରାଜେନ୍ଦ୍ର କୁମାର ବାଗ,ଅବସର ପ୍ରାପ୍ତ ବରଗଡ ବ୍ଲକ ଓ ପୌର ପରିଷଦ ବରଗଡ ସଭାପତି ଚଞ୍ଚଳ ମିଶ୍ର,ସମାଜ ସେବୀ ଏଚିଭର ହେଲପିଙ୍ଗ ଫାଉଣ୍ଡେସନ ର ସଭାପତି ଦିବାକର ମାଝୀ,ଏସ୍କପ୍ରେସ ଗିରି ବୃଦ୍ଧାଶ୍ରମ ସମଲେଇପଦର ର ମୁଖ୍ୟ ଜଳନ୍ଧର ପଟେଲ,ବରିଷ୍ଠ ସଭ୍ୟ ଶରତ କୁମାର ସାହୁ ଡୁଙ୍ଗୁରିପାଲି,ସୁଇଟ ସ୍ମାଇଲ ବରପାଲି ର ମୁଖ୍ୟ ସମାଜ ସେବୀ ମଞ୍ଜୁଲତା ଦାଶ,ସେବା ନିବୃତ ସରକାରୀ କର୍ମଚାରୀ ସଂଘ ସଭାପତି ଦ୍ରୁବ ଚରଣ ହୋତା,ପ୍ରଦୀପ ଥପା ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ।ବରଗଡ ଜ଼ିଲ୍ଲା ର ବହୁ ସମାଜ ସେବୀ କର୍ମକର୍ତା, ସମାଜ ସେବୀ ନେପାଳେଶ୍ୱର ନନ୍ଦ ଓ ବହୁ ଶୁଭାକାଂକ୍ଷୀ ଯୋଗଦାନ କରି ଥିଲେ।
ଯଶୋବନ୍ତ ମେହେର ଙ୍କ ପକ୍ଷରୁ ଗରିବ ଅସହାୟ ଲୋକ ମାନଙ୍କୁ ଶୀତ ବସ୍ତ୍ର ପ୍ରଦାନ କରାଯାଇଥିଲା।ମୁଖ୍ୟ ଅତିଥି ସାଂସଦ ସମିତି କମୁନିଟି ଗୃହ ଓ ଆଶ୍ରୟ ଗୃହ ନିର୍ମାଣ ସକାଶେ ଆର୍ଥିକ ସହଯୋଗ କରିବେ ବୋଲି ଦୃଢ ପ୍ରତିଶୃତି ଦେଇଥିଲେ।ଶିବାନୀ ପଣ୍ଡା ଦୁଃଖିସେବକ ସାହୁ,ସୂର୍ଯ୍ୟ କୁମାର ସେଠ,ପ୍ରମୋଦ ସାହୁ, ଗଣେଶ ବର୍ଗେ,ସୁଶୀଳା ପଶୟତ,କାମ ଦେବ ବେହେରା,ବିଶ୍ଵାଦତ୍ତ ଦାଶ, କିଶୋର ପଟେଲ,ସନାତନ ସାହୁ, ତ୍ରିଲୋଚନ ସାହୁ ସମେତ ବହୁ ସଭ୍ୟ ସହଗୋଗ କରିଥଥିଲ।ଶେଷରେ ସହ ସମ୍ପାଦକ ନେପାଳ ଦୁଆନ ଧନ୍ୟବାଦ ଅର୍ପଣ କରିଥିଲେ।