ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା: ରାଜ୍ୟ ବାହାରେ ଥିବା ମହିଳାଙ୍କୁ ମିଳିବ ‘ସୁଭଦ୍ରା’

ବାସ୍ତବ ବ୍ୟୁରୋ : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା । ରାଜ୍ୟ ବାହାରେ ରହୁଥିବା ମହିଳାଙ୍କୁ ବି ମିଳିବ ସୁଭଦ୍ରା ଟଙ୍କା । ତେଣୁ ସେମାନ ଯଦି ଆବେଦନ କରିବେ, ତେବେ ସେମାନଙ୍କ କଥାକୁ ବିଚାରକୁ ନିଆଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । 

ସେ କହିଛନ୍ତି ଯେ, ରାଜ୍ୟର ସମସ୍ତ ମହିଳାଙ୍କୁ ସୁଭଦ୍ରା ସହାୟତା ମିଳିବ । ଏହିକ୍ରମରେ ବାଦ୍‌ ପଡିଥିବା ହିତାଧିକାରୀଙ୍କ ପାଇଁ ଜିଲ୍ଲାଓ୍ୱାରୀ ରିଭ୍ୟୁ ହୋଇଥିଲା । ଯେଉଁଥିରେ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ଏହାବ୍ୟତୀତ ରାଜ୍ୟ ବାହାରେ ରହୁଥିବା ମହିଳାଙ୍କ ସୁଭଦ୍ରା ସହାୟତା ମିଳିବା ଉଚିତ୍‌ । ଏଥିପାଇଁ ସେମାନେ ଆବେଦନ କରିବା ଉଚିତ୍‌ । ଯଦି ସେମାନେ ଆବେଦନି କରିବେ । ତେବେ ସେମାନଙ୍କୁ ଟଙ୍କା ମିଳିବ । ଶେଷ ହିତାଧିକାରୀଙ୍କ ପାଖରେ ସୁଭଦ୍ରା ପହଞ୍ଚିବାକୁ ଟାର୍ଗେଟ ରଖିଛୁ । ଜାନୁଆରୀ ଶେଷ ସୁଦ୍ଧା ସୁଭଦ୍ରାକ ଟଙ୍କା ମିଳିବ । ଚତୁର୍ଥ ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ଲୋକଙ୍କୁ ଟଙ୍କା ମିଳିବ ।

ସେୟାର କରନ୍ତୁ

Next Post

ରାଜ୍ୟ କ୍ୟାବିନେଟ୍‌ରେ ୧୦ ପ୍ରସ୍ତାବକୁ ଅନୁମୋଦନ

Wed Jan 22 , 2025
ବାସ୍ତବ ବ୍ୟୁରୋ: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା ।  କ୍ୟାବିନେଟ ବୈଠକରେ ମୋଟ ୯ଟି ବିଭାଗର ୧୦ଟି ପ୍ରସ୍ତାବକୁ କ୍ୟାବିନେଟଙ୍କ ଅନୁମୋଦନ ମିଳିଛି । ଶକ୍ତି, ସ୍କୁଲ ଓ ଗଣଶିକ୍ଷା, ପଂଚାୟତିରାଜ , ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଆଣ୍ଡ ଆଇଟି,ଅର୍ଥ, କୃଷି , ସ୍ୱାସ୍ଥ୍ୟ ଓ ଆଇନ ବିଭାଗର ମୋଟ ୧୦ଟି ପ୍ରସ୍ତାବ ସାମିଲ ଅଛି । ଚଳିତ ବର୍ଷ […]

You May Like

Pin It on Pinterest