ରାମଲୀଳା ନିର୍ଦ୍ଦେଶକଙ୍କୁ ଶ୍ରୀକ୍ଷେତ୍ର ରତ୍ନ ସମ୍ମାନ…

ସଂଜୟ ଶତପଥୀ(କଟକ): କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳର ଜଣାଶୁଣା ରାମଲୀଳା ନିର୍ଦ୍ଦେଶକ ତଥା ସ୍ଵର୍ଣ୍ଣପଦକପ୍ରାପ୍ତ ମାରୁତିଶ୍ରୀ ରଣଜିତ ପ୍ରସାଦ ଜେନାଙ୍କୁ ପୁରୀଠାରେ ଆୟୋଜିତ ଶ୍ରୀକ୍ଷେତ୍ର ମହୋତ୍ସବରେ ସମ୍ବର୍ଦ୍ଧିତ କରାଯାଇଛି।

ମୂର୍ଚ୍ଛନା ଓ ଓଡ଼ିଶା କଲଚର ଏକାଡ଼େମୀ ପକ୍ଷରୁ ତାଙ୍କୁ ଶ୍ରୀକ୍ଷେତ୍ର ରତ୍ନ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଭାଇ ମାଡ଼ ମାଥେ ଦେଲା କୀରିଟ,ମୃତ୍ୟୁ ଯଜ୍ଞେ ରାବଣୀ ଓ ପତି ପ୍ରାଣ ଦେଲା ସତୀ ସିନ୍ଦୁର ଆଦି ରାମାୟଣର ବିଭିନ୍ନ ବିଷୟବସ୍ତୁ ଆଧାରରେ ନାଟ୍ୟ ନିର୍ଦ୍ଦେଶନା ଦେଇ ଟାଙ୍ଗୀ ସମେତ କଟକ ଜିଲ୍ଲାର ବିଭିନ୍ନ ମଞ୍ଚରେ ଶ୍ରୀ ଜେନା ପୂର୍ବରୁ ସମ୍ବର୍ଦ୍ଧିତ ହୋଇଥିବା ଜାଣିବାକୁ ମିଳିଛି। ଟାଙ୍ଗୀ ଅଞ୍ଚଳରେ ଏହା ଚ଼ର୍ଚ୍ଚାକୁ ଆସିଥିବାବେଳେ ଏଥିପାଇଁ ଶ୍ରୀ ଜେନା ନାଟ୍ୟ ରଚୟିତା ତଥା ଗୁରୁ ମାରୁତିଶ୍ରୀ ସ୍ଵର୍ଗତଃ ରବିନ୍ଦ୍ର କୁମାର ସେଠୀଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି।

ସେୟାର କରନ୍ତୁ

Next Post

ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ ର ଆଲୋଚନା ଚକ୍ର, ସମ୍ବର୍ଦ୍ଧନା ସଭା ଏବଂ ସାରସ୍ୱତ ବନ୍ଧୁ ମିଳନ....

Mon Jan 13 , 2025
ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ ର ବ୍ରହ୍ମପୁର ଶାଖା କାର୍ଯ୍ୟଳୟ ଶୁଭାରମ୍ଭ । ବାସ୍ତବବ୍ୟୁରୋ(ବ୍ରହ୍ମପୁର): ହାରିଡ଼ାଖଣ୍ଡି ଅଞ୍ଚଳର ଦ୍ବାରିକା ନଗର ଠାରେ ଚାଲିଥିବା ବିବେକାନନ୍ଦ ସଂସ୍କୃତି ମେଳା ପରିସରରେ ଓଡ଼ିଶାର ଅନ୍ୟତମ ପ୍ରାଚୀନ ଏବଂ ପ୍ରତିଷ୍ଠିତ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ, ବୁଗୁଡ଼ା,ଗଞ୍ଜାମ ତରଫରୁ ଆଲୋଚନା ଚକ୍ର, ସମ୍ବର୍ଦ୍ଧନା ସଭା ଏବଂ ସାରସ୍ୱତ ବନ୍ଧୁ ମିଳନ ଗତ ୧୨ତାରିଖରେ ଆୟୋଜିତ ହେଇଯାଇଛି ।ବିକ୍ଷିପ୍ତା ସାହିତ୍ୟ ପ୍ରାତିଷ୍ଠାନ ର ସାଧାରଣ […]

You May Like

Pin It on Pinterest