ନିଷ୍ଠା ପରିବାର ର ୫୧ଦିନିଆ ରେଡ ଡ୍ରପ ଅଲଟ୍ରା ମାରାଥନ ଜାରୀ, କଦଳୀ ପାଲି ରେ ରକ୍ତ ଦାନ ଶିବିର ୩୫ୟୁନିଟ ରକ୍ତ ସଂଗୃହୀତ….

ବରଗଡ଼୧୫/୨(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କଦଳୀ ପାଲି ଗ୍ରାମ ର ଉପର ପଡ଼ା,ମିର୍ଦ୍ଧା ପଡ଼ା ର କଲ୍ୟାଣ ମଣ୍ଡପ ଠାରେ ବକ୍ସି ଜଗବନ୍ଧୁ କ୍ଲବ, ବୀର ବଜରଙ୍ଗ ବଳୀ କ୍ଲବ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ନିଷ୍ଠା ପରିବାର ର ୫୧ଦିନ ଧରି ଚାଲିଥିବା ରେଡ ଡ୍ରପ ଅଲଟ୍ରା ମାରାଥନ ର ଛୟାଲିଶ ଦିନ (୪୬) ରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।

ଏହି ଶିବିର କୁ ସ୍ବେଛାସେବୀ ନିତ୍ୟାନନ୍ଦ ମିର୍ଦ୍ଧା, ଲେନ୍ଦା ଗ୍ରା. ପ ର ପୂର୍ବତନ ସରପଂଚ ରବି ସାହୁ, ସମିତି ସଭ୍ୟା ବିମଳା ବିଶି, କ୍ଷିତିପତି ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ। ଏହି ଶିବିର ରୁ ସର୍ବମୋଟ ୩୫ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା।ଏହି ଶିବିର କୁ କ୍ଷିତି ପତି ପ୍ରଧାନ ,ରତ୍ନାକର ବିଶି,ଭକ୍ତ ବେହେରା, ବିଶ୍ବ ବେହେରା,ପରେଶ ପ୍ରଧାନ ଓ ନିଷ୍ଠା ପରିବାର ର ସମସ୍ତ ସଦସ୍ୟ ସଦସ୍ୟା ସୁପରିଚାଳନା କରିଥିଲେ।

ସେୟାର କରନ୍ତୁ

Next Post

ମୁଖ୍ୟମନ୍ତ୍ରୀ ଙ୍କ ହସ୍ତକ୍ଷେପ ଲୋଡ଼ିଲା ମିଳିତ ବ୍ଲକ ସ୍ତରୀୟ ହିସାବ ରକ୍ଷକ ଓ ଏମ ଆଇ ଏସ ସଂଯୋଜକ ସଂଘ....

Sat Feb 15 , 2025
ବରଗଡ଼୧୫/୨(ନବୀନ କୁମାର ଦାଶ):ଗତ ୨୯/୦୧/୨୦୨୫ ରୁ ମିଳିତ ବ୍ଲକ ସ୍ତରୀୟ ହିସାବ ରକ୍ଷକ ଓ ଏମ ଆଇ ଏସ ସଂଯୋଜକ ସଂଘ ମୁଖ୍ୟତଃ ଦୁଇ ଦଫା ଦାବି ନେଇ ଯଥା ଠିକା ଚାକିରୀ କୁ ନିୟମିତ ବା ସ୍ଥାୟୀ କରିବା ଓ ରାଜ୍ୟ ସପ୍ତମ ବେତନ କମିଶନ ହାରରେ ଦରମା ପ୍ରଦାନ କରିବା ନିମନ୍ତେ ସମ୍ପୂର୍ଣ ରୂପେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବା ସହିତ ସମୂହ ଭାବରେ ଗଣ ତାନ୍ତ୍ରିକ […]

You May Like

Pin It on Pinterest