ବାସ୍ତବ ବ୍ୟୁରୋ : ମହିଳା ଦିବସରେ ୧ କୋଟି ୬୩ ହଜାର ମହିଳାଙ୍କ ବ୍ୟାଙ୍କ ଖାତାକୁ ଗଲା ସୁଭଦ୍ରା ଟଙ୍କା । ବ୍ରହ୍ମପୁର ସମାବେଶରେ ସୁଭଦ୍ରାର ୨ୟ କିସ୍ତି ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ସଭାରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହ, ପ୍ରଭାତୀ ପରିଡ଼ାଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ ଏବଂ ସ୍ଥାନୀୟ ବିଧାୟକମାନେ ଉପସ୍ଥିତ ରହିଥିଲେ ।
ସୁଭଦ୍ରା ଯୋଜନା ପାଇଁ ୧ କୋଟି ୮ ଲକ୍ଷ ଆବେଦନ କରିଛନ୍ତି । ମାର୍ଚ୍ଚ ୩୧ ମଧ୍ୟରେ ଆବେଦନ କରିଥିବା ହିତାଧିକାରୀଙ୍କୁ ସର୍ଭେ କରି ସାମିଲ କରିବେ ସରକାର । ସେମାନଙ୍କୁ ରାକ୍ଷୀ ପୂର୍ଣ୍ଣିମାରେ ଏକାଥରକେ ୩ଟି କିସ୍ତି ଅର୍ଥାତ ୧୫ ହଜାର ଟଙ୍କା ମିଳିବ । ଜଣେ ବି ଯୋଗ୍ୟ ହିତାଧିକାରୀ ଯେପରି ଯୋଜନାରୁ ବାଦ୍ ପଡ଼ିବେନି ତାକୁ ଗୁରୁତ୍ୱ ଦେଇ ସରକାର ସବୁପ୍ରକାର ଅନୁକୂଳ ପଦକ୍ଷେପ ନେଉଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ।