ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୧୧୯ତମ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ…

ମେଦ ବହୁଳତାରୁ ଦୂରେଇ ନିଜକୁ ଫିଟ ରଖିବା: ମନମୋହନ ସାମଲ
 ଛାତ୍ରୀଛାତ୍ରଙ୍କ ମଧ୍ୟରେ ମହାକାଶ ବିଜ୍ଞାନ ପ୍ରତି ରୁଚି ବଢ଼ିଛି
 ନାରୀଶକ୍ତି ଦେଶକୁ ସମୃଦ୍ଧ ଓ ସମ୍ପନ୍ନ କରୁଛି
 ଏଆଇ କ୍ଷେତ୍ରରେ ଭାରତକୁ ଆଗେଇ ନେବାକୁ ଆହ୍ୱାନ

ଭୁବନେଶ୍ୱରତା.୨୩/୦୨: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ମନ କି ବାତ” କାର୍ଯ୍ୟକ୍ରମର ୧୧୯ତମ ସଂସ୍କରଣରେ ଇସ୍ରୋର ସଫଳତା ବଖାଣିବା ସହ ଏଆଇ ଟେକ୍ନୋଲୋଜିରେ ଭାରତ ଭୂମିକା,ନାରୀ ସମ୍ମାନ ଓ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେଇଛନ୍ତି ବିଶେଷ କରି ମେଦବହୁଳତା ଉପରେ ଚିନ୍ତା ପ୍ରକଟ କରି ଏଥିରୁ ମୁକ୍ତି ପାଇବା ପାଇଁ ଅନେକଗୁଡ଼ିଏ ପରାମର୍ଶ ଦେଇଛନ୍ତି ।

ଛୋଟପିଲାଙ୍କ କ୍ଷେତ୍ରରେ ଏହା ୪ ଗୁଣା ବଢୁଥିବାରୁ ସେମାନେ କିପରି ଅଧିକ ଫିଟ ରହିବେ ସେଥିପାଇଁତ୍ତଯତ୍ନବାନ ହେବାକୁ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।ଶ୍ରୀ ସାମଲ କହିଛନ୍ତି, ବିଜେପି ସରକାର ସବୁବେଳେ ନାରୀମାନଙ୍କୁ ସର୍ବୋଚ୍ଚ ସମ୍ମାନ ଦେଉଥିବାବେଳେ ନାରୀ ସଶସ୍ତ୍ରୀକରଣକୁ ଗୁରୁତ୍ୱ ଦେଇଆସିଛି । ନାରୀଶକ୍ତି ଦେଶକୁ ସମୃଦ୍ଧ ଓ ସମ୍ପନ୍ନ କରୁଛି । ଏବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି “ମନ କି ବାତ” କାର୍ଯ୍ୟକ୍ରମରେ ଉଲ୍ଲେଖ କରିଛନ୍ତି । ମାର୍ଚ୍ଚ ୮ ନାରୀ ସମ୍ମାନ ଦିବସରେ ମୋଦିଜୀ ତାଙ୍କ ସୋସିଆଲ ମିଡିଆ ଆକାଉଂଟକୁ କେତଜଣ ପ୍ରତିଷ୍ଠିତ ଏବଂ ପ୍ରେରଣାଦାୟୀ ମହିଳାଙ୍କୁ ସମର୍ପିତ କରିବେ ବୋଲି ଘୋଷଣା କରିଛନ୍ତି । ଏହା ନାରୀ ସମ୍ମାନ ପ୍ରତି ମୋଦିଜୀଙ୍କ ଉତ୍ସଗୀକୃତ ମନୋଭାବକୁ ପ୍ରଦର୍ଶିତ କରୁଛି ।

ସେହିପରି ଇସ୍ରୋର ୧୦୦ତମ ରକେଟ୍ ଲଂଚ ଏବଂ ୧୦ ବର୍ଷରେ ୪୦୦ରୁ ଅଧିକ ସାଟେଲାଇଟ୍ ଲଂଚ ବିଷୟରେ କହି ଛାତ୍ରୀଛାତ୍ରଙ୍କ ମଧ୍ୟରେ ମହାକାଶ ବିଜ୍ଞାନ ପ୍ରତି ରୁଚି ବଢ଼ାଇଛନ୍ତି । ଏଥିସହ ଏଆଇ କ୍ଷେତ୍ରରେ ଭାରତ ଆହୁରି ଆଗକୁ ବଢ଼ିବାକୁ ମୋଦିଜୀ ଆଶାବ୍ୟକ୍ତ ଦେଇଛନ୍ତି । ତାଙ୍କର ଏହି ଆଶା ପୂରଣ କରିବା ପାଇଁ ସଭିଏଁ ଆଗେଇ ଆସନ୍ତୁ ବୋଲି ଶ୍ରୀ ସାମଲ ଆହ୍ୱାନ ଦେଇଛନ୍ତି ।
ଭଦ୍ରକ ଜିଲ୍ଲା କାର୍ଯ୍ୟାଳୟରେ ଶ୍ରୀ ସାମଲ “ମନ କି ବାତ” କାର୍ଯ୍ୟକ୍ରମ ଶୁଣିଥିଲେ । ଏହି ଅବସରରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ଅନେକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

ସେୟାର କରନ୍ତୁ

Next Post

ଭେଡେନ ରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର...

Mon Feb 24 , 2025
ବରଗଡ଼୨୪/୨(ନବୀନ କୁମାର ଦାଶ):ଭେଡ଼େନ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ମିଳିତ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ଗୋୟଲ ଏବଂ ଆରକ୍ଷୀ ଅଧ୍ୟକ୍ଷ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନାଙ୍କ ସମେତ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟ କୁମାର ଲୁହା,ବରଗଡ଼ ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ଡେ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ନିରୂପମା […]

You May Like

Pin It on Pinterest