ବରଗଡ଼ ପ୍ରବେଶ ପଥର ନାଁ ରଖାଯାଉ ବାଜପେୟୀ ଛକ : ସାଂସଦ ପ୍ରଦୀପ ପୁରୋହିତ…

ବରଗଡ୧୪/୨(ନବୀନ କୁମାର ଦାଶ):ବରଗଡ଼ ସହରର ମୁଖ୍ୟ ପ୍ରବେଶପଥର ଛକକୁ ବାଜପେୟୀଙ୍କ ନାଁରେ କରାଯାଉ ।ଏଭଳି ଦାବି କରିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ।

କେନ୍ଦ୍ର ରାଜପଥ ଓ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟି ଏ ସମ୍ପର୍କରେ ଲିଖିତ ପ୍ରସ୍ତାବ ଦେଇଛନ୍ତି।ବରଗଡ଼ ସଂସଦୀୟ କ୍ଷେତ୍ର ତଥା ସହରରେ ଥିବା ପ୍ରବେଶ ପଥକୁ ଅଟଳ ବିହାରୀ ବାଜପେୟୀ ଛକ କରାଯାଉ।ଜଣେ ମହାନ ରାଷ୍ଟ୍ରନେତାଙ୍କ ଉଦ୍ଦେଶ୍ୟରେ ଏହା କରାଗଲେ ବରଗଡ଼ ବାସୀଙ୍କ ପାଇଁ ବଡ଼ ଉପଲବ୍ଧି ହେବ। ଏନେଇ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଲିଖିତ ଭାବେ ଦାବି ଜଣାଇଛନ୍ତି ପ୍ରଦୀପ ପୁରୋହିତ।ବରଗଡ଼ ଜିଲ୍ଲାର ପ୍ରବେଶ ପଥରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ମୃତିରେ ଏହି ଛକର ନାମକରଣ କରି ବାକୁ ସାଂସଦ କହିଛନ୍ତି।

ବରଗଡ଼ ସହରକୁ ପ୍ରବେଶ ପଥ ତଥା ବିକାଶ ହସପିଟାଲ ଏବଂ ସ୍କୁଲ ସାମ୍ନା ଛକକୁ ବାଜପେୟୀ ଛକ କରିବାକୁ ଚିଠିରେ ସେ ଉଲ୍ଲେଖ କରିଛନ୍ତି।ଏହି ଛକରେ ଅଟଳ ବିହାରୀ ବାଜପେୟୀଙ୍କ ପୂର୍ଣ୍ଣ ପ୍ରତିମୂର୍ତ୍ତି ନିର୍ମାଣ କରିବାକୁ ଅନୁରୋଧ କରିଛନ୍ତି ପ୍ରଦୀପ ପୁରୋହିତ।କେବଳ ଏତିକି ନୁହେଁ ଏହି ଛକ ନିକଟରେ ଫୁଲ ବଗିଚା, କବିତା ପାଠ,ପ୍ରତିଯୋଗିତା,ଆକ୍ଷରିକ ଗୃହ ନିର୍ମାଣ,ଡିଜିଟାଲ ଲାଇବ୍ରେରୀ, ଅତିଥି ଗୃହ,ସର୍ବ ସାଧାରଣଙ୍କ ପାଇଁ ଶୌଚାଳୟ,ବାଜପେୟୀଙ୍କ ଜୀବନୀକୁ ନେଇ ଏକ ମ୍ୟୁଜିୟମ ସହ ଅନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ଶ୍ରୀ ପୁରୋହିତ।ଅଟଳ ବିହାରୀ ବାଜପେୟୀଙ୍କ ଭଳି ମହାନ ଜନନାୟକ ଙ୍କ ଉଦେଶ୍ୟରେ ବରଗଡ଼ରେ ତାଙ୍କ ପ୍ରତିମୂର୍ତ୍ତୀ ଓ ଛକର ନାମକରଣ କରା ଗଲେ ଏହା ବରଗଡ଼ବାସୀଙ୍କ ପାଇଁ ବଡ଼ ଉପଲବ୍ଧି ହେବ ବୋଲି କହିଛନ୍ତି ପ୍ରଦୀପ ପୁରୋହିତ।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ହେଉଛନ୍ତି ଜଣେ ଯୁଗ ସୃଷ୍ଟିକାରୀ ବ୍ୟକ୍ତି ଏବଂ ଭାରତର ନୂତନ ଯୁଗର ସ୍ରଷ୍ଟା।ବାଜପେୟୀ ଜଣେ ଭଲ ବକ୍ତା,କବି,ଲେଖକ,ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ତଥା ଭେଟେରାନ ରାଜନେତା।ସେ ଏଭଳି ଜଣେ ବ୍ୟକ୍ତିତ୍ୱ ଆଜି ବି କୋଟି କୋଟି ଦେଶବାସୀଙ୍କ ହୃଦୟରେ ବସା ବାନ୍ଧି ରହିଛନ୍ତି।ତାଙ୍କରି ଭଳି ଜଣେ ବଳିଷ୍ଠ ବ୍ୟକ୍ତିଙ୍କ ଜନ୍ମ ତିଥି ଓ ପୂଣ୍ୟ ତିଥିରେ ପ୍ରତିବର୍ଷ ଏହି ଛକ ନିକଟରେ ବହୁ ସଂଖ୍ୟାରେ ଏକାଠି ହୋଇ ବାଜପେୟୀ ଙ୍କୁ ମନେ ପକାଇବା ସହ ଶ୍ରଦ୍ଧାଂଜଳି ଜଣାଇଥାଉ।ସେଥିପାଇଁ ଏହି ଛକର ନାମକରଣ ବାଜପେୟୀଙ୍କ ନାଁରେ କରାଯାଉ ବୋଲି ଦାବି କରିଛନ୍ତି ବରଗଡ଼ ସାଂସଦ।ଏନେଇ ପୂର୍ବରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ପ୍ରସ୍ତାବ ଦେଇ ଥିଲେ ବୋଲି କହିଛନ୍ତି ପ୍ରଦୀପ ପୁରୋହିତ।ଏସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସହ ଦୀର୍ଘ ସମୟ ଧରି ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଛି ।ଖୁବଶୀଘ୍ର ଏହି ପ୍ରସ୍ତାବରେ କେନ୍ଦ୍ରମନ୍ତ୍ରୀ ମୋହର ମାରିବେ ବୋଲି ଆଶା ରଖିଛନ୍ତି ବରଗଡ଼ ସାଂସଦ।

ସେୟାର କରନ୍ତୁ

Next Post

ଲରମ୍ଭା ମହାବିଦ୍ୟାଳୟ ଓଡିଆ ବିଭାଗର ପାଠଚକ୍ର...

Sat Feb 15 , 2025
ବରଗଡ଼୧୫/୨(ନବୀନ କୁମାର ଦାଶ): ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଲରମ୍ଭା ମହାବିଦ୍ୟାଳୟ ଓଡିଆ ବିଭାଗ ରେ ଓଡିଆ ପାଠଚକ୍ର ଅନୁଷ୍ଠିତ ହୋଇ ଯାଇଛି।ଅଧ୍ୟକ୍ଷ ଡ.ପ୍ରମୋଦ କୁମାର ଭୋଇଙ୍କ ସଭାପତିତ୍ବରେ ଆଲୋଚକ ବିଶିଷ୍ଟ ସାରସ୍ବତ ସାଧକ ସୈାଭାଗ୍ୟବନ୍ତ ମହାରଣା ଯୋଗଦେଇ ଆଧୁନିକ କବିତା ର ଭିତ୍ତି ଓ ବ୍ୟାପ୍ତି ଉପରେ ଆଲୋଚନା କରିବା ସହ ତାଙ୍କ ରଚିତ କବିତା ଓ ଆଲୋଚନା ପୁସ୍ତକ ପାଠାଗାର କୁ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି […]

You May Like

Pin It on Pinterest