ଆରମ୍ଭ ହେଲା ରମଯାନ

ବାସ୍ତବ ବ୍ୟୁରୋ: ଆରମ୍ଭ ହେଲା ମୁସଲିମ ଧର୍ମାବଲମ୍ବୀଙ୍କ ପବିତ୍ର ମାସ ରମଯାନ । ଶନିବାର ଚାନ୍ଦ କମିଟିର ନିଷ୍ପତ୍ତି କ୍ରମେ ପବିତ୍ର ମାସ ର ଆରମ୍ଭ ହୋଇଚି । ଶନିବାର ତରାବି ପରେ ଉପବାସ ଆରମ୍ଭ ହୋଇଚି । ମୁସଲମାନମାନେ ବିଶ୍ୱାସ କରନ୍ତି ଯେ ୧୪୦୦ ବର୍ଷ ପୂର୍ବେ ଏହି ପବିତ୍ର ମାସ ରେ ପ୍ରଫେଟ ମହମ୍ମଦଙ୍କ ଉପରେ କୋରାନର ପ୍ରଥମ ପଂକ୍ତି ଲେଖାଯାଇଥିଲା। ପବିତ୍ର ରମଯାନ ମାସ ମୁସଲମାନମାନଙ୍କୁ ଉପବାସ ମାଧ୍ୟମରେ ଆତ୍ମ-ଶୃଙ୍ଖଳା ଅଭ୍ୟାସ କରିବାର ସୁଯୋଗ ପ୍ରଦାନ କରେ। ଏହା ଆଧ୍ୟାତ୍ମିକ ପ୍ରତିଫଳନ, ଭକ୍ତି ଏବଂ ଆତ୍ମ-ନିୟନ୍ତ୍ରଣର ସମୟ।

ପ୍ରଥମ ଦିନରେ ରାଜ୍ୟର ବିଭିନ୍ନ ମସଜିଦରେ ନମାଜ ପାଠ କରିଛନ୍ତି ରୋଜା ରଖିଥିବା ମୁସଲମାନ ଧର୍ମାବଲମ୍ବୀ ମାନେ। ମୁସଲମାନ ଧର୍ମାବଲମ୍ବୀ ମାନେ ଉପବାସ ରଖିଛନ୍ତି । ଦୋକାନ ଗୁଡ଼ିକ ରେ ଲଚ୍ଚା , ଉପମା , ଖଜୁରୀ ସହ ଫଳ ଦୋକାନ ଗୁଡ଼ିକ ରେ ଭିଡ ଜମିଛି । ସୂର୍ଯ୍ୟୋଦୟରୁ ଉପବାସ ଆରମ୍ଭ ହେବ ଓ ସୂର୍ଯ୍ୟାସ୍ତ ପରେ ଫଳ,ଲାଛା, ଖଜୁରୀ ଖାଇ ଉପବାସ ଭାଙ୍ଗିବାର ପରମ୍ପରା ରହିଛି । 

ସେୟାର କରନ୍ତୁ

Next Post

ସାରସ୍ବତ ସମାଜ, ଓଡିଶା, ଭୁବନେଶ୍ବରର ଆଲୋଚନା ଚକ୍ର...

Mon Mar 3 , 2025
ଭୁବନେଶ୍ବର/୩‌/୨୦୨୫: ସାରସ୍ବତ ସମାଜ, ଓଡିଶା, ଭୁବନେଶ୍ବର ରଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ବିଶିଷ୍ଟ ସାହିତ୍ୟିକ ତଥା କଣ୍ଠଶିଳ୍ପୀ ଭାରତୀ ଭୂଷଣ ପଟ୍ଟନାୟକ ଙ୍କ ସଭାପତିତ୍ବରେ ୟୁନିଟ ୩ଭୁବନେଶ୍ଵର ସ୍ଥିତ ଗୋଦାବରୀଶ ସାହିତ୍ୟ ସଂସଦ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ସଭା ପ୍ରାରମ୍ଭରେ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଉତ୍ତମ ମହାନ୍ତିଙ୍କ ଅମର ଆତ୍ମାର ସଦ୍ ଗତି ନିମନ୍ତେ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ, ସ୍ତମ୍ଭକାର […]

You May Like

Pin It on Pinterest