ଆର୍ଥିକ ସଚେତନତା ଓ ଆର୍ଥିକ ଅନ୍ତର୍ଭୁକ୍ତ କରଣ କାର୍ଯ୍ୟକ୍ରମ….

ସନ୍ତୋଷ ପାତ୍ର(ଭବାନୀପାଟଣା):ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହରେ ଆର୍ଥିକ ସଚେତନତା ଓ ଆର୍ଥିକ ଅନ୍ତର୍ଭୁକ୍ତ କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଯୋଗଦେଇ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ। ସହକାରୀ ନିର୍ଦ୍ଦେଶକ ଜିଲ୍ଲା ଆର୍ଥିକ ସେବା ଓ ସ୍ଵଳ୍ପ ସଞ୍ଚୟ ବିବେକାନନ୍ଦ ମହାନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ବିଭିନ୍ନ ସ୍ଵଳ୍ପ ସଞ୍ଚୟ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ।

ଏଥିରେ ପୋଷ୍ଟାଲ ସୁପରିଣ୍ଟେଣ୍ଡେଣ୍ଟ ସୁଶାନ୍ତ ପାଣିଗ୍ରାହୀ ଚିଟଫଣ୍ଡ କମ୍ପାନୀ ରେ ଟଙ୍କା ବିନିଯୋଗ କରିବାର ଅପକାରିତା,ଭାରତ ସରକାରଙ୍କ ଦ୍ଵାରା ପ୍ରଚଳିତ ଜୀବନ ବୀମା ଅଟଳ ପେନସନ ଯୋଜନା ବିଷୟରେ ଆଲୋକପାତ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଡାକ ବିଭାଗର ଅତିରିକ୍ତ ଉପ ଅଧିକାରୀ ବି. କେ ପଟ୍ଟନାୟକ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସୀଙ୍ଗ ରାଉତ, ବରିଷ୍ଟ ସାମ୍ବାଦିକ କାର୍ତ୍ତିକେ ଶ୍ୱର ନନ୍ଦ ,ପି. ଏଲ୍ ଉନ୍ନୟନ ଅଧିକାରୀ , ଅଭିଷେକ ପଣ୍ଡା ଙ୍କ ସମେତ ମିଶନ ଶକ୍ତି ମଣ୍ଡଳୀ ଓ ଅଙ୍ଗନବାଡି କର୍ମକର୍ତ୍ତା ସମେତ ୧୧୦ ଜଣ କର୍ମୀ ଯୋଗଦେଇଥିଲେ ।

ସେୟାର କରନ୍ତୁ

Next Post

ଧର୍ମ ପରାୟଣା ମହିଳା ଙ୍କ ପରଲୋକରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି....

Tue Feb 25 , 2025
ବାସ୍ତବବ୍ୟୁରୋ(କଟକ): କଟକ ମହାନଗର ନିଗମ ଅନ୍ତର୍ଗତ ସେକ୍ଟର -୬,ସି.ଡି.ଏ ର ଜଣାଶୁଣା ଧର୍ମପରାୟଣ ମହିଳା ଶ୍ରୀମତୀ ପ୍ରମୋଦା ମିଶ୍ର ଙ୍କ ର ଗତ ରବିବାର ଦିନ କଟକର ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସପିଟାଲ ରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା।ସ୍ବର୍ଗତାଃ ମିଶ୍ର ବିଗତ ୩ ମାସ ଧରି ଅସୁସ୍ଥ ଥିଲେ।ସେ ଓଡ଼ିଶା ପୋଲିସ୍ ବିଭାଗର ଅପରାଧ ନିୟନ୍ତ୍ରଣ ଶାଖା, କଟକ […]

You May Like

Pin It on Pinterest