ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ଜିରୋ ଟଲେରାନ୍ସ ନୀତି

ବାସ୍ତବ ବ୍ୟୁରୋ: ନୂଆବର୍ଷ ପାଇଁ ସବୁଠୁ ପ୍ରସ୍ତୁତି ଜୋରଦାର । ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ମଧ୍ୟ ବିଭିନ୍ନ ସ୍ଥାନରେ କରାଯାଇଛି ପ୍ରସ୍ତୁତି । ନୂଆବର୍ଷକୁ ସ୍ୱାଗତ କରିବାକୁ ସମସ୍ତଙ୍କ ମନରେ ପ୍ରବଳ ଉତ୍ସାହ। ଟୁଇନ୍ ସିଟିରେ ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି କମିଶନରେଟ ପୁଲିସ ବ୍ୟାପକ ବ୍ୟବସ୍ଥା କରିଛି ।

ଜିରୋ ନାଇଟ୍ ବେଳେ ଜିରୋ ଟଲେରାନ୍ସ ନୀତି ଆପଣାଇଥିବା ପୁଲିସ ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭ୍ ଅଭିଯାନକୁ ଜୋରଦାର କରିବ। ବାର, ପବ୍ ଓ ହୋଟେଲରେ କଡ଼ାକଡ଼ି ହେବ ଚେକିଂ। ଆଜି ସନ୍ଧ୍ୟାରୁ ଯାଞ୍ଚ ପ୍ରକ୍ରିୟାକୁ ଆହୁରି କଡ଼ାକଡ଼ି କରାଯିବ । ମଦ ପିଇ ଗାଡ଼ି ଚଳାଇଲେ ବାନ୍ଧିବ ପୁଲିସ। ସେହିପରି ରୋଡ୍ ରୋମିଓଙ୍କ ଉପରେ ତୀକ୍ଷଣ ନଜର ରହିବ । ସେମାନଙ୍କ ପାଇଁ ଜିରୋ ଟଲେରାନ୍ସ ନୀତି ଆପଣେଇଛି କମିଶନରେଟ ପୁଲିସ ।

ତେବେ ଜିରୋ ନାଇଟ୍ ସେଲିବ୍ରେସନ୍ ବେଳେ ମଦୁଆଙ୍କ ଉପରେ କଡ଼ା ନଜର ରଖିବେ ସରକାର । ମଦ୍ୟପାନ ଜନିତ କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।

ଅସ୍ଥାୟୀ ବାର୍ ଖୋଲିବା ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଛନ୍ତି ସରକାର । ବେଆଇନ ମଦ କାରବାର ଉପରେ ଗତ ୨୭ ତାରିଖରୁ ଚଢ଼ାଉ ଚାଲିଛି । ଅନେକ ସ୍ଥାନରେ ମଦ ଜବତ କରାଯିବା ସହ ବେଆଇନ ମଦ ବେପାରୀଙ୍କୁ ଗିରଫ ମଧ୍ୟ କରିଛି ଅବକାରୀ ବିଭାଗ । ପୁରା ଓଡ଼ିଶାରେ ପୋଲିସ, ଅବକାରୀ ବିଭାଗ ମିଳିତ ଭାବେ ଏହି ପ୍ରକ୍ରିୟା ଚଳାଇଛନ୍ତି । 

ପ୍ରତି ଜିଲ୍ଲାରେ ରହିବେ ସ୍ପେଶାଲ ଏନଫୋର୍ସମେଣ୍ଟ ଟିମ୍ । ଜିଲ୍ଲାରେ କୌଣସି ଜାଗାରେ ଯେମିତି ଚୋରା ମଦ ବିକ୍ରି ନହେବ, ତାହାର ଟାର୍ଗେଟ ନେଇ ଏନଫୋର୍ସମେଣ୍ଟ ଟିମ୍ କାର୍ଯ୍ୟ କରିବ । ଜବତ ହେଉଥିବା ଗାଡ଼ି ଗୁଡ଼ିକୁ ସରକାର ସମ୍ପୂର୍ଣ୍ଣ ବାଜ୍ୟାପ୍ତି କରିବେ ବେଲି ଆଇନ ମନ୍ତ୍ରୀ କହିଛନ୍ତି ।

ସେୟାର କରନ୍ତୁ

Next Post

୪ଙ୍କୁ ଖେଳ ରତ୍ନ; ୩୨ କ୍ରୀଡାବିତ୍‌ଙ୍କୁ ଅର୍ଜୁନ ପୁରସ୍କାର:କ୍ରୀଡ଼ା ମନ୍ତ୍ରାଳୟ ଘୋଷଣା

Thu Jan 2 , 2025
ବାସ୍ତବ ବ୍ୟୁରୋ: ୨୦୨୪ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୪ଜଣଙ୍କୁ ମେଜର ଧ୍ୟାନ୍‌ ଚାନ୍ଦ୍‌ ଖେଳରତ୍ନ, ୩୨ଜଣଙ୍କୁ ଅର୍ଜୁନ ପୁରସ୍କାର ରେ ସମ୍ମାନିତ କରାଯିବ । ବିଶ୍ୱ ଚେସ୍ ଚାମ୍ପିଅନ୍ ଡି ଗୁକେଶ ଓ ଅଲିମ୍ପିକ୍ସରେ ୨ଟି ପଦକ ଜିତିଥିବା ଷ୍ଟାର ଶୁଟର୍ ମନୁ ଭାକରଙ୍କୁ ମିଳିବ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର। ମନୁ ଭାକର ଓ ଡି. ଗୁକେଶଙ୍କ ସମେତ ପୁରୁଷ ହକି […]

You May Like

Pin It on Pinterest