
ବରଗଡ଼୨୩/୧(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ଶିକ୍ଷା ବିଭାଗ ଅଧୀନସ୍ଥ ଗୋଡ଼ଭଗା ଜନତା ଉଚ୍ଚ ବିଦ୍ୟାଳୟ ରେ ଅଧ୍ୟକ୍ଷ ଅଦନ ସୁନା ଙ୍କ ସଭାପତିତ୍ବରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମହା ସମାରୋହରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି।
ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବୁର୍ଲା ଉଚ୍ଚ ବାଳକ ବିଦ୍ୟାଳୟ ଓଡ଼ିଆ ଶିକ୍ଷକ ରାମକୃଷ୍ଣ ରଥ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବସର ଶିକ୍ଷକ କୈଳାସ ମହାରଣା ଯୋଗଦେଇ ମଞ୍ଚାସିନ ରହି ଥିଲେ।ସର୍ବ ପ୍ରଥମେ ଅତିଥି ମାନଙ୍କୁ ଫୁଲ ତୋଡା ଦେଇ ପାଛୋଟି ଆସନ ଅଳଙ୍କୃତ ପରେ ବାଗଦେବୀ ବୀଣାପାଣି,ଗଜାନନ ଓ ମାଁ ସମଲେଶ୍ଵରୀ ଙ୍କ ଠାରେ ପୂଜାର୍ଚ୍ଚନା ପୂର୍ବକ ନେତାଜୀ ସୁବାସ ବୋଷ ଓ ବୀର ସୁରେନ୍ଦ୍ର ସାଏ ବୀର ପୁତ୍ର ଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ ଦିବାଙ୍ଗତ ପୂର୍ବତନ ପ୍ରଧାନ ମନ୍ତ୍ରୀ ତଥା ଅର୍ଥନୀତିଜ୍ଞ ଡ ମନ ମୋହନ ସିଂ ଙ୍କ ସ୍ମୃତିରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରି ବାର୍ଷିକୋତ୍ସବ ର ଶୁଭ ଉଦଘାଟନ ହୋଇ ଥିଲା।
ଶିକ୍ଷୟିତ୍ରୀ ରଞ୍ଜୁଲତା ମିଶ୍ର ଙ୍କ ନିର୍ଦ୍ଦେଶନା ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଗାନ ହୋଇଥିଲା।ଶିକ୍ଷୟିତ୍ରୀ ନନ୍ଦିନୀ ହୋତା ଙ୍କ ଦ୍ଵାରା ସ୍ବାଗତ ଅଭିଭାଷଣ ସହ ବାର୍ଷିକ ବିବରଣୀ ପଠନ କରିଥିଲେ।ଶିକ୍ଷକ ଅଭିଜିତ ସତିଶ କୁମାର ନାଏକ ଅତିଥି ମାନେ ପରିଚୟ ପ୍ରଦାନ କରିଥିଲେ।।ଶିକ୍ଷୟିତ୍ରୀ କଲ୍ୟାଣୀ ସାମନ୍ତ ଓ ରତ୍ନମାଳା ସାହୁ ଙ୍କ ପରିଚାଳନା ରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଏକ ଆଭାସି ବିଧାନ ସଭା ଅତି ସୁନ୍ଦର ଭାବେ ପରିବେଷିତ ହୋଇ ଥିଲା।ଏହି ଉତ୍ସବ ରେ ବାର୍ଷିକ କ୍ରୀଡା ସହ ବାର୍ଷିକ ଉତ୍ସବ ର ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ୨୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହ ଟ୍ରଫି ଓ ରୌପ୍ୟ,ସ୍ଵର୍ଣ୍ଣ ପଦକ ପ୍ରଦାନ କରି ଉତ୍ସାହିତ କରିଥିଲେ।ଏଥିରେ ଶିକ୍ଷକ ଅମୂଲ୍ୟ ସେଠି,ରମେଶ ଛନ୍ଦ,ଚିନ୍ମୟୀ ସେଠ,ଅମିୟ ପଟ୍ଟନାୟକ,ପ୍ରିୟଙ୍କା ପ୍ରଧାନ,ନିତା ବାଗ,ମିତା ମହାକୁର ସମସ୍ତ କର୍ମଚାରୀ,ଏନ୍ ସିସି,ସ୍କାଉଟ ଗାଇଡ ର ଛାତ୍ରଛାତ୍ରୀ,ପରିଚାଳନା କମିଟି ର ସମସ୍ତ କର୍ମକର୍ତ୍ତା ତଥା ଅଭିଭାବକ ଅଭିଭାବିକା ସକ୍ରିୟ ସହଯୋଗ ରହିଥିଲା।ପରି ଶେଷରେ ସୁଶ୍ରୀ ବରିଷ୍ଠ ଶିକ୍ଷୟିତ୍ରୀ ନିଳୀମା ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।



