
ବରଗଡ଼୨୨/୧(ନବୀନ କୁମାର ଦାଶ):ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ଦଶମ ଶ୍ରେଣୀ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଜି ଶୁକ୍ରବାର ଠାରୁ ଆରମ୍ଭ ହୋଇ ଯାଇଛି।ଅତାବିରା ବ୍ଲକରେ ପରୀକ୍ଷାର୍ଥୀମାନେ ଉତ୍ସାହର ସହ ପରୀକ୍ଷା ଦେଇଥିବା ସୁଚନା ମିଳିଛି।
ଅତାବିରା ବ୍ଲକ ରେ ସର୍ବମୋଟ୍ ୧୦ଗୋଟି ପରୀକ୍ଷା କେନ୍ଦ୍ର ରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇ ଥିବାବେଳେ ପ୍ରଥମ ଦିନରେ ବ୍ଲକର ୧୭୧୭ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୩୫ଜଣ ଅନୁପସ୍ଥିତ ରହିଥିବା ଜଣାପଡିଛି।ନୋଡାଲ କେନ୍ଦ୍ରର ଷ୍ଟ୍ରଙ୍ଗରୁମ୍ ରେ ପ୍ରଶ୍ନପତ୍ରକୁ ରଖାଯାଇ ଥିବାବେଳେ ସେଠାରେ ୨୪ ଘଣ୍ଟିଆ କଡା ପୁଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଛି।ନୋଡାଲ ସେଣ୍ଟରରୁ ପ୍ରଶ୍ନପତ୍ର ନିଆଯାଇ ପରୀକ୍ଷା କେନ୍ଦ୍ରଗୁଡିକରେ ପହଞ୍ଚା ଯାଉଛି।ଏଥିପାଇଁ ସ୍ୱତନ୍ତ୍ର ଭାବେ ୩ଟି ଟିମ୍ ଗଠନ କରାଯାଇଛି।ଟିମ ଗୁଡିକୁ ଆବଣ୍ଟିତ ହୋଇଥିବା ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚାଇବା ଓ ପରୀକ୍ଷା ପରେ ସେଠାରୁ ଉତ୍ତର ଖାତା ଆଣି ନୋଡାଲ ସେଣ୍ଟରରେ ପହଞ୍ଚାଇବା ଦାୟିତ୍ୱ ଦିଆଯାଇଥିଲା। ନୋଡାଲ ସେଣ୍ଟରରେ ଥିବା ଷ୍ଟ୍ରଙ୍ଗରୁମରେ କଡା ସୁରକ୍ଷା ମଧ୍ୟରେ ଉତ୍ତର ଖାତାକୁ ରଖାଯାଇଛି।
ଏଥି ମଧ୍ୟରୁ ଅତାବିରା ବାଳକ ଉଚ୍ଚ ବିଦ୍ୟାଳୟ ରେ ୧୯୯ଜଣ, ବାଳିକା ଉଚ୍ଚ ବିଦ୍ୟାଳୟ ରେ ୧୮୯, ଝିଲିମିଣ୍ଡା ଉଚ୍ଚ ବିଦ୍ୟାଳୟ ରେ ୧୫୫, ଗୋଡଭଗା ଜନତା ଉଚ୍ଚ ବିଦ୍ୟାଳୟ ରେ ୧୩୫,ଲହଣ୍ଡା ଉଚ୍ଚ ବିଦ୍ୟାଳୟ ରେ ୨୨୭,ଦେବାହା ଲ ବୀର ସୁରେନ୍ଦ୍ର ସାଏ ଉଚ୍ଚ ବିଦ୍ୟାଳୟ ରେ ୧୭୪, ପତ୍ରାପାଲି ରେ ୧୦୯,ଲରମ୍ଭା ରେ ୧୯୮,ଲସ୍ତଲା ରେ ୧୬୬ ଓ କାଦୋ ବାହାଲ ରେ ୧୬୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।ସମସ୍ତ ପରୀକ୍ଷା କେନ୍ଦ୍ର ମାନଙ୍କରେ ଥିବା ପ୍ରଧାନ ଶିକ୍ଷକ ମାନେ ସୂପରିଷ୍ଟଣ୍ଡାନ ଦାୟିତ୍ଵ ତୁଲାଇଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପରିଚାଳନା କରିଥିଲେ।



