ଭକ୍ତ ଚରଣ ଦାସ ପିସିସି ର ନୂଆ ମୁଖିଆ….

ବାସ୍ତବ ବ୍ୟୁରୋ : ଦୀର୍ଘ ଦିନ ଯାଏ ଖାଲି ପଡିଥିବା ଓଡ଼ିଶା ପ୍ରଦେଶ କଂଗ୍ରେସର ସଭାପତି ପଦବୀ କୁ ମିଳିଛି ଏହାର ନୂଆ ମୁଖିଆ । ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କୁ ପିସିସି ସଭାପତି ନିଯୁକ୍ତ କରାଯାଇଛି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଅନୁମୋଦନ କ୍ରମେ ତାଙ୍କୁ ଏହି ନିଯୁକ୍ତି ଦିଆଯାଇଛି। ସାଧାରଣ ନିର୍ବାଚନ ପରେ ଶରତ ପଟ୍ଟନାୟକ ପିସିସି ସଭାପତି ପଦରୁ ଇସ୍ତଫା ଦେବା ପରେ ଏହି ପଦ ଖାଲି ପଡ଼ିଥିଲା।

ପିସିସି ସଭାପତି ଦାୟିତ୍ୱ ମିଳିବା ପରେ ଭକ୍ତ ଚରଣ ଦାସ କହିଛନ୍ତି,  “ତରୁଣ ଓ ବରିଷ୍ଠ ସମସ୍ତଙ୍କୁ ନେଇ କାମ କରିବି। କଂଗ୍ରେସକୁ ଆନ୍ଦୋଳନ ଜରିଆରେ ଘରେ ଘରେ ପହଞ୍ଚାଇବୁ। ଗାନ୍ଧି ପରିବାର ମୋତେ ପୂର୍ବରୁ ଅନେକ ଦାୟିତ୍ୱ ଦେଇଛନ୍ତି। ସବୁ ଦାୟିତ୍ଷ ସାମର୍ଥ୍ୟ ମତେ ପୂରଣ କରି ଆସ୍ଥାଭାଜନ ହୋଇଛି। ଲୋକଙ୍କ ପାଖକୁ ଯାଇ ଶହେ ଟଙ୍କା ଲେଖାଏଁ ମାଗି ସମ୍ବଳ ବଢ଼ାଇବି। ଲୋକଙ୍କ ଆସ୍ଥାଭାଜନ ହେବା ମୋର ଲକ୍ଷ୍ୟ।”

ସୂଚନାନୁଯାୟୀ, ଭକ୍ତ ଦାସ ଜନତା ପାର୍ଟି ଟିକେଟରେ ୧୯୮୫ ମସିହାରେ ଭବାନୀପାଟଣା ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୮୯ ମସିହାରେ ସେ କଳାହାଣ୍ଡି ଆସନରୁ ଜନତା ଦଳ ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୬ରେ ସେ ସମତା ପାର୍ଟି ଟିକେଟ୍‌ରେ ପୁଣି ଥରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ଏହି ଆସନ ବିଜେପି କବଜାରେ ରହିଥିଲା। ୨୦୦୯ରେ ଭକ୍ତ ଚରଣ ଦାସ ତୃତୀୟ ଥର ପାଇଁ କଳାହାଣ୍ଡି ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେଥର ସେ କଂଗ୍ରେସ ଟିକେଟରେ ନିର୍ବାଚିତ ହୋଇଥିଲେ। ୨୦୧୪ ଓ ୨୦୧୯ ନିର୍ବାଚନରେ ସେ ଏହି ଆସନରୁ ପରାସ୍ତ ହୋଇଥିଲେ। ୨୦୨୪ ସାଧାରଣ ନିର୍ବାଚନରେ ସେ ନର୍ଲା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ।

ସେୟାର କରନ୍ତୁ

Next Post

ପଦ୍ମଶ୍ରୀ କାହାର?ଦୁଇ ଅନ୍ତର୍ଯ୍ୟାମୀ କଳି ଏବେ ହାଇକୋର୍ଟ ରେ....

Thu Feb 13 , 2025
ଗୌତମ ମିଶ୍ର(ଭୁବନେଶ୍ୱର):- ପଦ୍ମଶ୍ରୀ କାହାର ହାଇକୋର୍ଟରେ ପହଁଚିଲା ପଦ୍ମଶ୍ରୀ ବିବାଦ। ଅନ୍ତର୍ଯାମୀ ମିଶ୍ର ନାମ ଥିବା ଦୁଇ ଜଣ ବ୍ୟକ୍ତି ପଦ୍ମଶ୍ରୀ ପୁରସ୍କାର ପାଇଁ ଦାବିଦାର। ସାହିତ୍ୟିକ ଅନ୍ତର୍ଜାମୀ ମିଶ୍ର ଅଭିଯୋଗ କରିଛନ୍ତି ସେ ଅସଲି ଅନ୍ତର୍ଯାମୀ ମିଶ୍ର କିନ୍ତୁ ଅନ୍ୟ ଜଣେ ତାଙ୍କ ପଦ୍ମଶ୍ରୀ ପୁରସ୍କାର ହାତେଇଛନ୍ତି।ସାହିତ୍ୟିକ ମିଶ୍ର ବାଷ୍ପ ରୁଦ୍ଧ କଣ୍ଠ ରେ କହିଲେ ଗୃହ ମନ୍ତ୍ରାଣାଳୟ ପକ୍ଷରୁ ତାଙ୍କୁ ଫୋନ୍ ଆସିଥିଲା। ୨୦୨୩ ପାଇଁ ତାଙ୍କୁ […]

You May Like

Pin It on Pinterest