ଭାରତୀୟ ଜନତା ପାର୍ଟି,କଟକ ଜିଲ୍ଲା ୧ ଜୋନ୍ ର ସଭାପତି ଚୟନ….

ସଂଜୟ ଶତପଥୀ(କଟକ): କଟକ ଜିଲ୍ଲା ୧ ସଂଗଠନ ପର୍ବର ସଭାପତି ଚୟନ କାର୍ଯ୍ୟ ସ୍ଥାନୀୟ ସର୍କିଟ ହାଉସଠାରେ ଶେଷ ହୋଇଯାଇଛି। ନଗର ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁଙ୍କ ଅଧ୍ୟକ୍ଷତା ରେ ହୋଇଥିବା ଏହି ସଂଗଠନ ପର୍ବ ସଭାରେ ମୂଖ୍ୟ ଅତିଥିଭାବେ ମାନ୍ୟବର ପୂର୍ତ୍ତ ଓ ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ଓଡିଶରେ ମୋହନ ସରକାରଙ୍କ ଲୋକପ୍ରିୟ ଯୋଜନା ଗୁଡିକୁ ଜନତା ଙ୍କ ପାଖକୁ ନେବା ପାଇଁ ପ୍ରତ୍ୟେକ କାର୍ଯ୍ୟକର୍ତ୍ତାର ବଳିଷ୍ଠ ଭୂମିକା ଥିବା କହିଥିଲେ।

ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଲକ୍ଷ୍ମଣ ପଣ୍ଡା ସଂଗଠନ ନିର୍ବାଚନ କାର୍ଯ୍ୟରେ ସମସ୍ତ କାର୍ଯ୍ୟକର୍ତାଙ୍କ ସହଯୋଗ ପାଇଁ ଧନ୍ୟବାଦ ଦେଇ ଜିଲ୍ଲାର ନୂତନ ସଭାପତି ଭାବେ ବିପୁଳ ଉତ୍ସାହ ମଧ୍ୟରେ ଶ୍ରୀ ସୁକାନ୍ତ ବିଶ୍ୱାଳଙ୍କ ନାମ ଘୋଷଣା କରିଥିଲେ।ରାଜ୍ୟ ପର୍ଯ୍ୟବେକ୍ଷକ ଶ୍ରୀମତୀ କସ୍ତୁରୀ ମିଶ୍ର, ରାଜ୍ୟର ବରିଷ୍ଠ ନେତା ଶ୍ରୀ ମହେଶ ମହାନ୍ତି ସଭିଙ୍କୁ ମିଳିମିଶି କାମ କରିବାକୁ ମାର୍ଗଦର୍ଶନ କରି ଆଗାମୀ ପୌର ଓ ପଂଚାୟତ ନିର୍ବାଚନ ରେ ନିଶ୍ଚିତ ବିଜୟ ପାଇଁ ପରିଶ୍ରମ କରିବାକୁ କହିଥିଲେ। ଅନ୍ୟ ବରିଷ୍ଠ ନେତାଙ୍କ ମଧ୍ୟରେ ସହ ଜିଲ୍ଲା ନିର୍ବାଚନ ଅଧିକାରୀ ବିଶ୍ୱରଂଜନ ମିଶ୍ର, ମହେନ୍ଦ୍ର ମଲ୍ଲିକ, ବିଜେପି ବରିଷ୍ଠ ନେତା ସିକନ୍ଦର ଅଲ୍ଲୀ, ରଶ୍ମିରେଖା ଦାସ,ଗୀତା ଦାସ, ହୃଷିକେଶ ଜେନା, ଆଲୋକ ମହାନ୍ତି ତଥା ନୂତନ ଭାବେ ନିର୍ବାଚିତ ହୋଇଥିବା ରାଜ୍ୟ ପରିଷଦ ସଦସ୍ୟ,ମଣ୍ଡଳ ସଭାପତି, ମଣ୍ଡଳ ପ୍ରତିନିଧି ତଥା ବହୁ ବିଶିଷ୍ଟ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ଭାଗିରଥି ଦଳେଇ ଧନ୍ୟବାଦ ଦେଇଥିଲେ।

ସେୟାର କରନ୍ତୁ

Next Post

୪ ଓଡ଼ିଆଙ୍କୁ ପଦ୍ମ ପୁରସ୍କାର....

Sun Jan 26 , 2025
ବାସ୍ତବ ବ୍ୟୁରୋ: ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ପଦ୍ମ’ ପୁରସ୍କାର ଶନିବାର ସନ୍ଧ୍ୟାରେ ଘୋଷଣା ହୋଇଛି । ପଦ୍ମ ପୁରସ୍କାର ପାଇଁ ଓଡ଼ିଶାରୁ ୪ଜଣ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ମନୋନୀତ କରାଯାଇଛି । ଚଳିତବର୍ଷ ଓଡ଼ିଶୀରେ ନୃତ୍ୟଗୁରୁ ଦୁର୍ଗାଚରଣ ରଣବୀର, ଢେଙ୍କାନାଳର ସ୍ଥପତି ଆଦିତ୍ୟ ଗଡ଼ନାୟକ, ମେଡିସିନ୍ କ୍ଷେତ୍ରରେ ପ୍ରତିଷ୍ଠିତ ଡାକ୍ତର ଅଶୋକ କୁମାର ମହାପାତ୍ର ଓ ବିଶିଷ୍ଟ ସାହିତ୍ୟିକ ପ୍ରତିଭା ଶତପଥୀଙ୍କୁ ଏହି ସମ୍ମାନଜନକ ପୁରସ୍କାର ପାଇବାକୁ ମନୋନୀତ କରାଯାଇଛି। ରାଷ୍ଟ୍ରପତି […]

You May Like

Pin It on Pinterest