ବାସ୍ତବ ବ୍ୟୁରୋ: ଓସିଏ ସଭାପତି ପଦରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ବବି ଦାସ । ଏନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା ସ୍ପଷ୍ଟ କରିଛନ୍ତି । ଓସିଏର ସାଧାରଣ ପରିଷଦ ବୈଠକରେ ବବିଙ୍କ ଇସ୍ତଫା ଗ୍ରହଣ କରାଯାଇଥିବା ସେ କହିଛନ୍ତି । କୌଣସି ବ୍ୟକ୍ତିଗତ କାରଣ ପାଇଁ ସେ ଇସ୍ତଫା ଦେଇଥିବା ସଞ୍ଜୟ ସୂଚନା ଦେଇଛନ୍ତି । ଆଗାମୀ ୪୫ ଦିନ ଭିତରେ ନୂତନ ସଭାପତି ନିଯୁକ୍ତି ପାଇଁ ନିର୍ବାଚନ ହେବ।
ସୂଚନାନୁଯାୟୀ, ଗତ ୨୦୨୨ ମସିହାରେ ଓସିଏର ସଭାପତି ଦାୟିତ୍ୱ ନେଇଥିଲେ ବବି ଦାସ । ପୂର୍ବରୁ ଏହି ପଦରେ ସଞ୍ଜୟ ବେହେରା ରହିଥିଲେ । ତେବେ ପ୍ରଣବ ସଭାପତି ଦାୟିତ୍ୱ ନେବାପରେ ଓସିଏର କାର୍ଯ୍ୟ କରିବା ଢାଞ୍ଚାରେ ପରିବର୍ତ୍ତନ ଆସିଥିଲା । ଏହାର ପ୍ରଭାବ ଖେଳାଳିଙ୍କ ପ୍ରଦର୍ଶନ ଉପରେ ପଡ଼ୁଥିବା ମଧ୍ୟ କୁହାଯାଉଥିଲା । ଗତ ଦୁଇ ବର୍ଷରେ ଓଡ଼ିଶା ଟିମ୍ କୌଣସି ଆଖିଦୃଶିଆ ପ୍ରଦର୍ଶନ ମଧ୍ୟ କରିପାରିନଥିଲା । ଫଳରେ ଗତ ଜୁଲାଇ ମାସରେ ପ୍ରଣବଙ୍କ ଇସ୍ତଫା ଦାବି ମଧ୍ୟ କରାଯାଇଥିଲା । ଶେଷରେ ପ୍ରବଣ ଓସିଏ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । କିନ୍ତୁ ଇସ୍ତଫାର କାରଣ ବ୍ୟକ୍ତିଗତ ବୋଲି ଦର୍ଶାଯାଇଛି ।