ନବୀନ ନିବାସରେ ନାଗ !

ଭୁବନେଶ୍ୱର(ବାସ୍ତବ ଟିଭି): ରାଜନୀତି କାରିବ ପଦ୍ମଶ୍ରୀ ହଳଧର ନାଗ । ଏନେଇ ଆଜି କୋଶଳୀ କବି ହଳଧର ନାଗ ନବୀନ ନିବାସରେ ପହଁଚି ନବୀନ ନିବାସରେ ପହଁଚିଛନ୍ତି । ତେବେ ସେ କେଉଁ ଆସନରୁ ଲଡଢ଼ିବେ ତାହାନେଇ ସ୍ପଷ୍ଟ ହୋଇନଥିଲେ ମଧ୍ୟ ନିର୍ବାଚନ ଲଢ଼ିବେ ବୋଲି ବାରି ହୋଇ ପଡ଼ୁଛି । ଅପରପକ୍ଷରେ ଟିକେଟ ପାଇଁ ଆଶାୟୀ ଅଛନ୍ତି କି ନାହାନ୍ତି ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ଖୁବଶୀଘ୍ର ବିଜେଡି ପ୍ରଥମ ପର‌୍ୟ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ । ତେଣୁ ଏନେଇ ପଶ୍ଚିମ ଓଡିଶାର ବହୁ ଟାଣୁଆ ନେତାଙ୍କୁ ମଧ୍ୟ ନବୀନ ନିବାସରେ ଦେଖିବାକୁ ମିଳୁଛି । ଆଜି ନବୀନ ନିବାସରେ ଦେଖିବାକୁ ମିଳିଛି ପଶ୍ଚିମଓଡିଶାର ଅନ୍ୟତମ ଟାଣୁଆ ନେତା ନବ ଦାସଙ୍କୁ ।

ପୂର୍ବରୁ ନବ ଦାସ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଛନ୍ତି । ତେବେ ନିର୍ବାଚନ ଲଢିବା ନେଇ ନବଙ୍କ ଠାରୁ କିଛି ବି ସୂଚନା ମିଳିପାରିନି । ଏଥର ତାଙ୍କୁ ଟିକଟ ମିଳିବ ନା ନବ ଲୋକସଭା ଲଢିବେ ଏହା ମଧ୍ୟ ସ୍ପଷ୍ଟ ହୋଇନି । ସମସ୍ତଙ୍କ ନଜର ରହିଛି ନବଙ୍କୁ ଟିକଟ ମିଳିବ କେଉଁଠୁ । ସେହିପରି ଝାରସୁଗୁଡାର ବରିଷ୍ଠ ବିଜେଡି ନେତା କିଶୋର ମହାନ୍ତି ମଧ୍ୟ ଆଜି ନବୀନନିବାସରେ ପହଁଚିଛନ୍ତି । ଝାରସୁଗୁଡାରୁ କିଶୋର ମହାନ୍ତି ଏଥର ଟିକଟ ଆଶାୟୀ ରହିଛନ୍ତି ସାମାଜିକ କର୍ମୀ ମୀରା ପରିଡାଙ୍କୁ ବି ନବୀନ ନିବାସରେ ଦେଖିବାକୁ ମିଳିଥିଲା । ଆଗାମୀ ନିର୍ବାଚନରେ ନିର୍ବାଚନ ନ ଲଢିବାକୁ ଘୋଷଣା କରିଛନ୍ତି ଅନଙ୍ଗ ଉଦୟ । ସେ କହିଛନ୍ତି, ଆଗାମୀ ନିର୍ବାଚନରେ ନବୀନ ପଟ୍ଟନାୟଙ୍କ ବିଜୟ ହେବ । ସେହିଭଳି ଅନନ୍ତ ଦାସ ବି କହିଛନ୍ତି, ନିର୍ବାଚନ ଲଢିବାକୁ ତାଙ୍କୁ ସବୁଜ ସଙ୍କେତ ମିଳିସାରିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନବୀନଙ୍କ ଗେମ୍ ପ୍ଲାନ୍- ୧

Mon Mar 18 , 2019
ପ୍ରକାଶ ପାଇଲା ବିଜେଡ଼ିର ପ୍ରଥମ ଓ ଦ୍ୱତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଆସନ୍ତା ନିର୍ବାଚନ ପାଇଁ ବିଜେଡ଼ି ତାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ପ୍ରାର୍ଥୀ ତାଲିକାରେ ମୋଟ୍ ୯ଟି ଲୋକସଭା ସମେତ ୫୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି ।ଏଇ ମାତ୍ର କିଛି ଦିନହେବ ନବୀନ ନିବାସରେ ଟିକେଟ ପାଇଁ ମନ୍ତ୍ରୀ ଓ ବିଧାୟକ ମାନେ ନିଜର ବାୟୋଡ଼ାଟା ଧରି ନିଜର […]
nabina

You May Like

Pin It on Pinterest