କଟକ ରାଣୀହାଟ ହାଇସ୍କୁଲକୁ ଐତିହ୍ୟ ସମ୍ପନ୍ନ ମଡେଲ ସ୍କୁଲ୍ ରେ ପରିଣତ କରାଯିବା ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ…

ସଂଜୟ ଶତପଥୀ(କଟକ): ଐତିହାସିକ ସହର କଟକର ବହୁ ପୁରାତନ ରାଣୀହାଟ ହାଇସ୍କୁଲର ଶତ ବାର୍ଷିକୀ ଉତ୍ସବ କଟକ ଜୱାହର ଲାଲ ନେହେରୁ ଇଣ୍ଡୋର୍ ଷ୍ଟାଡିୟମ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଦିନେ ଅନେକ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ସୃଷ୍ଟି କରିଥିବା ରାଣୀହାଟ ହାଇସ୍କୁଲ ଆଜି ଅବହେଳିତ ଅବସ୍ଥାରେ ଅଛି।

୧୯୨୬ମସିହାରେ ମାତ୍ର ୬ଜଣ ପିଲାଙ୍କୁ ନେଇ ଆରମ୍ଭ କରାଯାଇଥିବା ଏହି ସ୍କୁଲରେ ଆଜି ବି ୮୦୦ରୁ ଉର୍ଦ୍ଧ ପିଲା ଅଧ୍ୟୟନ କରୁଛନ୍ତି। ଦିନ ଥିଲା ଯେତେବେଳେ ୨୦୦୦ରୁ ଉର୍ଦ୍ଧ ପିଲା ଏହି ସ୍କୁଲରେ ପାଠ ପଢୁଥିଲେ।ତେବେ ଆବଶ୍ୟକ ଭିତ୍ତିଭୂମି ର ଅଭାବ ଯୋଗୁଁ ଆଜି ଜରାଜୀର୍ଣ୍ଣ ଅବସ୍ଥାରେ ଅଛି ରାଣୀହାଟ ହାଇସ୍କୁଲ। ତେବେ ଏହି ଅବସରରେ ସ୍କୁଲର ରୁପାନ୍ତରିକରଣ ପାଇଁ ବିଧାୟକଙ୍କ ପାଣ୍ଠିରୁ ୨୦ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଚୌଦ୍ଵାର କଟକ ବିଧାୟକ ଶ୍ରୀ ବିଶ୍ଵାଳ ପ୍ରତିଶ୍ରୁତି ଦେଇଥିଲେ। ତେବେ ରାଜ୍ୟ ସରକାର ଏଥି ପ୍ରତି ଦୃଷ୍ଟି ଦେବା ସହ ବିଦ୍ୟାଳୟର ଆବଶ୍ୟକ ଭିତ୍ତିଭୂମିର ବିକାଶ କରିବା ସହିତ ପିଲାମାନଙ୍କୁ ଏକ ଖେଳ ପଡିଆ ଯୋଗାଇ ଦେବା ନିମନ୍ତେ ପୁରାତନ ଛାତ୍ର ସଂସଦ ପକ୍ଷରୁ ନିବେଦନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଥିଲେ କି ଏହି ସ୍କୁଲ୍ ଏକ ଐତିହାସିକ ବିଦ୍ୟାଳୟ। ଏହି ବିଦ୍ୟାଳୟ ସ୍ବର୍ଗତ ସମୀର ଦେ, ସ୍ବର୍ଗତ ଦାମୋଦର ରାଉତ, ଶରତ ସାହୁ, ବଂଶୀଧର ପଣ୍ଡାଙ୍କ ଭଳି ଅନେକ ଗୁଡ଼ିଏ ଅମାୟିକ ବ୍ୟକ୍ତିତ୍ଵ ତଥା ଡକ୍ଟର, ଇଞ୍ଜିନିୟର, ଆଇ ଏ ଏସ ମାନଙ୍କୁ ସୃଷ୍ଟି କରିଛି। ତେବେ ଶତ ପ୍ରତିଶତ ପାସ୍ ହାର ଦେଇ ଆସୁଥିବା ଏହି ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଆଜି ଭୁଶୁଡ଼ି ପଡ଼ିଛି। ପୂର୍ବ ସରକାର ଦେଇଥିବା ପ୍ରତିଶୃତି କୁ ନୂତନ ସରକାର ବହୁତ ଶୀଘ୍ର କାର୍ଯ୍ୟକାରୀ କରିବେ ଏବଂ ଏହାର ଭିତ୍ତିଭୂମି ସହିତ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯିବା ସହ ଆବଶ୍ୟକ ଶିକ୍ଷକ ମାନଙ୍କୁ ନିଯୁକ୍ତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୨କୋଟି ଟଙ୍କା ତତ୍ ସହିତ ରାଜ୍ୟ ସରକାର ୪କୋଟି ଟଙ୍କାର ଅନୁଦାନ ବହୁତ୍ ଶୀଘ୍ର ପ୍ରଦାନ ପାଇଁ ସମ୍ମତି ପ୍ରକାଶ କରିଛନ୍ତି। ରାଜ୍ୟର ଶିକ୍ଷା ବ୍ୟବସ୍ଥା କୁ ସୁଦୃଢ଼ କରିବା ପାଇଁ ୩୫, ୫୩୬କୋଟି ଟଙ୍କା ଗତ ବଜେଟରେ ବ୍ୟୟ ବରାଦ କରାଯାଇଛି।ଏଥି ସହିତ ସ୍ଵାଧୀନତା ପୂର୍ବରୁ ଆରମ୍ଭ କରାଯାଇଥିବା ଏହି ବିଦ୍ୟାଳୟର ୧୦୦ବର୍ଷ ପୂର୍ତ୍ତି ଅବସରରେ ଏହାକୁ ଏକ ଐତିହ୍ୟ ସମ୍ପନ୍ନ ମଡେଲ ସ୍କୁଲ୍ ରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଆଇନ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଚୌଦ୍ଵାର କଟକ ବିଧାୟକ ଶ୍ରୀ ସୋଭିକ ବିଶ୍ଵାଳ, ବାରବାଟୀ କଟକ ବିଧାୟିକା ଇଂ ଶୋଫିଆ ଫିର୍ଦୋଶ, କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ, ମାହାଙ୍ଗା ବିଧାୟକ ସାରଦା ପ୍ରଧାନ , କଟକ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉ ସାହେବ ସୀନ୍ଧେ, ପୁରାତନ ଛାତ୍ର ଶ୍ରୀ ପ୍ରଦୀପ ପଟ୍ଟନାୟକ, ଶ୍ରୀ ବି ପି ଚୌଧୁରୀ ଓ ବହୁ ପୁରାତନ ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ ମାନେ ଯୋଗ ଦେଇଥିଲେ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ।ପରିଶେଷରେ କୁନି କୁନି ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଥିଲା।

ସେୟାର କରନ୍ତୁ

Next Post

ବିଦ୍ୟୁତ ଉପଭୋକ୍ତା ମିଳିତ ମଞ୍ଚର ବାଦାମବାଡି ବିଦ୍ୟୁତ ଅଫିସ ଆଗରେ ବିକ୍ଷୋଭ...

Thu Feb 13 , 2025
ସଂଜୟ ଶତପଥୀ(କଟକ):୧୩/୨ – ବିଦ୍ୟୁତ ଉପଭୋକ୍ତା ମିଳିତ ମଞ୍ଚ ପକ୍ଷରୁ ବାଦାମବାଡି ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀଙ୍କ ଅଫିସ୍ ସମ୍ମଖରେ ବିକ୍ଷୋଭ କରାଯାଇଛି। ଶତାଧିକ ଉପଭୋକ୍ତା ଏକ ଶୋଭାଯାତ୍ରାରେ ଆସି ବିକ୍ଷୋଭ ପଦର୍ଶନ କରିଥିଲେ। ଏହି ଗଣ ବିକ୍ଷୋଭରେ ବିଦ୍ୟୁତ ଉପଭୋକ୍ତା ମିଳିତ ମଞ୍ଚର ଆବାହକ ଖଗେଶ୍ୱର ସେଠୀ, ରାଜକିଶୋର ମଲ୍ଲିକ, ଦିପକ ଦାସ, ଅକ୍ଷୟ ରାଉଳ, ସୁକାନ୍ତ ନାୟକ, ଉଦୟ ଟୁଡୁ, ଲକ୍ଷ୍ମୀ ସିଂ, ଶିବ ବେହେରା, ଟୁନି ମହାକୁଡ଼, […]

You May Like

Pin It on Pinterest