ପ୍ରତି ବ୍ଲକରେ ଦିବ୍ୟାଙ୍ଗ ମାନଙ୍କ ପାଇଁ ପଞ୍ଜିକରଣ କେନ୍ଦ୍ର ଖୋଲାଯାଉ…

ବରଗଡ଼୨୨/୨(ନବୀନ କୁମାର ଦାଶ): ସ୍ଥାନୀୟ ଜିଲ୍ଲା ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ରେ ହୋଇଥିବା ମାସିକ କାର୍ଯ୍ୟକାରିଣୀ ସଭା ରେ ଅନେକ ଗରୁତ୍ୱପୂର୍ଣ କାର୍ଯ୍ୟକ୍ରମ ଯଥା ପ୍ରତିଷ୍ଠା ଦିବସ ପାଳନ, ସ୍ୱାସ୍ଥ୍ୟ ସେବା ଶିବିର, ପୋଲିସ ପରିଚୟ ପତ୍ର ପ୍ରଦାନ ରେ ନିଷ୍କ୍ରିୟତା ପାଇଁ ସମ୍ବଲପୁର ଉତ୍ତରାଞ୍ଚଳ ଡ଼ି ଆଇ ଜି ଙ୍କୁ ସାକ୍ଷାତକାର ଆଦି ଉପରେ ଆଲୋଚନା ହୋଇ ନିଷ୍ପତି ନିଆଗଲା।

ତନମଧ୍ୟରୁ କେବଳ ମୁଖ୍ୟ ଚିକିତ୍ସାଳୟ କେନ୍ଦ୍ରରେ ଦିବ୍ୟାଙ୍ଗ ମାନଙ୍କ ପଞ୍ଜିକରଣ ପ୍ରମାଣପତ୍ର ପରିବର୍ତ୍ତେ ପ୍ରତି ବ୍ଲକରେ ପର୍ଯ୍ୟାୟ କ୍ରମେ ପୂର୍ବ ସୂଚିତ ଦିବସରେ ଦିବ୍ୟାଙ୍ଗ ମାନଙ୍କ ପଞ୍ଜିକରଣ ପ୍ରମାଣପତ୍ର ଦିଆଗଲେ ବହୁ ଗରିବ ଦିବ୍ୟାଙ୍ଗ ଉପକୃତ ହୋଇପାରିବେ ବୋଲି ଗୁରୁତ୍ୱ ସହ ସଭାପତି ପ୍ରମୋଦ ଝାଙ୍କର ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ।ଭଟଲି ବ୍ଲକ ସଂଘ ନବ ନିର୍ବାଚିତ ସମ୍ପାଦକ ମୋତିଲାଲ ବନଛୋର ଙ୍କୁ ଉପଢୌକନ ଓ ପୁଷ୍ପଗୁଛ ସହ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ସଭାରେ ଅନ୍ୟ ମାନଙ୍କ ମଧ୍ଯରେ ସର୍ବଶ୍ରୀ ଗୋବିନ୍ଦ ଦାଶ, ଗୈାର ଚନ୍ଦ୍ର କର, ଶୁଶିଲ ମହାପାତ୍ର, ପ୍ରଶନ୍ନ ପ୍ରଧାନ, ତୁଳସୀ ଚରଣ ଦାଶ, ପବିତ୍ର ସରାଫ, ଲୋକନାଥ ଆଚାର୍ଯ୍ୟ, ଦେବୀ ପଟ୍ଟନାୟକ, ଉମାକାନ୍ତ ସାହୁ, ହିମାଂଶୁ ଶେଖର ପାଣ୍ଡେ, ଜଗଦୀଶ ସାହୁ, ସୁରେନ୍ଦ୍ର ସାହୁ,ସାଧୂ ଦାଶ, ପ୍ରଦୀପ ସାହୁ ଆଦି ଉପସ୍ଥିତ ଥିଲେ।ଶେଷରେ ଶ୍ରୀ କାହ୍ନୁ ଚରଣ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ।

ସେୟାର କରନ୍ତୁ

Next Post

ପରଲୋକରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ମାୟାଧର ରାଉତ

Sat Feb 22 , 2025
ବାସ୍ତବ ବ୍ୟୁରୋ: ପରଲୋକରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ମାୟାଧର ରାଉତ। ଦିଲ୍ଲୀସ୍ଥିତ ବାସଭବନରେ ତାଙ୍କର ୯୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଓଡିଶୀ ନୃତ୍ୟ ପ୍ରତି ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏଥି ସହିତ ସେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଥିଲେ। ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ଦିଗରେ ମାୟାଧର ପ୍ରୟାସ କରିଥିଲେ।  ମାୟାଧର ରାଉତ କଟକ ଜିଲ୍ଲାରେ ୧୯୩୦ ମସିହା […]

You May Like

Breaking News

Pin It on Pinterest