ଅତାବିରା ବାଳିକା ଉଚ୍ଚ ବିଦ୍ୟାଳୟ ର ୬୦ତମ ବାର୍ଷିକ ଉତ୍ସବ ପାଳିତ….

ବରଗଡ:-୩୦/୧(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ଅତାବିରା ଏନ୍ ଏସି ଅନ୍ତର୍ଗତ ୱାର୍ଡ ନଂ -୭ ସମ୍ବଲପୁର-ବରଗଡ ୱେ ୫୩ନଂ ମୁଖ୍ୟ ଜାତୀୟ ରାଜପଥ ରେ କଡ ସ୍ଥିତ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ରେ ୬୦ତମ ବାର୍ଷିକ ଉତ୍ସବ ମହା ସମାରୋହରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ବେହେରା ଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି।

ଏହି ଉତ୍ସବରେ, ମୁଖ୍ୟ ନିମନ୍ତ୍ରିତ ଅତିଥି ଭାବେ ଏନ୍ ଏସି ଅଧ୍ୟକ୍ଷ ବନମାଳୀ ବରିହା, ମିଶ୍ରାଣି କୁମ୍ଭାର,ମଛିନ୍ଦ୍ର ମଲ୍ଲିକ ଯୋଗ ଦେଇଥିବା ବେଳେ କୋଶଳୀ କବି ତେଜରୁ ବାରିକ ଓ ରଞ୍ଜିତ ପ୍ରଧାନ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ।ଅତିଥି ମାନେ ପ୍ରଥମେ ବାଗ ଦେବୀ ସରସ୍ଵତୀ,ଗଜାନନ ଓ ଇଷ୍ଟ ଦେବୀ ମାଁ ସମଲେଶ୍ଵରୀ ଙ୍କ ଠାରେ ପୂଜାର୍ଚ୍ଚନା ପୂର୍ବକ ଧୂପ ଦୀପ,ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଥିଲା।ଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଗାନ କରି ଶିକ୍ଷୟିତ୍ରୀ ଅଂଶୁମାଲା ମିଶ୍ର ଅତିଥି ପରିଚୟ ସହ ମଞ୍ଚ ପରିଚାଳନା କରିଥିଲେ।

ଶିକ୍ଷୟିତ୍ରୀ ଗୀତାଞ୍ଜଳି ବେହେରା ବାର୍ଷିକ ବିବରଣୀ ପଠନ କରିଥିଲେ।ଉତ୍ସବ ରେ ପୂର୍ବକ ହୋଇଥିବା ବାର୍ଷିକ କ୍ରୀଡା ରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା କରି ଚମ୍ପିୟାନ ହୋଇଥିବା ଦଶମ ଶ୍ରେଣୀ ଛାତ୍ରୀ ଶ୍ରଦ୍ଧା ପ୍ରଧାନ,ସପ୍ତମ ଶ୍ରେଣୀ ଛାତ୍ରୀ ପୂଜା ଭଗତ ଓ ପଞ୍ଚମ ଶ୍ରେଣୀ ଛାତ୍ରୀ ଆରତୀ ଭଗତ ଙ୍କୁ ପୁରସ୍କୃତ କରାଯାଇଥିଲା।ଏହା ବ୍ୟତୀତ ନୃତ୍ୟ ସଙ୍ଗୀତ ତଥା ବିଭିନ୍ନ ପ୍ରତିଯୋଗିତା ରେ ୬୫ଜଣ କୃତିତ୍ୱ ଛାତ୍ରୀ ମାନଙ୍କୁ ଟ୍ରଫି ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହା ସାଙ୍ଗକୁ ୨୦୨୩/୨୪ମସିହାରେ ବାର୍ଷିକ ହାଇସ୍କୁଲ ପରୀକ୍ଷାରେ ସର୍ବୋଚ୍ଚ ନମ୍ୱର୍ ରଖିଥିବା ଛାତ୍ରୀ ନିଳୀମା ପଶାୟତ ଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।ବିଦ୍ୟାଳୟ କମିଟି ର କର୍ମକର୍ତ୍ତା,ଅବିଭାବକ/ଅବି ଭାବିକା,ଶିକ୍ଷକ/ଶିକ୍ଷୟତ୍ରୀ,କର୍ମ ଚାରୀ,ପରିଶେଷରେ ଶିକ୍ଷୟିତ୍ରୀ ରୁବି ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

ସେୟାର କରନ୍ତୁ

Next Post

ନିଷ୍ଠା ପରିବାର ର ରେଡ ଡ୍ରପ ମାରାଥନ ଜାରୀ,କଟାପାଲି ଗ୍ରାମ ରେ ରକ୍ତଦାନ ଶିବିର ୩୮ୟୁନିଟ ରକ୍ତ ସଂଗୃହୀତ...

Thu Jan 30 , 2025
ବରଗଡ଼:-୩୦/୧(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି ଗ୍ରାମ ରେ ନିଷ୍ଠା ପରିବାର ର ରେଡ ଡ୍ରପ ମାରାଥନର ତିରିସ (୩୦)ଦିନରେନଳିନୀ ଓ ପୱନ କୁମାର ଷଡ଼ଙ୍ଗୀ ଙ୍କ ୨୦ତମ ବିବାହ ବାର୍ଷିକୀଅବସର ରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ପୱନ ଷଡ଼ଙ୍ଗୀ ଙ୍କ ମାଁ ଉର୍ମିଲା ଷଡ଼ଙ୍ଗୀ ଅତିଥି ଭାବରେ ଯୋଗଦେଇ ଫିତା କାଟି ଶୁଭାରମ୍ଭ କରିଥିଲେ। ନିଜ […]

You May Like

Pin It on Pinterest