
ବରଗଡ଼-୨୭/୧(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ସଦରମହକୁମାରେ ଆୟୋଜିତ ୭୬ତମ ସାଧାରଣତନ୍ତ୍ର ଦିବସରେ ଜିଲ୍ଲାପାଳ ଅଦିତ୍ୟ ଗୋୟଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରି ଜିଲ୍ଲାବାସୀଙ୍କୁ ସମ୍ବୋଧିତ କରିଥିଲେ।
ମୁଖ୍ୟ ଅତିଥି ତଥା ଜିଲ୍ଲାପାଳ ପ୍ରଥମେ ନିଜ କାର୍ଯ୍ୟାଳୟରେ ତ୍ରିରଙ୍ଗା ପତାକା ଉତ୍ତଳୋନ କରିବା ପରେ ବହ୍ନି କନ୍ୟା ପାର୍ବତୀଗିରି,ମହାତ୍ମା ଗାନ୍ଧୀ, ସ୍ଵଭାବ କବି ଗଙ୍ଗାଧର ମେହେର,ବୀର ସୁରେନ୍ଦ୍ର ସାଏ ଏବଂ ବାବା ସାହେବ ଭୀମରାଓ ଅମବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ଲଲ୍ୟାର୍ପଣ କରି ସ୍ଥାନୀୟ ପଞ୍ଚାୟତ ମହାବିଦ୍ୟାଳୟ ଖେଳପଡିଆରେ ଆୟୋଜିତ ଜିଲ୍ଲା ସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ଯୋଗ ଦେଇ ତ୍ରିରଙ୍ଗା ପତାକା ଉତ୍ତଳୋନ କରି ଜିଲ୍ଲାବାସୀଙ୍କ ପାଇଁ ନିଜ ଅଭିଭାଷଣ ରଖିଥିଲେ।
ନିଜ ଅଭିଭାଷଣରେ ଜିଲ୍ଲା ପାଳ ଭାରତ ଗଣରାଜ୍ୟର ମୂଳଦୁଆ ପକାଇଥିବା ମହାନ ବ୍ୟକ୍ତିଙ୍କ ବଳିଦାନକୁ ସ୍ମରଣ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସ୍ୱାଧୀନତା ପରଠାରୁ ଭାରତ କୃଷି-ପ୍ରଯୁକ୍ତିବିଦ୍ୟା,ଶିକ୍ଷା ଏବଂ ଦକ୍ଷତା ବିକାଶ,ସ୍ୱାସ୍ଥ୍ୟସେବା,ଭିତ୍ତିଭୂମି, ଗମନା ଗମନ ଏବଂ ମହିଳା ସଶକ୍ତିକରଣ ଭଳି ବିଭିନ୍ନ କ୍ଷେତ୍ରରେ ହୋଇଥିବା ଉଲ୍ଲେଖ ନୀୟ ଅଗ୍ରଗତିରେ ଓଡିଶାର ଭାତହାଣ୍ଡି ତଥା ହସ୍ତତନ୍ତର ପେଣ୍ଠସ୍ତଳ ଭାବେ ପରିଚିତ ଆମ ଜିଲ୍ଲାର ଅବଦାନ ବିଷୟ ରେ କହିବା ସହ ବର୍ତ୍ତମାନର କିଛି ଚ୍ୟାଲେଞ୍ଜ ଗୁଡ଼ିକ ପ୍ରତି ଆମେ ଧ୍ୟାନ ଦେବା ଏବଂ ସେଗୁଡିକୁ ଦୂର କରିବା ସହ ଏକ ପ୍ରଗତିଶୀଳ ସମାଜ ଗଠନ ପାଇଁ ସମସ୍ତେ ଏକତ୍ରିତ ହୋଇ ଏହି ପବିତ୍ର ତ୍ରିରଙ୍ଗା ପତାକା ତଳେ ଶପଥ ନେବା ପାଇଁ ସମସ୍ତଙ୍କୁ ଆଗ୍ରହ ରଖିଥିଲେ।
ସରକାରୀ ସେବକ ତଥା ଜଣେ ଦାୟିତ୍ୱ ବାନ ନାଗରିକ ଭାବେ ସମସ୍ତେ ସମ୍ବିଧାନ ରେ ଲିଖିତ ଆଦର୍ଶକୁ ବଜାୟ ରଖିବା ଏବଂ ସମସ୍ତଙ୍କ ପାଇଁ ନ୍ୟାୟ ଓ ସମାନତା କୁ ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟ କରିବା ପାଇଁ ଉପଦେଶ ଦେଇ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକ ହୋଇ ଶକ୍ତି ଶାଳୀ,ସମୃଦ୍ଧ ଏବଂ ଅନ୍ତର୍ଭୁକ୍ତ ଦେଶ ଗଠନ ପାଇଁ ଏକାଠି ମିଶି କାମ କରିବା ପାଇଁ ଜିଲ୍ଲାବାସୀଙ୍କୁ ଅନୋରୋଧ କରି ଥିଲେ।ସୂଚନାଯୋଗ୍ୟକି,ସମାରୋହ ରେ ସର୍ବମୋଟ ୩୬ ଗୋଟି ପ୍ୟାରେଡ ଦଳ ଯୋଗ ଦେଇଥିବା ବେଳେ ୮ଗୋଟି ନୃତ୍ୟ ଦଳ ନୃତ୍ୟ ପ୍ରଦର୍ଶନ କରି ଶେଷ୍ଠ ଦଳ ମୁଖ୍ୟ ଅତିଥିଙ୍କଠାରୁ ପୁରସ୍କୃତ ହୋଇ ଥିଲେ।
ବିଭିନ୍ନ କ୍ଷେତ୍ରରେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଭାଗ ନେଇ କୃତିତ୍ଵ ହାସଲ କରିଥିବା ୧୩ ଜଣ କ୍ରୀଡାବିତ, ଦୁଇ ଜଣ ଏନସିସି କ୍ୟାଡେଟ ଏବଂ ବେଟି ବଚାଓ ବେଟି ପାଢାଓ ଅଭିଯାନର ୧୦ ବର୍ଷ ପୂର୍ତ୍ତି ଅବସରରେ ଦଶମ ବୋର୍ଡ ପରୀକ୍ଷାରେ କୃତିତ୍ଵ ହାସଲ କରିଥିବା ଜିଲ୍ଲାର ୧୧ ଜଣ ଛାତ୍ରୀଙ୍କ ସମେତ ୬ ଜଣ ମହିଳା ପୋଲିସ ଅଧିକାରୀଙ୍କୁ ସମ୍ମାନିତ କରଯାଇଥିଲା।ଏହାପରେ ସମାରୋହକୁ ସୂଚାରୁ ରୂପେ ଆୟୋଜନ କରିବାରେ ସହଯୋଗ କରିଥିବା ଜିଲ୍ଲା ପୂର୍ତ୍ତ ବିଭାଗ ଏବଂ ବରଗଡ ପୌର ପରିଷଦଙ୍କ ସମେତ ପେରେଡ ଏବଂ ସଂସ୍କୃତିକ କାର୍ଯ୍ୟକ୍ରମର ବିଚାରକ ମଣ୍ଡଳୀଙ୍କୁ ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ।ସମାରୋହ ପରେ ଜିଲ୍ଲାପାଳ ଙ୍କ ସହ ଜିଲ୍ଲା ଆରଖି ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମିନା,ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର,ମଧୁଛନ୍ଦା ସାହୁ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସ୍ଲା,ବରଗଡ ପୋରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବାନନ୍ଦ ସାହୁ ଏବଂ ପୌରଧ୍ୟକ୍ଷା କଲ୍ପନା ମାଝି ସ୍ଥାନୀୟ କାରାଗାର ଅନ୍ତେବାସୀ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରୋଗୀଙ୍କୁ ଫଳ ଓ ମିଷ୍ଠାନ୍ନ ବଣ୍ଟନ କରିଥିଲେ।