
ସଂଜୟ ଶତପଥୀ(କଟକ): ଆଜି ଭୀମ ଆର୍ମୀ ଭାରତ ଏକତା ମିଶନ୍, କଟକ ଜିଲ୍ଲା ପକ୍ଷରୁ ଏକ ସାଂଗଠନିକ ବୈଠକ ଓ ସମ୍ବିଧାନ ସୁରକ୍ଷା ସମାବେଶ ର ଆୟୋଜନ କଟକ ଜିଲ୍ଲା ର ସାଲେପୁର ଠାରେ ଅନୁଷ୍ଠିତ ହୋଇଯାଇଛି।
ମିଶନ୍ ର ଶତାଧିକ ସଦସ୍ୟ ଏକ ବିଶାଳ ମୋଟରସାଇକେଲ ଶୋଭାଯାତ୍ରାରେ ଆସି ସାଲେପୁରସ୍ଥିତ ଆମ୍ବେଦକର ସ୍ମୃତି ପରିଷଦ ପରିସରରେ ଥିବା ବାବାସାହେବଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ବିଭିନ୍ନ ସ୍ଲୋଗାନ ସହ ପ୍ରାୟ ୫୦ ରୁ ଉର୍ଦ୍ଧ୍ବ ସଦସ୍ୟ ମୋଟର ସାଇକେଲ ଓ ପ୍ରାୟ ୫୦ ରୁ ଉର୍ଦ୍ଧ୍ବ ମହିଳା ସଦସ୍ୟ ଶୋଭାଯାତ୍ରାରେ ବାହାରି ବହୁଜନ ଗ୍ରାମ ଦେଇ ତେନ୍ତୋଳ, ପାଟପୁର ଦେଇ ସଭାସ୍ଥଳରେ ପହଞ୍ଚିଥିଲେ।
କଟକ ଜିଲ୍ଲା ପ୍ରଭାରୀ ଶ୍ରୀ ପ୍ରସନ୍ନ ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ “ସମ୍ବିଧାନ ସୁରକ୍ଷା ସମାବେଶ” ବୈଠକ ରେ ମୂଖ୍ୟ ଅତିଥି ଭାବେ ଭୀମ ଆର୍ମୀ ଭାରତ ଏକତା ମିଶନ୍ ର ରାଜ୍ୟ ସଭାପତି ଶ୍ରୀ ଲଙ୍କେଶ ରାବଣ , ମୂଖ୍ୟ ବକ୍ତା ଭାବେ ପୂର୍ବ ଓଡ଼ିଶା ପ୍ରଭାରୀ ଶ୍ରୀ ନିହାର ରଞ୍ଜନ ସାମଲ, ସମ୍ମାନିତ ଅତିଥି ପୂର୍ବ ଓଡ଼ିଶା ଉପ-ସଭାପତି ଶ୍ରୀ ଆଜାଦ ଜୀବନ, କଟକ ଜିଲ୍ଲା ସଭାପତି ଶ୍ରୀ ଚଗଲା ବାଗ୍, କଟକ ଜିଲ୍ଲା ମହାସଚିବ ଶ୍ରୀ ଦୁଖୂଶ୍ଯାମ ବେହେରା, ବିଶିଷ୍ଟ ଆମ୍ବେଦକରବାଦୀ ଶ୍ରୀ ରତ୍ନାକର ସେଠୀ, ସଦସ୍ୟ ଶ୍ରୀ ଅରକ୍ଷିତ ମଲ୍ଲିକ ଓ ସମ୍ମାନୀତ ବକ୍ତା ଭାବେ ମିଡ଼ିଆ ପ୍ରଭାରୀ ଶ୍ରୀ କୁନାଲ୍ ରାବଣ ଯୋଗ ଦେବା ସହ ସର୍ବସମ୍ମତିକ୍ରମେ ସାଂଗଠନିକ ଭାବେ ବିଭିନ୍ନ ପଞ୍ଚାୟତ ରେ କର୍ମକର୍ତ୍ତା ଙ୍କ ନାମ ଘୋଷଣା କରାଯାଇଥିଲା। ଅତିଥି ମାନେ ବର୍ତ୍ତମାନ ସ୍ଥିତିରେ ସମ୍ବିଧାନ ସବୁ କ୍ଷେତ୍ରରେ ଅଣଦେଖା ହୋଇପଡୁଥିଲା ବେଳେ ସମସ୍ତ କର୍ମକର୍ତ୍ତା ମାନଙ୍କୁ ଏହି ଦିଗରେ ଧ୍ୟାନ ଦେବାକୁ ତଥା ସମ୍ବିଧାନ ସୁରକ୍ଷା ଦିଗରେ ଚେଷ୍ଟା ଜାରି ରଖିବାକୁ ଆହ୍ୱାନ ଦେଇଥିଲେ।



