
ସଂଜୟ ଶତପଥୀ(କଟକ): ଓଡ଼ିଶାର ବରପୁତ୍ର କଟକ ମାଟିର ଯୋଗ୍ୟ ସନ୍ତାନ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କର ୧୨୮ ତମ ଜନ୍ମଜୟନ୍ତୀ କଟକ ର ଓଡ଼ିଆ ବଜାର ସ୍ଥିତ ନେତାଜୀଙ୍କ ଜନ୍ମ ପୀଠରେ ମହାସମାରୋହରେ ପାଳିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଓଡିଶାର ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ମାନନୀୟା ଉପ-ମୂଖ୍ଯମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, କଟକ ର ମାନନୀୟ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ, କଟକ କମିଶନରେଟ୍ ପୋଲିସ୍ ର ମାନନୀୟ ଉପ-ଆୟୁକ୍ତ ଶ୍ରୀ ଜଗମୋହନ ମୀନା, ମହାନଗର ନିଗମ ର ମାନନୀୟ ମେୟର ଶ୍ରୀ ସୁବାସ ସିଂ, ଭାରତୀୟ ଜନତା ପାର୍ଟି ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ, ଭାରତୀୟ ଜନତା ପାର୍ଟି ନେତା ଶ୍ରୀ ଶ୍ରୀତମ ଦାସ, ବାରବାଟୀ -କଟକ ବିଧାୟିକା ଇଂ ସୋଫିଆ ଫିର୍ଦ୍ଦୋଶ୍, ପ୍ରାକ୍ତନ ବିଧାୟକ ଇଂ ମହମ୍ମଦ ମୋକିମ୍,ଚୈ।ଦ୍ଵାର -କଟକ ବିଧାୟକ ଶ୍ରୀ ସୈାଭିକ୍ ବିଶ୍ୱାଳ, ପ୍ରାକ୍ତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ବାଳ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଏହି ପବିତ୍ର ପୀଠ ରେ ଉପସ୍ଥିତ ରହି ନେତାଜୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମ ତଥା ନେତାଜୀଙ୍କ ସ୍ମୁତି କୁ ଦେଖିବା ପାଇଁ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ତଥା ଓଡ଼ିଶା ବାହାରୁ ମଧ୍ୟ ବହୁ ଲୋକମାନଙ୍କର ଭିଡ ଲାଗିରହିଥିଲା। ଓଡ଼ିଶା ସରକାର ଙ୍କ ପକ୍ଷରୁ ଏହି ଦିବସକୁ ନେତାଜୀଙ୍କ ଜନ୍ମ ଜୟନ୍ତୀ ବୋଲି ପାଳନ କରିବା ସହ ପରାକ୍ରମ ଦିବସ ଭାବେ ପାଳନ କରାଯାଉଥିବାର ଏବଂ ଏହି କାର୍ଯ୍ୟକ୍ରମ ମାନ୍ୟବର ମୂଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଐତିହାସିକ ବାରବାଟୀ ଦୂର୍ଗ ମଧ୍ୟରେ ପାଳିତ ହେବ ବୋଲି ସଭାପତି ଶ୍ରୀ ବଡୁ ସୂଚନା ଦେଇଥିଲେ।