ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଲେ IAS ମନୋଜ ସାହୁ

ବାସ୍ତବ ବ୍ୟୁରୋ : ଆଇଏଏସ୍‌ ମନୋଜ କୁମାର ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ମିଳିଛି। ୨୦୦୬ ବ୍ୟାଚ୍‌ର ଆଇଏଏସ୍‌ ଶ୍ରୀ ସାହୁଙ୍କୁ ଅରିନ୍ଦମ ଡାକୁଆଙ୍କ ସ୍ଥାନରେ ନିଯୁକ୍ତି ମିଳିଛି। ଏ ନେଇ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି। 

ମଜୋନ ସାହୁ ଗତ ନଭେମ୍ବର ୧୭  ତାରିଖ ଠାରୁ କେନ୍ଦ୍ରୀୟ ଡେପୁଟେସନରେ ଓଡ଼ିଶା କ୍ୟାଡରକୁ ଆସିଛନ୍ତି। ସେ ତିନିବର୍ଷ ପର୍ଯ୍ୟନ୍ତ ଇଣ୍ଟର-କ୍ୟାଡେଟ୍ ଡେପୁଟେସନରେ ଥିଲେ।

ଆଇଏଏସ୍ ମନୋଜ କୁମାର ସାହୁ ଜଗତପୁରସିଂହ ଜିଲ୍ଲା ବାଲିକୁଦା ବ୍ଲକ୍ ସିଙ୍ଗାପୁର ଗ୍ରାମର ମୂଳ ବାସିନ୍ଦା ଅଟନ୍ତି। ସେ ହେଉଛନ୍ତି ଅରୁଣାଚଳ ପ୍ରଦେଶ କ୍ୟାଡର୍ ଆଇଏଏସ୍ ଅଧିକାରୀ। ଶ୍ରୀ ସାହୁ ଦିଲ୍ଲୀ ଡେପୁଟି ଇଲେକ୍ସନ କମିସନରଭାବେ ନିଯୁକ୍ତି ପାଇଥିଲେ। ଏହା ସହିତ ଦାଦ୍ରା ନଗର ହାବେଳୀ ଓ ଦାମନ ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବେ ମଧ୍ୟ କାର୍ଯ୍ୟକରିଛନ୍ତି।

ସୂଚନାନୁଯାୟୀ, ରାଜ୍ୟ ସରକାର ଗତ ୨ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପଦରୁ ୨୦୧୧ ବ୍ୟାଚ୍‌ର ଆଇଏଏସ୍ ଅରିନ୍ଦମ ଡାକୁଆଙ୍କୁ ହଟାଇ ଗୃହ ଓ ନଗର ଉନ୍ନୟନ ବିଭାଗର ପୌର ପ୍ରଶାସନ ଓ ପଦାଧିକାରୀ ଅତିରିକ୍ତ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରିଥିଲେ।

ସେୟାର କରନ୍ତୁ

Next Post

ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ....

Mon Jan 6 , 2025
 ବାସ୍ତବ ବ୍ୟୁରୋ: ରାଜ୍ୟରେ ବଢିଚାଲିଛି ଅତ୍ୟାବଶ୍ୟକ ସାମଗ୍ରୀର ଦର । ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମଜିରେ ଆନ୍ଦୋଳନ କରାଯାଇଛି। ରାଜଧାନୀରେ ହଜାର ହଜାର ବିଜେଡି କର୍ମୀଙ୍କ ମେଳରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ  ମୋହନ ଚରଣ ମାଝୀଙ୍କ ସରକାରକୁ ମହଙ୍ଗା ମାଡ଼ ସରକାର ବୋଲି କହି କଟାକ୍ଷ କରିଛନ୍ତି। ଅତ୍ୟାବଶକୀୟ […]

You May Like

Pin It on Pinterest