
ସଂଜୟ ଶତପଥୀ: କଟକ ଜିଲ୍ଲା ର ନୂଆ ପାଟଣା ଗ୍ରାମର ବିଶିଷ୍ଟ ଆଧ୍ୟାତ୍ମବାଦୀ, ସନାତନ ଧର୍ମ ପ୍ରଚାରକ, ଶ୍ରୀରାମ ପ୍ରେମୀ, ଗୋପାଳକୃଷ୍ଣ ରାମଲୀଳା ପ୍ରଚାର ସମିତି ର ସମ୍ପାଦକ ଶ୍ରୀ ଗିରିଧାରୀ ମଲ୍ଲ ଙ୍କ ଶ୍ରଦ୍ଧାଞ୍ଜଳି ସଭା ନୂଆ ପାଟଣାସ୍ଥିତ ତଳସାହି ପଡ଼ିଆରେ ବିଶିଷ୍ଟ ବ୍ୟକ୍ତି ଙ୍କ ଉପସ୍ଥିତି ରେ ଶୋକାକୁଳ ପରିବେଶ ରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ରାମଲୀଳା ଲେଖକ, ନିର୍ଦ୍ଦେଶକ ଶ୍ରୀ ରଣଜିତ ପ୍ରସାଦ ଜେନା ଙ୍କ ନେତୃତ୍ବରେ ଏକ ଶୋକସଭା ର ଆୟୋଜନ କରାଯାଇଥୂଲା। ଅନ୍ୟମାନଙ୍କ ସହ ଗୋପାଳକୃଷ୍ଣ ରାମଲୀଳା ପ୍ରଚାର ସମିତି ର ସଭାପତି, ସମର୍ପଣ, ସାମାଜିକ ଅନୁଷ୍ଠାନ ର ସମ୍ପାଦକ ଓ ସ୍ଥାନୀୟ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଶ୍ରଦ୍ଧା ସୂମନ ଅର୍ପଣ କରିବା ସହ ସ୍ବଃ ମଲ୍ଲ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।