ରାଜ୍ୟ କ୍ୟାବିନେଟ୍‌ରେ ୧୦ ପ୍ରସ୍ତାବକୁ ଅନୁମୋଦନ

ବାସ୍ତବ ବ୍ୟୁରୋ: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା ।  କ୍ୟାବିନେଟ ବୈଠକରେ ମୋଟ ୯ଟି ବିଭାଗର ୧୦ଟି ପ୍ରସ୍ତାବକୁ କ୍ୟାବିନେଟଙ୍କ ଅନୁମୋଦନ ମିଳିଛି । ଶକ୍ତି, ସ୍କୁଲ ଓ ଗଣଶିକ୍ଷା, ପଂଚାୟତିରାଜ , ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଆଣ୍ଡ ଆଇଟି,ଅର୍ଥ, କୃଷି , ସ୍ୱାସ୍ଥ୍ୟ ଓ ଆଇନ ବିଭାଗର ମୋଟ ୧୦ଟି ପ୍ରସ୍ତାବ ସାମିଲ ଅଛି ।

ଚଳିତ ବର୍ଷ ୧୧୪ଟି ପଞ୍ଚାୟତରେ ପ୍ରଥମ ପର୍ଯ୍ୟାୟରେ ଏହା ଆରମ୍ଭ ହେବ । ପରବର୍ତ୍ତୀ ୪ ବର୍ଷରେ ଅନ୍ୟ ପଞ୍ଚାୟତଗୁଡ଼ିକରେ ଏହାକୁ ପହଞ୍ଚାଯିବ ।

ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରତି ଉଚ୍ଚ ବିଦ୍ୟାଳୟକୁ ସୁଦୃଢ଼ କରାଯିବ। ସ୍ମାର୍ଟ ବିଦ୍ୟାଳୟ ପାଇଁ ପ୍ରାଥମିକ ବିଦ୍ୟାଳୟ ଫିଡର ସ୍କୁଲ୍ ରହିବ । ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ଆଦର୍ଶ ବିଦ୍ୟାଳୟ ରହିବ । ଗୋଟିଏ ଆଦର୍ଶ ବିଦ୍ୟାଳୟ ଲାଗି ୪ରୁ ୫ କୋଟି ଖର୍ଚ୍ଚ ହେବ । ଏହାସହ ୨୦୨୮ ସୁଦ୍ଧା ସମସ୍ତ ଶିକ୍ଷକ ପଦବୀ ପୂରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କହିଛନ୍ତି ।

ରାଜ୍ୟର ୬୭୯୪ ପଞ୍ଚାୟତରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହେବ ।  ମଡେଲ୍ ସ୍କୁଲର ନାଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ରହିବ । ସମସ୍ତ ଭିତ୍ତିଭୂମି ସହ ପର୍ଯ୍ୟାପ୍ତ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତ କରାଯିବେ । ଜାତୀୟ ଶିକ୍ଷା ନୀତି ଅନୁସାରେ ବ୍ୟବସ୍ଥା କରାଯିବ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲା ଆଦର୍ଶ ବିଦ୍ୟାଳୟରେ ପାଠ ପଢ଼ିବେ। ସେଠାରୁ ପାଠପଢ଼ା ଶେଷ ପରେ ପିଲା ହାଇସ୍କୁଲ୍‌କୁ ଯିବେ ।

କ୍ୟାବିନେଟ୍‌ରେ ବିକଶିତ ଗାଁ ବିକଶିତ ଓଡ଼ିଶାକୁ ମଞ୍ଜୁରୀ ମିଳିଛି।  ଗାଁର ବିକାଶ ହେଲେ ଦେଶର ବିକାଶ ସମ୍ଭବ ହୋଇ ପାରିବ। ଏଥିପାଇଁ ବଜେଟରେ ଥିବା ବ୍ୟୟବରାଦକୁ ବୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସ୍ବାସ୍ଥ୍ୟ କ୍ଷେତ୍ରକୁ ବିକଶିତ କରାଯିବ। ୫ ହଜାର ଡାକ୍ତରଙ୍କୁ ଶୀଘ୍ର ନିଯୁକ୍ତି ପ୍ରଦାନ କରାଯିବ। ୧୨୪ ‌ଦନ୍ତ ଚିକିତ୍ସକଙ୍କୁ ମଧ୍ୟ ନିଯୁକ୍ତି ମିଳିବ। ଅଧିକ ମେଡିକାଲ କଲେଜ ପ୍ରତିଷ୍ଠା କରି ଡାକ୍ତରଙ୍କ ସଂଖ୍ୟାରେ ବୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସ୍ୱାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ଵ ଦେଇ ଓଡ଼ିଶା ଡାକ୍ତରୀ ଓ ସ୍ବାସ୍ଥ୍ୟସେବା ନିୟମାବଳୀ-୨୦୧୭ର ସଂଶୋଧନକୁ ମଞ୍ଜୁର ପ୍ରଦାନ କରାଯାଇଛି। ନିଯୁକ୍ତି ସ୍ତରକୁ ୭ ରୁ ହ୍ରାସ କରି ୬ରେ ସୀମିତ ରଖାଯିବ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦକ୍ଷ ମାନବ ସମ୍ବଳ ଯୋଗାଇ ଦିଆଯିବ। 

ସେହିପରି କୃଷି ବିଭାଗର ଶୀତଳ ଭଣ୍ଡାର ନେଇ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି। ନୂଆ ଶୀତଳ ଭଣ୍ଡାର ଲାଗି ପୁଞ୍ଜି ବିନିଯୋଗରେ ସବସିଡ୍ ଦିଆଯିବ । ଜନଜାତିଙ୍କ ସହିତ ମହିଳା ଓ ତୃତୀୟ ଲିଙ୍ଗୀଙ୍କୁ ସବସିଡ୍ ମିଳିବ। ୪ଟି ସ୍ଲାବ୍‌ରେ ସବସିଡ୍ ସୁବିଧା ମିଳିବ। ମୋଟ ପୁଞ୍ଜି ବ୍ୟୟର ୬୦ ପ୍ରତିଶତ ସବସିଡ୍ ମିଳିବ। ସର୍ବାଧିକ ୬ କୋଟି ୫୦ ଲକ୍ଷ ଟଙ୍କା ସବସିଡ୍ ଦିଆଯିବ। ଅନ୍ୟ ହିତାଧିକାରୀଙ୍କୁ ସ୍ଥାୟୀ ବ୍ୟୟର ୫୦ ପ୍ରତିଶତ ଅର୍ଥାତ୍ ୬ କୋଟି ପର୍ଯ୍ୟନ୍ତ ସବସିଡ୍ ମିଳିବ। ଶୀତଳ ଭଣ୍ଡାର ପାଇଁ ପ୍ରଥମ ଦିନରୁ ବିଜୁଳି ବିଲ୍‌ରେ ରିହାତି ଦିଆଯିବ ।

ଓଡ଼ିଶାରେ ସେମିକଣ୍ଡକ୍ଟର କାରଖାନା ଲାଗି ପ୍ରୋତ୍ସାହନ ଦିଆଯିବ । ଏଥିପାଇଁ ଆରଆଇଆର ପାୱାର ଇଲୋକ୍ଟ୍ରୋନିକ୍ସ ଲିମିଟେଡ୍‌କୁ ୫୦ ପ୍ରତିଶତ ଇନସେଣ୍ଟିଭ୍ ଦିଆଯିବ । ପୂର୍ବରୁ ସରକାର ୩୦ ପ୍ରତିଶତ ଦେଉଥିଲେ, ୨୦ ପ୍ରତିଶତ ଟପଅପ୍ ଆକାରରେ ଦିଆଯିବ । ଏଥିପାଇଁ ୨ଟି ପର୍ଯ୍ୟାୟ ୧୧୦ କୋଟି ଖର୍ଚ୍ଚ ହେବ । ୭୫୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ମିଳିବ ।

ସେୟାର କରନ୍ତୁ

Next Post

ଗୋଡଭଗା ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ....

Thu Jan 23 , 2025
ବରଗଡ଼୨୩/୧(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ଶିକ୍ଷା ବିଭାଗ ଅଧୀନସ୍ଥ ଗୋଡ଼ଭଗା ଜନତା ଉଚ୍ଚ ବିଦ୍ୟାଳୟ ରେ ଅଧ୍ୟକ୍ଷ ଅଦନ ସୁନା ଙ୍କ ସଭାପତିତ୍ବରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମହା ସମାରୋହରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି। ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବୁର୍ଲା ଉଚ୍ଚ ବାଳକ ବିଦ୍ୟାଳୟ ଓଡ଼ିଆ ଶିକ୍ଷକ ରାମକୃଷ୍ଣ ରଥ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବସର ଶିକ୍ଷକ କୈଳାସ […]

You May Like

Pin It on Pinterest