ଆଜିର ଖାସ୍ ଖବର

୧-ଆଜି ଓଡିଶା ରେ ନୂଆ ୧ ଜଣ covid-19 ରୋଗୀ ଚିହ୍ନଟ। ଏହି ୧ ଜଣ ରୋଗୀ ସୁନ୍ଦରଗଡ ଜିଲ୍ଲା ର ବୋଲି କୁହାଯାଉଛି। ଓଡିଶା ରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୧୬୩ ରେ ପହଁଚିଲା।

୨-ମେ’ ୧୭ ଯାଏଁ ସବୁ ପରୀକ୍ଷା ସ୍ଥଗିତ। ଆଜିଠୁ ହ୍ବାଟସପରେ ପାଠପଢ଼ା ଆରମ୍ଭ, ଉପକୃତ ହେବେ ୨୦ ରୁ ୨୫ଲକ୍ଷ ବିଦ୍ୟାଳୟ ଛାତ୍ରଛାତ୍ରୀ।

୩-ଭୁବନେଶ୍ୱର:ପ୍ରବାସୀ ଓଡ଼ିଆଙ୍କ ପାଇଁ ୧୦ ନୋଡାଲ ଅଧିକାରୀ ନିଯୁକ୍ତ।

୪-ରାଜଧାନୀବାସୀଙ୍କୁ ନିସ୍ତାର ନାହିଁ; ରେଡ଼୍ ଜୋନରେ ରହିବ ଭୁବନେଶ୍ବର ମହାନଗର ନିଗମ।

୫-ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା,୧୧ଟି ଜିଲ୍ଲା ୟେଲୋଓ୍ଵାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ।

୬-କରୋନା ଯୋଦ୍ଧାଙ୍କୁ ସଲାମ, ବିମାନରୁ କିମସ୍ କୋଭିଡ୍ ହସ୍ପିଟାଲ ଉପରେ ପୁଷ୍ପବୃଷ୍ଟି କଲା ବାୟୁସେନା।

୭-ଗଞ୍ଜାମରେ କ୍ବାରେଣ୍ଟାଇନ ସେଣ୍ଟରରୁ ଚମ୍ପଟ ମାରିଲେ ୧୫୦ ସୁରତ ଫେରନ୍ତା; ୫୦ ଧରା ପଡ଼ିଲେ।

୮-ଗ୍ରୀନ୍‌ ଜୋନ୍‌ରେ ଚାଲିବନି ବସ୍‌, ମାଲିକ ସଂଘ କହିଲା ୫୦ ପ୍ରତିଶତ ଯାତ୍ରୀରେ ଖର୍ଚ୍ଚ ଉଠିବନି।

୯-ଆଜି ଠାରୁ ଡିଡି ଓଡ଼ିଆରେ ପଢ଼ିବେ ITI ଓ Diploma ଛାତ୍ରଛାତ୍ରୀ।

୧୦-ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଦୁଇଟି ବସ୍ ଦୁର୍ଘଟଣାଗ୍ରସ୍ତ ହେବା ପରେ ବଦଳିଲା ରୁଟ୍।

୧୧-ଜାମ୍ମୁ କାଶ୍ମୀରରେ ଗୁଳି ବିନିମୟ, କର୍ଣ୍ଣେଲ, ମେଜରଙ୍କ ସମେତ ୫ ସହିଦ,୨ ଆତଙ୍କବାଦୀ ନିପାତ।

୧୨-ମେ’ ୧୭ ଯାଏଁ ହାଇକୋର୍ଟ ଓ ନିମ୍ନ ଅଦାଲତର ସ୍ବଭାବିକ କାର୍ଯ୍ୟ ବାତିଲ, ହାଇକୋର୍ଟରେ ସପ୍ତାହକୁ ୫ଦିନ ହେବ ଜରୁରୀ ଶୁଣାଣି।

୧୩-କ୍ବାରେନ୍ଟାଇନ ନିୟମ ଭାଙ୍ଗିଲେ ହୋଇପାରନ୍ତି ଗିରଫ , ମିଳିବନି ସରକାରୀ ସହାୟତା-ମୁଖ୍ୟ ଶାସନ ସଚିବ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚରମଵାଣୀ ଶୁଣାଇଲେ ରାଜ୍ୟ ସରକାର

Mon May 4 , 2020
ବାସ୍ତବ ବ୍ୟୁରୋ-ଆଜି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ କରୋନା ସମ୍ପର୍କିତ ଖବର ଦେଇ କହିଛନ୍ତି ଯେ, ପ୍ରବାସୀମାନେ ବାହାରୁ ଫେରିବା ପରେ ୧୪ଦିନ ତ୍ୟାଗ ସ୍ୱୀକାର କରିବାକୁ ପଡ଼ିବ । ବିଶୃଙ୍ଖଳା ସୃଷ୍ଟି କରିଲେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେବ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ସକାଳେ ଏ ବାବଦରେ ଓଡ଼ିଆ ଫେରନ୍ତାଙ୍କୁ ଅପିଲ କରିଛନ୍ତି, କେତେବେଳେ ଟିକଟକ ଭିଡିଓ ପୁଣି କେତେବେଳେ ଦିଆଯାଉଥିବା ଖାଦ୍ୟକୁ ଫୋଫାଡ଼ିବା […]

You May Like

Pin It on Pinterest