ଏପ୍ରିଲରୁ ଓଡ଼ିଶାରେ ଲାଗୁ ହେବ ଏନ୍ଇପି

ବାସ୍ତବ ବ୍ୟୁରୋ: ଏପ୍ରିଲରୁ ଓଡ଼ିଶାରେ ଲାଗୁ ହେବ ନ୍ୟାସ୍‌ନାଲ ଏଗୁକେସନ ପଲିସି ବା ଏନ୍‌ଇପି (ଏନ୍ଇପି) । ଏନେଇ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରାଯାଇଛି । ଏଥି ସହ ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ଶିଶୁ ବଟିକା ଚଳିତ ଶିକ୍ଷା ବର୍ଷରୁ ଆରମ୍ଭ ହେବା ନେଇ ମଧ୍ୟ ବିଜ୍ଞପ୍ତି ଜାରି ହୋଇଛି।

ଆଜି ଅର୍ଥାତ ମଙ୍ଗଳବାର ଠାରୁ ୩ ଦିନ ଧରି ଜାତୀୟ ଶିକ୍ଷା  ନୀତି ୨୦୨୦ ପ୍ରଣୟନକୁ ନେଇ ଜାତୀୟ କର୍ମଶାଳା ଲୋକସେବା ଭବନରେ ଅନୁଷ୍ଠିତ ହେଉଛି। ଏହି କର୍ମଶାଳାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଉଥିବା ବେଳେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ମୋହନ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଉଛନ୍ତି । ଏହି କର୍ମଶାଳାରେ ବିଭିନ୍ନ ରାଜ୍ୟର ପ୍ରତିନିଧି ମଧ୍ୟ ଯୋଗ ଦେଇଛନ୍ତି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ପୂର୍ବ ସରକାର ଜାତୀୟ ଶିକ୍ଷା ନୀତି ଲାଗୁ କରିବାକୁ କହିଥିଲେ, ହେଲେ କଲେନାହିଁ । ରାଜ୍ୟରେ ମୋହନ ମାଝୀଙ୍କ ସରକାର ଆସିବା ପରେ ଏନ୍‌ଇପି ଲାଗୁ ହୋଇଛି । ଏପ୍ରିଲ୍‌ ମାସ ଠାରୁ ରାଜ୍ୟରେ ଏନ୍‌ଇପି ଲାଗୁ ହେବ ବୋଲି ଘୋଷଣା ହୋଇଛି । ନୂଆ ଶିକ୍ଷା ନୀତି ପାଠ୍ୟ ଖସଡ଼ା ପାଇଁ କମିଟି ଗଠନ ହୋଇଛି। ଏନ୍‌ଇପି ଲାଗୁ ପାଇଁ ଓଡିଶାର ଗୋଟିଏ ସର୍ତ୍ତ ଥିଲା ଯେ, ଓଡିଆ ସଂସ୍କୃତି ଐତିହ୍ୟକୁ ନେଇ ପାଠର ଖସଡ଼ା ପ୍ରସ୍ତୁତ ହେବ । ନୂଆ ଶିକ୍ଷା ନୀତିରେ ଓଡିଆ ଛାତ୍ରଛାତ୍ରୀଙ୍କୁ ବୀରପୁରୁଷଙ୍କ ଗାଥା, ନୌବାଣିଜ୍ୟ ଉପରେ ପାଠ ପଢିବେ । ଏହାବ୍ୟତୀତ ବିଜ୍ଞାନରେ ପଠାଣି ସାମନ୍ତଙ୍କ ଉଦାହରଣ ଦିଆଯିବ । କେବଳ ସେତିକି ନୁହେଁ, ଇତିହାସରେ ବକ୍ସି ଜଗବନ୍ଧୁ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ତଥ୍ୟ ମଧ୍ୟ ରହିବ ।

ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଶିକ୍ଷା ହେଉଛି ଶକ୍ତି । ଓଡିଶାରେ ଏନ୍‌ଇପି ଲାଗୁ ହେବାରେ ବିଳମ୍ବ ହୋଇଛି । ୫ ବର୍ଷ ପଛରେ ହେଲେ ବି ଓଡିଶାରେ ଜାତୀୟ ଶିକ୍ଷା ନୀତି ଲାଗୁ ହୋଇଛି । ଏଥିରେ ପାଠ ପଢା ସହିତ ଖେଳକୁ ଗୁରୁତ୍ୱ ଦିଆଯିବ । ପାଠ ପଢା ପାଇଁ ସମସ୍ତ ପୁସ୍ତକ ଯୋଗାଇ ଦିଆଯିବ । ଆମ ରାଜ୍ୟରେ ନିଯୁକ୍ତି ଓ ଶିକ୍ଷାର ଭିତ୍ତିଭୂମି କ୍ଷେତ୍ରରେ ଆମେ ପଛରେ ରହିଛୁ । ପୂର୍ବ ସରକାର ଏହାକୁ ପ୍ରାଥମିକତା ଦେଉନଥିଲେ । ଏପିରିକି କିଛି ସ୍ଥାନରେ ଶିକ୍ଷା ଭିତ୍ତିଭୂମି ଆଦୌ ନଥିଲା । ଭଙ୍ଗା କୁଡିଆରେ ପାଠ ପଢା ହୋଇଆସୁଛି । ଏହାକୁ ଆମକୁ ସୁଧାରିବାକୁ ପଡିବ । 

ସେୟାର କରନ୍ତୁ

Next Post

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା: ରାଜ୍ୟ ବାହାରେ ଥିବା ମହିଳାଙ୍କୁ ମିଳିବ ‘ସୁଭଦ୍ରା’

Tue Jan 21 , 2025
ବାସ୍ତବ ବ୍ୟୁରୋ : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା । ରାଜ୍ୟ ବାହାରେ ରହୁଥିବା ମହିଳାଙ୍କୁ ବି ମିଳିବ ସୁଭଦ୍ରା ଟଙ୍କା । ତେଣୁ ସେମାନ ଯଦି ଆବେଦନ କରିବେ, ତେବେ ସେମାନଙ୍କ କଥାକୁ ବିଚାରକୁ ନିଆଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।  ସେ କହିଛନ୍ତି ଯେ, ରାଜ୍ୟର ସମସ୍ତ ମହିଳାଙ୍କୁ ସୁଭଦ୍ରା ସହାୟତା ମିଳିବ । ଏହିକ୍ରମରେ ବାଦ୍‌ ପଡିଥିବା ହିତାଧିକାରୀଙ୍କ ପାଇଁ ଜିଲ୍ଲାଓ୍ୱାରୀ ରିଭ୍ୟୁ ହୋଇଥିଲା […]

You May Like

Breaking News

Pin It on Pinterest