ନିଷ୍ଠା ପରିବାର ର ରେଡ ଡ୍ରପ ମାରାଥନ ଜାରୀ ଗୋଟିଏ ଦିନରେ ଦୁଇଟି ରକ୍ତ ଦାନ ଶିବିର….

ବରଗଡ଼୨୩/୧(ନବୀନ କୁମାର ଦାଶ):ବରଗଡ଼ ରେଳୱେ ଷ୍ଟେସନ ରୋଡ ସତସଙ୍ଗ ବିହାର ଠାରେ ନିଷ୍ଠା ପରିବାର ର ରେଡ ଡ୍ରପ ମାରାଥନର ତେଇଶ ଦିନରେ ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କ ର ୨୬ତମ ଶ୍ରୀ ବିଗ୍ରହ ଉନ୍ମୋଚନ ସ୍ମୃତି ଦିବସ ଅବସର ରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିର କୁ ଆଚାର୍ଯ୍ୟ ବସନ୍ତ କୁମାର ପାତ୍ର ଫିତା କାଟି ଶୁଭାରମ୍ଭ କରି ଥିଲେ।

ଏହି ଶିବିର ରୁ ସର୍ବମୋଟ ୩୨ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା।ଠିକ୍ ସେହିପରି ନିଷ୍ଠା ପରିବାର ର ଉପଦେଷ୍ଟା ଶ୍ରୀ ଆଶିଷ କର ଓ ଦୀପ୍ତି ରାଣୀ କର ଙ୍କ ବିବାହ ବାର୍ଷିକୀ ଅବସରରେ ବରଗଡ଼ ଭଟଲି ରୋଡ଼ ସ୍ଥିତ ହରି ଓମ ସୋସାଇଟି ଠାରେ ମଧ୍ଯ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ନିଷ୍ଠା ପରିବାର ତରଫ ରୁ ଆୟୋଜିତ ହୋଇଥିଲା।ଏହି ଶିବିର କୁ ଆଶିଷ କର ଙ୍କ ବାପା ଗୋପାଳ କର ଓ ମାଁ ସତ୍ୟ ବତୀ କର ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ।କର ପରିବାର ଓ ହରି ଓମ ସୋସାଇଟି ର ଅନେକ ରକ୍ତ ଦାତା ଉତ୍ସାହ ର ସହିତ ରକ୍ତଦାନ କରି ଥିଲେ।ଏହି ଶିବିର ରୁ ସର୍ବମୋଟ ୩୦ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

ଉଭୟ ଶିବିର ରୁ ସର୍ବମୋଟ ୬୨ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ସମସ୍ତ ରକ୍ତଦାତା,ସହଯୋଗୀ,ଶୁଭେଛୁ ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ର ଙ୍କ ଅନୁଗତ,କର ପରିବାର,ହରି ଓମ ସୋସାଇଟି ସମସ୍ତ ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ।ଉଭୟ ଶିବିର କୁ ନିଷ୍ଠା ପରିବାର ର ସଦସ୍ୟ ସଦସ୍ୟା ମାନେ ସୁପରିଚାଳନା କରିଥିଲେ।

ସେୟାର କରନ୍ତୁ

Next Post

ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ କେନ୍ଦ୍ରାପଡା ସରକାରୀ ଡାକ୍ତରଖାନାରେ ସଫେଇ କାର୍ଯ୍ୟକ୍ରମ....

Thu Jan 23 , 2025
ଜୟନ୍ତ ଶତପଥୀ(କେନ୍ଦ୍ରାପଡ଼ା): ଆଜି କେନ୍ଦ୍ରାପଡ଼ା ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ କେନ୍ଦ୍ରାପଡା ସରକାରୀ ଡାକ୍ତରଖାନା ପରିସରରେ ସଫେଇ କାର୍ଯ୍ୟକ୍ରମ କରାଯାଇଛି। ଏହି ସୁନ୍ଦର କାର୍ଯ୍ୟକ୍ରମ କୁ କେନ୍ଦ୍ରାପଡା ପୈାରାଧ୍ଯକ୍ଷା ଶ୍ରୀମତୀ ସରିତା ସାହୁ ପତାକା ଉଡ଼ାଇ ଶୁଭାରମ୍ଭ ର ଘୋଷଣା କରିଥିଲେ। ମଞ୍ଚର ସଭାପତି ଶ୍ରୀ ଅକ୍ଷୟ କୁମାର ମହାନ୍ତି ଙ୍କ ନେତୃତ୍ବରେ ୫୦ ଜଣରୁ ଅଧୂକ ବରିଷ୍ଠ ନାଗରିକ ଯୋଗଦେଇ ଉତ୍ସାହର ସହ ଏହି ସଫେଇ କାର୍ଯ୍ୟକ୍ରମ […]

You May Like

Pin It on Pinterest