
ବାସ୍ତବ ବ୍ୟୁରୋ-ଆଜି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ କରୋନା ସମ୍ପର୍କିତ ଖବର ଦେଇ କହିଛନ୍ତି ଯେ, ପ୍ରବାସୀମାନେ ବାହାରୁ ଫେରିବା ପରେ ୧୪ଦିନ ତ୍ୟାଗ ସ୍ୱୀକାର କରିବାକୁ ପଡ଼ିବ । ବିଶୃଙ୍ଖଳା ସୃଷ୍ଟି କରିଲେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେବ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ସକାଳେ ଏ ବାବଦରେ ଓଡ଼ିଆ ଫେରନ୍ତାଙ୍କୁ ଅପିଲ କରିଛନ୍ତି, କେତେବେଳେ ଟିକଟକ ଭିଡିଓ ପୁଣି କେତେବେଳେ ଦିଆଯାଉଥିବା ଖାଦ୍ୟକୁ ଫୋଫାଡ଼ିବା ଭଳି ଅଭିଯୋଗ ଓଡ଼ିଆ ଫେରନ୍ତା କ୍ଵାରେଣ୍ଟାଇନ କେନ୍ଦ୍ରରୁ ଆସିବାରେ ଲାଗିଛି । କେତେବେଳେ ପୁଣି କ୍ଵାରେଣ୍ଟାଇନ କେନ୍ଦ୍ରରୁ ଲୁଚିକି ପଳାଇବା ଘଟଣା ମଧ୍ୟ ସାମ୍ନାକୁ ଆସିଛି । ଆଉ ଏହାକୁ ନେଇ ଚରମଵାଣୀ ଶୁଣାଇଛନ୍ତି ରାଜ୍ୟ ସରକାର ।
ଦିନରାତି କାମ କରୁଛନ୍ତି ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ସେମାନଙ୍କୁ ସହଯୋଗ କରିବା ଆବଶ୍ୟକ । ଦେଶରେ କରୋନା ମୃତ୍ୟୁରେ ବୃଦ୍ଧଙ୍କ ହାର ୬୩% ରହିଛି । କ୍ୱାରେଣ୍ଟିନ୍ ଭାଙ୍ଗି ଚାଲିଯାଇ ପାରନ୍ତି କିନ୍ତୁ ଖସି ଯିବାର ବାଟ ନାହିଁ । ଯିଏ ଫେରୁଛନ୍ତି ଶୃଙ୍ଖଳିତ ଆଚରଣ କରନ୍ତୁ ଏବଂ ଭଲରେ ରୁହନ୍ତୁ ।

ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି ଆହୁରି ମଧ୍ୟ କହିଛନ୍ତି ଯେ କ୍ଵାରେଣ୍ଟାଇନ କେନ୍ଦ୍ରରୁ ଯଦି କେହି ଲୁଚିକି ପଳାଇବି ବୋଲି ଭାବିବେ ତେବେ ପ୍ରଥମେ ସରକାରଙ୍କ ଚିନ୍ତାଧାରାକୁ ବୁଝିନିଅନ୍ତୁ | ବିପତ୍ତିଜନକ ପରିସ୍ଥିତିରେ ସରକାର ଗୋଟିଏ ଚିନ୍ତାରେ ଚାଲନ୍ତି | ସର୍ବାଧିକ ଲୋକଙ୍କ ସ୍ୱାର୍ଥ କେଉଁଥିରେ ଅଛି ସରକାର ତାହା ପ୍ରଥମେ ଭାବନ୍ତି | ଯଦି ୫ ଲକ୍ଷ ଲୋକଙ୍କ ଭିତରୁ ୧୦ ପ୍ରତିଶତ ବିଶୃଙ୍ଖଳିତ ହୁଅନ୍ତି ତେବେ ପ୍ରଶାସନ ନିଜର ସବୁ କ୍ଷମତାକୁ ବ୍ୟବହାର କରି କାର୍ଯ୍ୟାନୁଷ୍ଠାନ ନେଇପାରିବ | ଯଦି କେହି କ୍ଵାରେଣ୍ଟାଇନ କେନ୍ଦ୍ରରୁ ଲୁଚିକି ପଳାଇଯାନ୍ତି ତାଙ୍କୁ ଖୋଜିବାକୁ ପ୍ରଶାସନକୁ ମାତ୍ର କିଛି ଘଣ୍ଟା ଲାଗିପାରେ |ଯିଏ ଫେରୁଛନ୍ତି ଶୃଙ୍ଖଳିତ ଆଚରଣ କରନ୍ତୁ ଏବଂ ଭଲରେ ରୁହନ୍ତୁ ।



