ମୁଖ୍ୟମନ୍ତ୍ରୀଙ୍କ OSD ହେଲେ କୌଶିକ ପଟ୍ଟନାୟକ

ବାସ୍ତବ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଓଏସଡି ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି  । କେନ୍ଦୁଝର ବାଂଶପାଳ ତହସିଲଦାର କୌଶିକ ପଟ୍ଟନାୟକଙ୍କୁ ମିଳିଛି ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ।

ଆଜି ୧୮ ଜଣ OAS ଅଫିସରଙ୍କ ବଦଳି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି । କୌଶିକଙ୍କର ସାଧାରଣ ପ୍ରଶାସନ ବିଭାଗକୁ ବଦଳି କରାଯାଇ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । 

ପୂର୍ବରୁ  କେନ୍ଦୁଝର ଏଡିଏମ ଥିବା  ଆଲୋକ ପ୍ରଧାନଙ୍କୁ ବଦଳି କରାଯାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୁଗ୍ମ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି କେନ୍ଦୁଝର ଉପଜିଲ୍ଲାପାଳ ଥିବା ତ୍ରିଲୋଚନ ମହାନ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଥିଲା।

ସେୟାର କରନ୍ତୁ

Next Post

ମାର୍ଚ୍ଚ ୫ରେ ଖୋଲା ରହିବ ସ୍କୁଲ

Tue Mar 4 , 2025
ବାସ୍ତବ ବ୍ୟୁରୋ: ମାର୍ଚ୍ଚ ୫ ତାରିଖରେ ପାଳନ କରାଯାଏ ପଞ୍ଚାୟତିରାଜ ଦିବସ । ଏଥିପାଇଁ ପୂର୍ବରୁ ସରକାରୀ ବେସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ଛୁଟି ରହୁଥିଲା। କିନ୍ତୁ ଏଥର ମାର୍ଚ୍ଚ ୫ ତାରିଖରେ ସମସ୍ତ ସ୍କୁଲ ଖୋଲା ରଖିବାକୁ ନିର୍ଦ୍ଦେଶ ଜାରି କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଏନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ବିଭାଗ ପକ୍ଷରୁ ଚିଠି କରାଯାଇଛି। ସୂଚନାନୁଯାୟୀ, ୨୦୨୦ ମସିହାରୁ ଓଡିଶାରେ ପ୍ରତିବର୍ଷ ମାର୍ଚ୍ଚ ୫ ତାରିଖକୁ […]

You May Like

Pin It on Pinterest