
ଗୌତମ ମିଶ୍ର(ଭୁବନେଶ୍ୱର):- ପଦ୍ମଶ୍ରୀ କାହାର ହାଇକୋର୍ଟରେ ପହଁଚିଲା ପଦ୍ମଶ୍ରୀ ବିବାଦ। ଅନ୍ତର୍ଯାମୀ ମିଶ୍ର ନାମ ଥିବା ଦୁଇ ଜଣ ବ୍ୟକ୍ତି ପଦ୍ମଶ୍ରୀ ପୁରସ୍କାର ପାଇଁ ଦାବିଦାର। ସାହିତ୍ୟିକ ଅନ୍ତର୍ଜାମୀ ମିଶ୍ର ଅଭିଯୋଗ କରିଛନ୍ତି ସେ ଅସଲି ଅନ୍ତର୍ଯାମୀ ମିଶ୍ର କିନ୍ତୁ ଅନ୍ୟ ଜଣେ ତାଙ୍କ ପଦ୍ମଶ୍ରୀ ପୁରସ୍କାର ହାତେଇଛନ୍ତି।
ସାହିତ୍ୟିକ ମିଶ୍ର ବାଷ୍ପ ରୁଦ୍ଧ କଣ୍ଠ ରେ କହିଲେ ଗୃହ ମନ୍ତ୍ରାଣାଳୟ ପକ୍ଷରୁ ତାଙ୍କୁ ଫୋନ୍ ଆସିଥିଲା। ୨୦୨୩ ପାଇଁ ତାଙ୍କୁ ସାହିତ୍ୟ କ୍ଷେତ୍ରରେ ପଦ୍ମଶ୍ରୀ ପାଇବାକୁ ଯାଉଛନ୍ତି ବୋଲି କୁହାଯାଇଥିଲା।
ଶ୍ରୀ ମିଶ୍ର ଅଭିଯୋଗ ଆଣିବା କଥା ମୋ ନାମ ଥିବା ଅନ୍ୟ ଅନ୍ତର୍ଜାମୀ ମିଶ୍ର କିଭଳି ଏହି ପୁରସ୍କାର ପାଇଲେ। ଯାହାକୁ ନେଇ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆସନ୍ତା ୨୪ ତାରିଖରେ ଆମେ ଉଭୟ ପକ୍ଷ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
୨୦୨୩ରେ ଢେଙ୍କାନାଳର ଅନ୍ତର୍ଯାମୀ ମିଶ୍ର, ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ହାତରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଥିଲେ । ତାଙ୍କୁ ପଦକ ସହ ମାନପତ୍ର ପ୍ରଦାନ କରିଥିଲେ ରାଷ୍ଟ୍ରପତି। ହେଲେ ଏହାକୁ ଚ୍ୟାଲେଞ୍ଜ କରିଛନ୍ତି ଭୁବନେଶ୍ବର ବଡ଼ଗଡ଼ ଅଞ୍ଚଳର ଅନ୍ତର୍ଯାମୀ ମିଶ୍ର। ତାଙ୍କ କହିବା କଥା ସେ ହେଉଛନ୍ତି ଅସଲ ଅନ୍ତର୍ଯାମୀ ମିଶ୍ର। କିନ୍ତୁ ତାଙ୍କ ବଦଳରେ ଅନ୍ୟ ଜଣେ ଏହି ପୁରସ୍କାର ହାତେଇଛନ୍ତି। ଏମିତି କି ତାଙ୍କୁ ପଦ୍ମଶ୍ରୀ ଦିଆଯାଉଛି, ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ ଫୋନ୍ ଆସିଥିଲା। ତାଙ୍କୁ ବି ବହୁ ଶୁଭେଚ୍ଛା ବିଭିନ୍ନ ମହଲ ରୁ ଆସିଥିଲା ଏପରିକି ଆସାମ ର ମୁଖ୍ୟମନ୍ତ୍ରୀ ଶ୍ରୀ ମିଶ୍ର ଙ୍କୁ ଶୁଭେଚ୍ଛା ଫୋନ ରେ ଦେଇଥିଲେ କିନ୍ତୁ ପରେ ଶ୍ରୀ ମିଶ୍ର ଜାଣିବାକୁ ପାଇଲେ ତାଙ୍କ ନାଁରେ ଥିବା ଅନ୍ୟ ଜଣେ ଏହି ପୁରସ୍କାର ହାତେଇଛନ୍ତି।
ନ୍ୟାୟ ପାଇଁ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ଅନ୍ତର୍ଯାମୀ। ଉଭୟ କେନ୍ଦ୍ର ସରକାର ଓ ପୁରସ୍କାର ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ପକ୍ଷଭୁକ୍ତ କରିଥିଲେ ଅନ୍ତର୍ଯାମୀ । ସେ ଅଭିଯୋଗ କରିଛନ୍ତି, ପେସାରେ ସେ ଜଣେ ପ୍ରାଣୀ ଚିକିତ୍ସକ। ହେଲେ ତାଙ୍କର ସାହିତ୍ୟ ପ୍ରତି ଥିଲେ ଦୁର୍ବଳତା । ଗୀତ, ଗୀତି କବିତା, ଗୀତାଭିନୟ, କବିତା ଓ ଗଜଲ୍ ଭଳି ୨୩ ଟି ବହି ଲେଖିଛନ୍ତି। କିନ୍ତୁ ଯିଏ ପଦ୍ମଶ୍ରୀ ପୁରସ୍କାର ନେଇଛନ୍ତି ତାଙ୍କର କୌଣସି ପବ୍ଲିକେସନ ନାହିଁ। ପଦ୍ମଶ୍ରୀ ଗ୍ରହଣ କରିଥିବା ବ୍ୟକ୍ତି ଓ କେନ୍ଦ୍ରସରକାଙ୍କୁ ପକ୍ଷଭୁକ୍ତ କରିଛନ୍ତି ଅନ୍ତର୍ଯାମୀ। ହାଇକୋର୍ଟ ତାଙ୍କ ଅଭିଯୋଗକୁ ଗ୍ରହଣ କରିବା ସହ ଆସନ୍ତା ୨୪ ତାରିଖରେ ଉଭୟ ପକ୍ଷଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
୨୦୨୩ ମସିହାରେ ପଦ୍ମ ପୁରସ୍କାର ପାଇ ଜାରି ହୋଇଥିବା ବିଜ୍ଞପ୍ତିରେ ୫୬ ନଂ ସ୍ଥାନରେ ରହିଛି ଓଡ଼ିଶାର ଅନ୍ତର୍ଜାମୀ ମିଶ୍ରଙ୍କ ନାଁ।
ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଅନ୍ତର୍ଯାମୀ ମିଶ୍ର ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ପ୍ରଶ୍ନ ଉଠୁଛି ଏତେ ବଡ଼ ତ୍ରୁଟି ସରକାର ଙ୍କ ହେଲା କିପରି ? ପଦ୍ମ ପୁରସ୍କାର ପାଇଁ ରାଜ୍ୟ ସରକାର ଅନୁମୋଦନ କରିଥାନ୍ତି। ଆଉ ଏହାକୁ ତନତନ କରି ଯାଞ୍ଚ କରାଯାଏ । ଯଦି ନାଁ ସମାନ ହେଲା ଠିକଣା, ପିତାଙ୍କ ନାମ ଅଲଗା ଥିବ ? ତେବେ ଏକ୍ଷେତ୍ରରେ ତ୍ରୁଟି ହେଲା କିପରି ? ଅନ୍ୟପଟେ ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଥିବା ଢେଙ୍କାନାଳର ବାସିନ୍ଦା ଅନ୍ତର୍ଯାମୀ ମିଶ୍ର ଏନେଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି । ସେ କହିଛନ୍ତି ତାଙ୍କୁ ଏଯାଏ ହାଇକୋର୍ଟରୁ କୌଣସି ନୋଟିସ ମିଳିନାହିଁ ।



