ସୁଭଦ୍ରା ଯୋଜନାରୁ ବଞ୍ଚିତ ହିତାଧିକାରୀ ଖୋଜିବାକୁ ହେବ ଡୋର ଟୁ ଡୋର କ୍ୟାମ୍ପେନ୍ : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ବାସ୍ତବ ବ୍ୟୁରୋ: ଓଡ଼ିଶା ସରକାର ସୁଭଦ୍ରା ଯୋଜନାର ଲାଭ ପାଇଁ ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୩୧ ତାରିଖ ଘୋଷଣା କରିଥିଲେ। କିନ୍ତୁ କେତେକ ହିତାଧିକାରୀ ଆବେଦନ କରିବାରେ ସମସ୍ୟାରେ ପଡ଼ିଥିବା ଖବର ଦୃଷ୍ଟିକୁ ଆସିଛି। ଏବେ ସରକାରୀ ଅଧିକାରୀମାନେ ଘରକୁ ଘର ବୁଲି ପ୍ରତ୍ୟେକ ଘରକୁ ସର୍ଭେ କରି ବାଦ୍ ପଡ଼ିଥିବା ସୁଭଦ୍ରା ହିତାଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ସାମିଲ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି।

କ୍ଷେତ୍ର ଯାଞ୍ଚ ପରେ, ଅବଶିଷ୍ଟ ମହିଳା ହିତାଧିକାରୀମାନେ ରକ୍ଷା ବନ୍ଧନରେ ଏକାଥରକେ ତିନୋଟି କିସ୍ତି ପାଇବେ। ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସରେ, ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ କିସ୍ତି ଟଙ୍କା ବଣ୍ଟନ କରାଯିବ। ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୧ କୋଟି ୮ ଲକ୍ଷ ମହିଳା ଏହି ଯୋଜନାରେ ପଞ୍ଜିକୃତ ହୋଇଛନ୍ତି।

ସେୟାର କରନ୍ତୁ

Next Post

୨୦୨୬ ଏପ୍ରିଲ ୧ରୁ ଆପଣଙ୍କ ଇ-ମେଲ,ସୋସିଆଲ୍ ମିଡିଆ ପର୍ଯ୍ୟନ୍ତ ଯାଞ୍ଚ କରିପାରିବ IT ବିଭାଗ...

Fri Mar 7 , 2025
୨୦୨୬ ମସିହା ଏପ୍ରିଲ ୧ ତାରିଖରୁ ଆୟକର ଅଧିକାରୀମାନେ ଯେକୌଣସି ବ୍ୟକ୍ତିଙ୍କ ସୋସିଆଲ ମିଡିଆ ଆକାଉଣ୍ଟ, ବ୍ୟକ୍ତିଗତ ଇମେଲ୍, ବ୍ୟାଙ୍କ, ଅନଲାଇନ୍ ନିବେଶ, ବିଜନେସ୍ ଆକାଉଣ୍ଟକୁ ଯାଞ୍ଚ କରିବା ସହିତ ଏହାର ତଦନ୍ତ କରିପାରିବେ। ମିଳିଥିବା ରିପୋର୍ଟ ମୁତାବକ , ଯଦି କୌଣସି କର୍ତ୍ତୃପକ୍ଷ ସନ୍ଦେହ କରନ୍ତି ଯେ, କୌଣସି ବ୍ୟକ୍ତି ଆୟକର ଫାଙ୍କି ଦେଇଛନ୍ତି ଏବଂ ସେହି ବ୍ୟକ୍ତିଙ୍କ ପାଖରେ କୌଣସି ଅଘୋଷିତ ଆୟ, ଟଙ୍କା, ସୁନା, ଅଳଙ୍କାର […]

You May Like

Breaking News

Pin It on Pinterest