
ବାସ୍ତବବ୍ୟୁରୋ(କଟକ): କଟକ ମହାନଗର ନିଗମ ଅନ୍ତର୍ଗତ ସେକ୍ଟର -୬,ସି.ଡି.ଏ ର ଜଣାଶୁଣା ଧର୍ମପରାୟଣ ମହିଳା ଶ୍ରୀମତୀ ପ୍ରମୋଦା ମିଶ୍ର ଙ୍କ ର ଗତ ରବିବାର ଦିନ କଟକର ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସପିଟାଲ ରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା।ସ୍ବର୍ଗତାଃ ମିଶ୍ର ବିଗତ ୩ ମାସ ଧରି ଅସୁସ୍ଥ ଥିଲେ।ସେ ଓଡ଼ିଶା ପୋଲିସ୍ ବିଭାଗର ଅପରାଧ ନିୟନ୍ତ୍ରଣ ଶାଖା, କଟକ ର ସୁଦକ୍ଷ ପ୍ରାକ୍ତନ ପୋଲିସ୍ ଅଧିକାରୀ ଶ୍ରୀ ବିନାୟକ ମିଶ୍ର ଙ୍କ ଧର୍ମପତ୍ନୀ।
ବିଭିନ୍ନ ଧର୍ମାନୁଷ୍ଠାନ ସହିତ ଜଡିତ ସ୍ବଃ ମିଶ୍ରଙ୍କ ବିୟୋଗରେ ଏହି ଅଞ୍ଚଳ ରେ ଶୋକର ଛାୟା ଘୋଟିଯାଇଛି। ମୃତ୍ୟୁ ଶଯ୍ୟା ନିକଟରେ ବଡ଼ପୁଅ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ର ଆଇନଜୀବୀ ଶ୍ରୀ ରମାବଲ୍ଲଭ ମିଶ୍ର, ସାନପୁଅ ପୂର୍ବତନ ସାମରିକ ଅଧିକାରୀ ଶ୍ରୀ ଦୁର୍ଗାମାଧବ ମିଶ୍ର,ବଡ଼ ଜ୍ବାଇଁ ଶ୍ରୀ ଜୟଦୀପଲାଲ୍ ମିଶ୍ର, ଆଇନଜୀବୀ, ଓଡ଼ିଶା ଉଚ୍ଚ ନ୍ୟାୟାଳୟ, ଶ୍ରୀ ସଞ୍ଜୟ କୁମାର ଶତପଥୀ, ସାମାଜିକ ଗଣମାଧ୍ୟମ ପ୍ରତିନିଧି,କଟକ, ଶିକ୍ଷାବିତ୍ ଶ୍ରୀ ଉମାକାନ୍ତ ପତି, ବ୍ରହ୍ମପୁର ର ବିଶିଷ୍ଟ ବ୍ୟବସାୟୀ ଶ୍ରୀ ଅମିତ୍ କୁମାର ମହାପାତ୍ର,କନ୍ୟା ଶ୍ରୀମତୀ ପ୍ରଭାସିନୀ ମିଶ୍ର, ଶ୍ରୀମତୀ ବିଭାଷୀନି ମିଶ୍ର, ଶ୍ରୀମତୀ ସନ୍ଧ୍ୟାରାଣୀ ମିଶ୍ର, ଶ୍ରୀମତୀ ମଧୁସ୍ମିତା ମିଶ୍ର ଙ୍କ ସହ ନାତି ନାତୁଣୀ ମାନେ ଉପସ୍ଥିତ ଥିଲେ।
ଓଡ଼ିଶା ର ବିଶିଷ୍ଟ ସଙ୍ଗୀତଜ୍ଞ ଶ୍ରୀ ମହେଶ୍ୱର ରାଓ ଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶ୍ରୀମତୀ ମିଶ୍ରଙ୍କ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶୋକସନ୍ତପ ସ୍ବାମୀ ଶ୍ରୀ ବିନାୟକ ମିଶ୍ର ଓ ପରିବାରବର୍ଗ ଙ୍କୁ ସାନ୍ତ୍ଵନା ପ୍ରଦାନ କରିବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ। ଶେଷରେ କଟକ ର ସତୀ ଚଉରା ଶ୍ମଶାନରେ ଶବ ସତ୍କାର କରାଯାଇଥିଲା।



