
ବରଗଡ଼:-୩୦/୧(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି ଗ୍ରାମ ରେ ନିଷ୍ଠା ପରିବାର ର ରେଡ ଡ୍ରପ ମାରାଥନର ତିରିସ (୩୦)ଦିନରେ
ନଳିନୀ ଓ ପୱନ କୁମାର ଷଡ଼ଙ୍ଗୀ ଙ୍କ ୨୦ତମ ବିବାହ ବାର୍ଷିକୀ
ଅବସର ରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।
ଏହି ଶିବିର କୁ ପୱନ ଷଡ଼ଙ୍ଗୀ ଙ୍କ ମାଁ ଉର୍ମିଲା ଷଡ଼ଙ୍ଗୀ ଅତିଥି ଭାବରେ ଯୋଗଦେଇ ଫିତା କାଟି ଶୁଭାରମ୍ଭ କରିଥିଲେ। ନିଜ ବିବାହ ବାର୍ଷିକୀ ରେ ନିଜେ ପୱନ ଷଡଙ୍ଗୀ ଓ ତାଙ୍କ ପତ୍ନୀ ନଳିନୀ ଷଡଙ୍ଗୀ ମଧ୍ୟ ରକ୍ତ ଦାନ କରି ଅନ୍ୟ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥଲେ।ଏହି ଶିବିର ରୁ ସର୍ବମୋଟ ୩୮ୟୁନିଟ ରକ୍ତ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା।ନିଜ ବିବାହ ବାର୍ଷିକୀ ଅବସରରେ ରକ୍ତଦାନ ଶିବିର ଆୟୋଜନ କରି ସମାଜ ପାଇଁ ଭିନ୍ନ ଏକ ଉଦାହରଣ ସୃଷ୍ଟି କରିଛନ୍ତି ଷଡ଼ଙ୍ଗୀ ପରିବାର।
ଏହି ଶିବିର କୁ ଷଡଙ୍ଗୀ ପରିବାର ଓ ନିଷ୍ଠା ପରିବାର ର ସଦସ୍ୟ ସଦସ୍ୟା ମାନେ ସୁପରି ଚାଳନା କରିଥିଲେ।ନିଷ୍ଠା ପରିବାର ତରଫ ରୁ ନଳିନୀ ଓ ପୱନ ଷଡଙ୍ଗୀ ଙ୍କୁ ବିବାହ ବାର୍ଷିକୀ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ।