କର୍ଣ୍ଣାଟକରେ ମହିଳାଙ୍କୁ ଦୁଷ୍କର୍ମ ଓ ଓଡିଆ ଯୁବକଙ୍କ ମୃତ୍ୟୁ ପ୍ରସଙ୍ଗକଂଗ୍ରେସ ଦଳର ଦୋମୁହାଁ ନୀତି….

ଓଡିଶା କଂଗ୍ରେସ ନେତୃବୃନ୍ଦ ସମବେଦନା ଜଣାଇବା ଦୂର କଥା, ସାମାନ୍ୟତମ ନିନ୍ଦା ମଧ୍ୟ କରିନାହାନ୍ତି
 ନିଜ ଅସ୍ତିତ୍ୱ ବଂଚାଇ ରଖିବା ପାଇଁ ଓଡିଶାରେ କଂଗ୍ରେସ ନେତାମାନେ ପ୍ରୟାସ ଜାରୀ ରଖି ପ୍ରତିଦିନ ଡ୍ରାମାବାଜୀ କରୁଛନ୍ତି

ବାସ୍ତବବ୍ୟୁରୋ(ଭୁବନେଶ୍ୱର): ତା.୦୯/୦୩- ଗତ କାଲି ସମଗ୍ର ବିଶ୍ୱ ଯେତେବେଳେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରୁଥିଲା, ସେତେବେଳେ କଂଗ୍ରେଶ ଶାସିତ କର୍ଣ୍ଣାଟକ ପ୍ରଦେଶରୁ ଆସିଥିବା ଏକ ଦୁଖଦଃ ସମ୍ବାଦ ସମସ୍ତଙ୍କୁ ବ୍ୟଥୀତ କରିଥିଲା । ପର୍ଯ୍ୟଟନ ପାଇଁ କର୍ଣ୍ଣାଟକ ଯାଇଥିବା ୨ ଜଣ ମହିଳାଙ୍କୁ ଦୁଷ୍କର୍ମ କରାଯାଇ ଅତ୍ୟନ୍ତ ନୃଶଂସ ଭାବେ ହତ୍ୟା କରାଯିବା ଘଟଣା ଅତ୍ୟାନ୍ତ ନିନ୍ଦନୀୟ ଓ ଲଜ୍ଜାଜନକ । ଏହି ଘଟଣାରେ ଓଡିଶାର କନ୍ଧମାଳ ଜିଲ୍ଲାର ଜଣେ ଯୁବକକୁ କେନାଲକୁ ଠେଲି ଦେଇ ହତ୍ୟା କରାଯାଇଛି । ଏହି ଅମାନବୀୟ ଘଟଣାରେ ୩ ଜଣ ସାମିଲ ଥିବାବେଳେ ବର୍ତମାନ ସୁଦ୍ଧା ଅପରାଧୀଙ୍କୁ ଗିରଫ କରିବାରେ ବିଫଳ ହୋଇଛି କର୍ଣ୍ଣାଟକ ସରକାର ।
ଅନ୍ୟ ପଟେ ଓଡିଶାରେ ମହିଳା ସୁରକ୍ଷାକୁ ପ୍ରସଙ୍ଗ କରି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରୁଥିବା କଂଗ୍ରେସ ଦଳ କର୍ଣ୍ଣାଟକ ପ୍ରସଙ୍ଗରେ ସମବେଦନା ଜଣାଇ ଦୁଃଖ ପ୍ରକାଶ କରିବା ତ ବହୁ ଦୂର କଥା, ସାମାନ୍ୟତମ ନିନ୍ଦା ମଧ୍ୟ କରିନାହାନ୍ତି । ଓଡିଶାର ଜଣେ ହେଲେ କଂଗ୍ରେସ ନେତା ପାଟି ଖୋଲିନାହାନ୍ତି । କଂଗ୍ରେସ ଦଳର ଏଭଳି ଦୋମୁହାଁ ନୀତି ନିଜ ଚେହେରାର ଅସଲ ମୁଖା ଖୋଲିଦେଇଛି । ବାସ୍ତବରେ ନିଜ ଅସ୍ତିତ୍ୱ ବଂଚାଇ ରଖିବା ପାଇଁ ଓଡିଶାରେ କଂଗ୍ରେସ ନେତାମାନେ ପ୍ରୟାସ ଜାରୀ ରଖି ପ୍ରତିଦିନ ଡ୍ରାମାବାଜୀ କରୁଛନ୍ତି ବୋଲି ଶ୍ରୀ ବିରଞ୍ଚିନାରାୟଣ ତ୍ରିପାଠୀ କହିଛନ୍ତି ।

ସେୟାର କରନ୍ତୁ

Next Post

ଆସନ୍ତା ୨୪ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ମୁର୍ମୁ

Wed Mar 12 , 2025
ବାସ୍ତବ ବ୍ୟୁରୋ: ଆସନ୍ତା ୨୪ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଗସ୍ତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ନୟାଗଡ଼ କଣ୍ଟିଲୋ ନୀଳମାଧବଙ୍କ ଦର୍ଶନ କରିବା ନେଇ ସୂଚନା ମଳିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଇନଶୃଙ୍ଖଳା ବ୍ୟବସ୍ଥା, ଅସ୍ଥାୟୀ ହେଲିପ୍ୟାଡ ଓ ଅନ୍ୟାନ୍ୟ ବ୍ୟବସ୍ଥା ପରିଚାଳନା ନେଇ ସ୍ଥିତି ସମୀକ୍ଷା କରିଛନ୍ତି ନୟାଗଡ଼ ଜିଲ୍ଲାପାଳ ଓ ଏସପି ।  ସୂଚନା ଥାଉକି, ରାଷ୍ଟ୍ରପତି ୨୪ ତାରିଖ […]

You May Like

Pin It on Pinterest