୨୦୨୫ରେ ୩ ଥର ମିଳିବ ସୁଭଦ୍ରା ଟଙ୍କା

ବାସ୍ତବ ବ୍ୟୁରୋ: ୨୦୨୫ ମସିହା ହେଉଛି ‘ସୁଭଦ୍ରା’ ଯୋଜନାର ବର୍ଷ। ଆସନ୍ତା ବର୍ଷ ମହିଳା ହିତାଧିକାରୀମାନେ ୩ ଥର ପାଇବେ ସୁଭଦ୍ରା ଟଙ୍କା । ଆସନ୍ତା ବର୍ଷ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ । ଏଥିସହ ମାର୍ଚ୍ଚ ୮ ଓ ରକ୍ଷା ବନ୍ଧନରେ ବି ସୁଭଦ୍ରା ଟଙ୍କା ମିଳିବ। ତେଣୁ ଆସନ୍ତା ବର୍ଷ ମହିଳାଙ୍କ ନିମନ୍ତେ ବଡ଼ ଖୁସି ଖବର ଆସିବାକୁ ଯାଉଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

୫ ଲକ୍ଷ ୧୧ ହଜାର ମହିଳାଙ୍କ KYCରେ ତ୍ରୁଟି ଥିବାରୁ ତାହାକୁ ସୁଧାରିବାକୁ ଡିସେମ୍ବର ଶେଷ ପର୍ଯ୍ୟନ୍ତ ସୁଯୋଗ ଦିଆଯାଇଥିଲା। ଆଜି ଫିଲ୍ଡ ରିପୋର୍ଟ ଆସିବ । ଜାନୁଆରୀ ପ୍ରଥମ ସପ୍ତାହରେ ପୁରା ସର୍ଭେ ସରିବ । ରିପୋର୍ଟ ଅନୁସାରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।

ଏଥିସହ ଆସନ୍ତା ବର୍ଷ ପାଇଁ ମାର୍ଚ୍ଚ ୮ ଓ ରକ୍ଷା ବନ୍ଧନରେ ଦୁଇ ଥର ମିଳିବ ସୁଭଦ୍ରା ଟଙ୍କା । ତେଣୁ ଆସନ୍ତା ବର୍ଷ ମହିଳାମାନେ ସମୁଦାୟ ୩ ଥର ସୁଭଦ୍ରା ଟଙ୍କା ପାଇବେ।

ସୂଚନାଯୋଗ୍ୟ, ହିତାଧୀକାରୀଙ୍କୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ମିଳି ସାରିଛି। ଡିସେମ୍ବର ୨୫ ତାରିଖରେ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ମିଳିବ ବୋଲି ଚର୍ଚ୍ଚା ହେଉଥିଲା। ତେବେ ଯାଞ୍ଚ ଚାଲିଥିବାରୁ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ଡିସେମ୍ବରରେ ମିଳିବ ନାହିଁ । ଏହା ୨୦୨୫ ମସିହାରେ ମିଳିବ ବୋଲି ଜଣାଯାଇଛି।

ସେୟାର କରନ୍ତୁ

Next Post

ପୂଣ୍ୟାତ୍ମା ପ୍ୟାରୀମୋହନ ଆଚାର୍ଯ୍ୟ ଙ୍କ ୧୪୩ ତମ ଶ୍ରାଦ୍ଧବାର୍ଷିକୀ ସମାରୋହ...

Mon Dec 30 , 2024
ସଂଜୟ ଶତପଥୀ(କଟକ): କଟକ ର ପୁରାତନ ବିଦ୍ୟାଳୟ ତଥା ଓଡ଼ିଶାର ଶିକ୍ଷା କୁ ସାରା ବିଶ୍ବରେ ପରିଚିତ କରାଇବାର ଲକ୍ଷ୍ୟ ନେଇ କଟକର ଦରଘାବଜାର ଠାରେ ପ୍ୟାରିମୋହନ ଏକାଡେ଼ମୀ ର ପ୍ରତିଷ୍ଠାତା ସ୍ବଃ ପ୍ୟାରୀମୋହନ ଆଚାର୍ଯ୍ୟ ଙ୍କ ୧୪୩ ତମ ଶ୍ରାଦ୍ଧବାର୍ଷିକୀ ପ୍ୟାରୀମୋହନ ଏକାଡେମୀ ପୁରାତନ ଛାତ୍ର ସଂସଦ ପକ୍ଷରୁ ସଂସଦର‌ ବରିଷ୍ଠ ଉପ-ସଭାପତି ଅତିରିକ୍ତ ଉଚ୍ଚତର ଶିକ୍ଷା ନିର୍ଦ୍ଦେଶକ ଡଃ ବିଶ୍ବଜିତ ଘୋଷ ଙ୍କ ସଭାପତିତ୍ବରେ ମହାସମାରୋହରେ ବିଦ୍ୟାଳୟ […]

You May Like

Pin It on Pinterest