
ବରଗଡ଼୧୫/୨(ନବୀନ କୁମାର ଦାଶ):ଗତ ୨୯/୦୧/୨୦୨୫ ରୁ ମିଳିତ ବ୍ଲକ ସ୍ତରୀୟ ହିସାବ ରକ୍ଷକ ଓ ଏମ ଆଇ ଏସ ସଂଯୋଜକ ସଂଘ ମୁଖ୍ୟତଃ ଦୁଇ ଦଫା ଦାବି ନେଇ ଯଥା ଠିକା ଚାକିରୀ କୁ ନିୟମିତ ବା ସ୍ଥାୟୀ କରିବା ଓ ରାଜ୍ୟ ସପ୍ତମ ବେତନ କମିଶନ ହାରରେ ଦରମା ପ୍ରଦାନ କରିବା ନିମନ୍ତେ ସମ୍ପୂର୍ଣ ରୂପେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବା ସହିତ ସମୂହ ଭାବରେ ଗଣ ତାନ୍ତ୍ରିକ ଉପାୟରେ ରାଜ ରାସ୍ତା ରେ ଧାରଣା କୁ ଓହ୍ଲାଇଛନ୍ତି।
ରାଜ୍ୟ ସରକାରଙ୍କର ବିଭିନ୍ନ ଅଧିକାରୀ ମାନଙ୍କୁ ବାରମ୍ବାର ନିଜର ନ୍ୟାୟୋଚିତ ଦାବି ଗୁଡିକ ପୂରଣ କରିବା ପାଇଁ ଅନୁରୋଧ କରାଯାଉଥିଲେ ମଧ୍ୟ ଏଯାବତ କୌଣସି ସୁଫଳ ମିଳି ପାରିନାହିଁ।ସଙ୍ଘ ଦ୍ୱାରା କୁହାଯାଇଛି ଯେ ଉକ୍ତ ପଦବୀ ଗୁଡିକ ଓଡିଶା ସରକାର ଙ୍କର ଅଧିନସ୍ଥ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଦ୍ୱାରା ଅନୁମୋଦିତ ହୋଇ ଓ ଅର୍ଥ ବିଭାଗର ସମ୍ମତି ରେ ୨୦୧୧- ୨୦୧୨ ମସିହା ରେ ମଞ୍ଜୁର ପ୍ରାପ୍ତ ହୋଇଥିଲା ଏବଂ ତତ୍ପରେ ଖୋଲା ବିଜ୍ଞାପନ ଦ୍ୱାରା ଜିଲ୍ଲା ରେ ଥିବା ଗୋଷ୍ଠୀ ସାଧନ କେନ୍ଦ୍ର ଗୁଡିକରେ ପ୍ରତି ବ୍ଲକ ପିଛା ୦୩ ଜଣ ଲେଖାଏଁ ହିସାବ ରକ୍ଷକ ଓ ଜଣେ ଲେଖାଏଁ ଏମ ଆଇଏସ ସଂଯୋଜକ ମାନଙ୍କୁ ସମ୍ପୃକ୍ତ ଜିଲ୍ଲାପାଳ ଙ୍କ ଦ୍ୱାରା ସର୍ବ ଶିକ୍ଷା ଅଭିଯାନ ଯାହାକି ମିଳିତ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ର ଏକ ଯୋଜନା ସେଥିରେ ରେ ନିଯୁକ୍ତି ପ୍ରଦାନ କରାଯାଇ ଥିଲା।
ପରବର୍ତ୍ତୀ ସମୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷା କୁ ଅଧିକ ବଳିଷ୍ଠ ଓ ସୁଚାରୁ ରୂପରେ କାର୍ଯ୍ୟକାରୀ କରିବା ପାଇଁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ର ପୁନଃ ଗଠନ ସମୟରେ ତୃଣମୂଳ ସ୍ତର ରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଖୋଲିବା ସହିତ ୦୧.୦୪. ୨୦୧୪ ରୁ ଜଣେ ଲେଖାଏଁ ନିୟମିତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ୦୩ ଜଣ ଲେଖାଏଁ ସହକାରି ଗୋଷ୍ଠୀ ଅଧିକାରୀ ଙ୍କ ସହିତ ବିଭିନ୍ନ ନିୟମିତ ପଦବୀ ଗୁଡିକ ସୃଷ୍ଟି କରାଯାଇ ସର୍ବ ଶିକ୍ଷା ଅଭିଯାନ ରେ ଉକ୍ତ କର୍ମଚାରୀ ମାନଙ୍କୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଅଧୀନରେ କାର୍ଯ୍ୟ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ନୋଟିଫିକେସନ ଜାରି କରାଯାଇଥିଲା। ୨୦୧୪ ମସିହା ଏପ୍ରିଲ ମାସ ପହିଲା ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ କର୍ମଚାରୀ ମାନେ କେନ୍ଦ୍ରୀୟ ଓ ରାଜ୍ୟ ର ମିଳିତ ଯୋଜନା ର ସମସ୍ତ କାର୍ଯ୍ୟ କରିବା ସହିତ ନିୟମିତ ଅଫିସ ରେ କାର୍ଯ୍ୟରତ ରେଗୁଲାର ଜୁନିଅର ଆସିଷ୍ଟାଣ୍ଟ,ସିନିଅର ଆସିଷ୍ଟାଣ୍ଟ ଓ ସେକ୍ସନ ଅଫିସର ଙ୍କ କାର୍ଯ୍ୟ ରେ ସହଯୋଗ କରିବା ସହିତ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ସମେତ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଦ୍ୱାରା ନ୍ୟସ୍ତ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ର ଅନ୍ୟନ୍ୟା କାର୍ଯ୍ୟ ଗୁଡିକ ମଧ୍ୟ କର୍ତ୍ତବ୍ୟନୀଷ୍ଠ ହୋଇ ଅତ୍ୟନ୍ତ ଦାୟିତ୍ୱ ର ସହିତ ତୁଲାଉଛନ୍ତି।
ସର୍ଵ ଶିକ୍ଷା ଅଭିଯାନ ଅଧୀନରେ ଆଗରୁ ପ୍ରଥମ ଶ୍ରେଣୀ ରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ଯାଏଁ ଅନ୍ତର୍ଭୂକ୍ତ କରାଯାଇଥିଲା ଯାହାକି ସମଗ୍ର ଶିକ୍ଷା ରେ ବର୍ତ୍ତମାନ ପ୍ରାରମ୍ବିକ ଶ୍ରେଣୀ ରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ଯାଏଁ ଅନ୍ତର୍ଭୂକ୍ତ ହୋଇଅଛି ଓ ତଦନୁରୂପେ ବିଭାଗ ରେ କାର୍ଯ୍ୟଭାର ମଧ୍ୟ ଦିନ କୁ ଦିନ ପୂର୍ବ ଅପେକ୍ଷା ବଢ଼ିବା ରେ ଲାଗୁଛି, କିନ୍ତୁ ଉକ୍ତ କର୍ମଚାରୀ ମାନେ ଚାକିରୀ ରେ ନିରିବିଛିର୍ଣ୍ଣ ଭାବେ ୧୨ ବର୍ଷ ପୂରଣ କରିବା ସତ୍ୱେ ମଧ୍ୟ ଠିକା ଚାକିରୀ ରେ ସ୍ୱଳ୍ପ ଦରମା ରେ କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି , ରାଜ୍ୟ ସରକାର ଏମାନଙ୍କ ଚାକିରୀ କୁ ସ୍ଥାୟୀ କରିବା ତ ଦୂରରେ ଥାଉ ରାଜ୍ୟ ବେତନ କମିଶନ ହାରରେ ଦରମା ଯାହାକି ଓପେପା କର୍ମଚାରୀ ମାନଙ୍କ ଚାକିରୀ ସର୍ତ୍ତlବଳୀ ଯଥା MOA ର ନିୟମାବଳୀ ୪୫-(ଏ ) ରେ ଉଲ୍ଲେଖ ରହିଛି ସେଥିରୁ ମଧ୍ୟ ଏଯାବତ ଉକ୍ତ କର୍ମଚାରୀ ମାନଙ୍କୁ ବଞ୍ଚିତ ରଖାଯାଇଅଛି l
ଓପେପା ର ୩୦ ଟି ଏକଯ୍ୟୁକିଟିଭ କମିଟି ଏକ ବୈଠକ ରେ ରାଜ୍ୟ ଓ ଜିଲ୍ଲା କର୍ମଚାରୀ ଙ୍କ ଭଳି ସମସ୍ତ ସୁବିଧା ସୁଯୋଗ ଯଥା ଦରମା, ମହଙ୍ଗା ଭତ୍ତା , ଘର ଭଡା ଭତ୍ତା, ଅବସରକାଳୀନ ଭତ୍ତା, ଅବ୍ୟବହୃତ ଛୁଟି ର ଜମା ରାଶି ଈତ୍ୟାଦି ବ୍ଲକ ସ୍ତରୀୟ ହିସାବ ରକ୍ଷକ ଓ ଏମ ଆଇ ଏସ ସଂଯୋଜକ ମାନଙ୍କୁ ଦେବା ପାଇଁ ଓଡିଶା ର ତତ୍କାଳୀନ ମୁଖ୍ୟ ଶାସନ ସଚିବ, ଶିକ୍ଷା ବିଭାଗ ର ସଚିବ, ରାଜ୍ୟ ପ୍ରକଳ୍ପ ଅଧିକାରୀ ଓ ବିଭିନ୍ନ ବିଭାଗ ର ବରିଷ୍ଠ ଅଧିକାରୀ ମାନଙ୍କ ଉପସ୍ଥିତି ରେ ଅନୁମୋଦିତ ହୋଇଥିଲେ ମଧ୍ୟ ଏବେ ଯାଏଁ ରାଜ୍ୟ ପ୍ରଶାସନ କିମ୍ବା ବିଭାଗୀୟ ଅଧିକାରୀ ମାନେ ଏହାକୁ ଉପରୋକ୍ତ କର୍ମଚାରୀଙ୍କ କ୍ଷେତ୍ର ରେ କାର୍ଯ୍ୟକାରୀ କରିବା ପାଇଁ ତିଳେ ମାତ୍ରେ କର୍ଣ୍ଣପାତ କରୁନାହାନ୍ତି l ତେଣୁ ଏଭଳି ବିଭାଗୀୟ ଅବହେଳା ରେ ହାତୋତ୍ସlୟିତ ଓ ନ୍ୟାର୍ଯ୍ୟତିତ ହୋଇ ୧୫୦ ରୁ ଉର୍ଦ୍ଧ ହିସାବ ରକ୍ଷକ ଓ ୨ ଜଣ ଏମ ଆଇ ଏସ ସଂଯୋଜକ ଅନ୍ୟାୟ ବିରୁଦ୍ଧରେ ନ୍ୟାୟ ପାଇବା ଆଶା ନେଇ ୨୦୧୯ ମସିହାରେ ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟଳୟ ର ଦ୍ୱାରସ୍ଥ ହୋଇଥିଲେ ଏବଂ ଦୀର୍ଘ ୫ ବର୍ଷ ର ନ୍ୟାୟିକ ଲଢେ଼ର ପରେ ଆବେଦନକାରୀ ଓ ପ୍ରତିପକ୍ଷ ର ଯୁକ୍ତି ଗୁଡିକ ଶୁଣିବା ପରେ ସମସ୍ତ ତଥ୍ୟ କୁ ବିଚାର କୁ ନେଇ ମାନ୍ୟବର ଉଚ୍ଚ ନ୍ୟାୟଳୟ ଙ୍କ ଜଣିକିଆ ଖଣ୍ଡପୀଠ ଗୋଟିଏ କେନ୍ଦୀୟ ଓ ରାଜ୍ୟ ମିଳିତ ଯୋଜନା ରେ ହିଁ କାର୍ଯ୍ୟ କରୁଥିବା ଜିଲ୍ଲା ଓ ରାଜ୍ୟ କର୍ମଚାରୀ ଙ୍କ ଭଳି ସମାନ କାମ କୁ ସମାନ ଦରମା ବ୍ଲକ ସ୍ତରୀୟ ହିସାବ ରକ୍ଷକ ଓ ଏମ ଆଇ ଏସ ସଂଯୋଜକ ମାନଙ୍କୁ ଦିଆଯାଉବୋଲି ୨୦୨୩ ମସିହା ଆଗଷ୍ଟ ମାସ ରେ ଆବେଦନକାରୀଙ୍କ ସପକ୍ଷରେ ରେ ରାୟ ପ୍ରଦାନ କରିଥିଲେ କିନ୍ତୁ ଅଦାଲତ ଙ୍କ ଏହି ରାୟ କୁ ମଧ୍ୟ ବିଭିନ୍ନ ପ୍ରକାର ଆଳ ଦେଖାଇ ଓସେପା ରାଜ୍ୟ ପ୍ରକଳ୍ପ ଅଧିକାରୀ ଅଗ୍ରାହ୍ୟ କରିଦେଇଛନ୍ତି l
ନିଜର ନ୍ୟାର୍ଯ୍ୟ ଦାବି କୁ ପୂରଣ କରିବା ନିମନ୍ତେ ସମ୍ପୃକ୍ତ ଜିଲ୍ଲା ଅଧିକାରୀ ମାନଙ୍କ ଠାରୁ ଆରମ୍ଭ କରି ରାଜ୍ୟ ପ୍ରଶାସନ ର ସମସ୍ତ ଉଚ୍ଚ ଅଧିକାରୀ, ମାନ୍ୟବର ଓଡିଶା ର ରାଜ୍ୟପାଳ ଓ ଦେଶ ର ମହାମହିମ ରାଷ୍ଟ୍ରପତି ଙ୍କୁ ଅଭିଯୋଗ ପତ୍ର ଦିଆଗଲେ ପରେ ବି କର୍ମଚାରୀ ମାନଙ୍କୁ ନ୍ୟାୟ ପ୍ରଦାନ ଦିଗରେ କୌଣସି ସକାରାତ୍ମକ ପଦକ୍ଷେପ କୌଣସି ବି ଅଧିକାରୀ ଆଜି ଯାଏଁ ଗ୍ରହଣ କରୁ ନାହାନ୍ତି ଯାହା ଦ୍ୱାରା କର୍ମଚାରୀ ମାନେ ସମ୍ପୂର୍ଣ ରୂପରେ ନିରୁତ୍ସାହିତ ହେବା ସହିତ ମାନସିକ ସ୍ତରରେ ଭାଙ୍ଗି ପଡିଛନ୍ତି ଓ ଏଭଳି ଦୁଃଖ ଦାୟକ ସ୍ଥିତି ରେ ଶିକ୍ଷା ବିଭାଗ ଓ ରାଜ୍ୟ ସରକାର ଙ୍କ ପାଇଁ ସମ୍ମର୍ପଣ ଓ ଉତ୍ସଗ୍ୟକୃତ ମନୋଭାବ ରେ ସେବା ଓ କାର୍ଯ୍ୟ କରିବା ଆଉ ସମ୍ଭବପର ହୋଇ ପାରୁନି l
ବହୁ ପ୍ରତୀକ୍ଷିତ ଜାତୀୟ ଶିକ୍ଷା ନୀତି ୨୦୨୦ କୁ ନୂତନ ଭାବରେ ଓଡିଶା କୁ ଆସିଥିବା ଡବଲ ଇଞ୍ଜିନ ର ସରକାର ଆଗାମୀ ଶିକ୍ଷା ବର୍ଷ ୨୦୨୫-୨୦୨୬ ରେ କାର୍ଯ୍ୟକାରୀ କରେଇବା ପାଇଁ ନିଷ୍ପତି ନେବା ସହିତ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି ଏବଂ ଆଗାମୀ ଦିନରେ ଏହାର ସଫଳ ରୂପାୟନ ପାଈଁ ଏହି ବ୍ଲକ ସ୍ତର ରେ ଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ କାର୍ଯ୍ୟରତ ଉଚ୍ଚ ଶିକ୍ଷିତ ଓ ବୈଷୟିକ କର୍ମଚାରୀ ଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଅଛି l ଇତି ମଧ୍ୟରେ କେନ୍ଦ୍ର ସରକାର ଅଷ୍ଟମ ବେତନ କମିଶନ ପାଇଁ କମିଟି ତିଆରି କରି ଆଗାମୀ ବର୍ଷ ରେ ସରକାରୀ କର୍ମଚାରୀଙ୍କ ଦରମା କ୍ଷେତ୍ର ରେ ଲାଗୁ କରିବା ପାଇଁ ପଦକ୍ଷେପ ନେବାକୁ ପ୍ରକ୍ରିୟା ଆରମ୍ଭ କରିସାରିଲେଣି କିନ୍ତୁ ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଏହି ବ୍ଲକ ସ୍ତରୀୟ କର୍ମଚାରୀ ମାନଙ୍କୁ 2008 ମସିହା ରାଜ୍ୟ ଷଷ୍ଠ ବେତନ କମିଶନ ହାରରେ ମଧ୍ୟ ଦରମା ଦିଆଯାଉନାହିଁ ଓ ଏଥିରୁ ସ୍ପଷ୍ଟ ଭାବରେ ପ୍ରମାଣିତ ହେଉଛି ଯେ ଦୀର୍ଘ ଦିନ ଧରି ଶିକ୍ଷା ବିଭାଗ ଓ ପ୍ରଶାସନିକ ଅବହେଳା ର ଏମାନେ ଶିକାର ହେବା ସହିତ ଶୋଷିତ ହେଉଛନ୍ତି ଯାହାକି ଉକ୍ତ କର୍ମଚାରୀ ମାନଙ୍କ ମୌଳିକ ଓ ସମ୍ବିଧାନିକ ଅଧିକାର କୁ କ୍ଷୁର୍ଣ କରୁଅଛି l
ତେଣୁ ମିଳିତ ସଂଘ ର କର୍ମ କର୍ତ୍ତା ଓ ସମସ୍ତ କର୍ମଚାରୀ ମାନେ ନିଜର ନ୍ୟାୟୋଚିତ ଓ ଯଥାର୍ଥ ଦାବି ପୂରଣ କରିବା ପାଇଁ ଓଡିଶା ର ଲୋକ ପ୍ରିୟ ଓ ଆଦରଣୀୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ହସ୍ତକ୍ଷେପ ଲୋଡିଛନ୍ତି ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ସଂଘ ର ଦାବି ଗୁଡିକୁ ସହୃଦୟର ର ସହିତ ବିଚାର କରି ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ନିମନ୍ତେ ଆଶୁ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଅନୁରୋଧ କରିଛନ୍ତିି।