ପୂର୍ବତନ ପ୍ରଧାନମନ୍ତ୍ରୀଡ଼କ୍ଟର ମନମୋହନ ସିଂହ ଙ୍କ ବିୟୋଗରେ ବିରୋଧୀ ଦଳ ନେତା ନବୀନ ପଟନାୟକ ଙ୍କ ଶୋକ ….

ଭୁବନେଶ୍ୱର୨୬/୧୨/୨୪:ଭାରତ ର ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼କ୍ଟର ମନମୋହନ ସିଂହ ଙ୍କ ବିୟୋଗ ରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।ଏକ ଶୋକବାର୍ତ୍ତା ରେ ଶ୍ରୀ ପଟନାୟକ ସ୍ବର୍ଗତ ସିଂହ ଙ୍କୁ ଜଣେ ଦକ୍ଷ ପ୍ରଶାସକ,ପାର୍ଲିଆମେଣ୍ଟାରିଆନ ଓ ଯଶସ୍ବୀ ଅର୍ଥନୀତିଜ୍ଞ ଭାବରେ ବର୍ଣ୍ଣନା କରିଛନ୍ତି।

ଦେଶର ଅର୍ଥନୈତିକ ସଂସ୍କାର ର ସେ ଥିଲେ ସୂତ୍ରଧର ଯାହାକି ଭାରତୀୟଙ୍କ ଜୀବନରେ ବିରାଟ ପରିବର୍ତ୍ତନ ଆଣିପାରିଛି।ଏବଂ ଭାରତକୁ ବିଶ୍ୱ ର ଏକ ପ୍ରମୁଖ ଆର୍ଥିକ ଶକ୍ତି ଭାବରେ ଗଢି ତୋଳିଛି।ନମ୍ରତା ଓ ବିଦବତ୍ତା ଡ଼କ୍ଟର ସିଂହ ଙ୍କ ବ୍ୟକ୍ତିତ୍ୱ ର ଉଜ୍ଜଳ ତମ ଦିଗ ଥିଲା।ତାଙ୍କର ବିୟୋଗ ରେ ଦେଶ ଜଣେ ମହାନ ବିଭୁତିଙ୍କୁ ହରାଇଲା ବୋଲି ଶ୍ରୀ ପଟ୍ଟନାୟକ ବର୍ଣ୍ଣନା କରି ଡ଼କ୍ଟର ସିଂହ ଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
ଶୋକସନ୍ତପ୍ତ ପରିବାର କୁ ଗଭୀର ସମବେଦନା ଜଣାଇବା ସହ ଶ୍ରୀ ପଟ୍ଟନାୟକ ସ୍ବର୍ଗତ ସିଂହ ଙ୍କଅମର ଆତ୍ମାର ସଦଗତି କାମନା କରିଛନ୍ତି।

ସେୟାର କରନ୍ତୁ

Next Post

ମନମୋହନଙ୍କ ବିୟୋଗରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ

Fri Dec 27 , 2024
ବାସ୍ତବ ବ୍ୟୁରୋ : ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରଖ୍ୟାତ ଅର୍ଥନୀତିଜ୍ଞ ଓ ରାଜନେତା ମନମୋହନ ସିଂହଙ୍କ ବିୟୋଗରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା । ଡିସେମ୍ବର ୨୬ରୁ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଶୋକ ପାଳନ ହେବ । ଏହା ସହିତ ଶୁକ୍ରବାର ସମସ୍ତ ସରକାର କାର୍ଯ୍ୟକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଅବଧିରେ ଜାତୀୟ ପତାକା ଅର୍ଧନମିତ ହୋଇ ରହିବ । ପୂର୍ବତନ ପ୍ରଧାନମନ୍ତ୍ରୀ […]

You May Like

Pin It on Pinterest