କଳଙ୍ଗା ସମ୍ପ୍ରଦାୟଙ୍କୁ ଅନୁସୂଚିତ ଜାତିର ମାନ୍ୟତା ମିଳୁ:ପ୍ରଦୀପ ପୁରୋହିତ…

ବରଗଡ଼:-୧୩.୩(ବାସ୍ତବ ଟିଭି ନବୀନ କୁମାର ଦାଶ)କଳଙ୍ଗା ସମ୍ପ୍ରଦାୟଙ୍କୁ ଅନୁସୂଚିତ ଜନଜାତି ବା ଏସ.ଟିର ମାନ୍ୟତା ଦିଆଯାଉ।କେନ୍ଦ୍ର ସରକାରଙ୍କ ନିକଟରେ ଏହି ଦାବି ରଖିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ।ଓଡ଼ିଶାରେ କଳଙ୍ଗା ସମ୍ପ୍ରଦାୟକୁ ଏସଟିର ମାନ୍ୟତା ଦିଆଯାଉ ବୋଲି ଅନେକ ଦିନରୁ ଦାବି ହୋଇ ଆସୁଛି।ଯେତେବେଳେ କି ବହୁ ପୂର୍ବରୁ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ଏହି ସମ୍ପ୍ରଦାୟଙ୍କୁ ଏସଟିରେ ସାମିଲ କରାଯାଇଛି।

କଳଙ୍ଗା ସମ୍ପ୍ରଦାୟ ମୁଖ୍ୟତଃ ଜଙ୍ଗଲ ଓ ପାହାଡ଼ିଆ ଅଂଚଳରେ ବସବାସ କରନ୍ତି।ଏମାନେ ସମାଜର ସବୁଠୁ ପଛୁଆ ଓ ବଂଚିତ ବର୍ଗ ମଧ୍ୟରୁ ଅନ୍ୟତମ।ଏହି ସମାଜର ଲୋକ ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବିକା ଭଳି ମୌଳିକ ସୁବିଧା ବଂଚିତ।ଅନୁସୂଚିତ ଜନଜାତିର ମାନ୍ୟତା ମିଳିଲେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଏମାନେ ସାମିଲ ହୋଇପାରିବେ।ଶିକ୍ଷାରେ ସଂରକ୍ଷଣ, ଆର୍ଥିକ ସହାୟତା ଓ ଅନ୍ୟ ଜନକଲ୍ୟାଣ କାରୀ ଯୋଜନାର ଲାଭ ଉଠାଇପାରିବେ କଳଙ୍ଗା ସମ୍ପ୍ରଦାୟ।

ଓଡ଼ିଶାର କଲଙ୍ଗା ସମ୍ପ୍ରଦାୟଙ୍କୁ ଧାରା ୩୪୨ ଆଧାରରେ ଅନୁସୂଚିତ ଜନଜାତି ସୂଚୀରେ ସଂଶୋଧନ କରି ଏସ ଟି ସୂଚୀରେ ସାମିଲ କରିବାକୁ ସାଂସଦ ପ୍ରଦୀପ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।ଯାହା ଫଳରେ ସେମାନଙ୍କର ସାମାଜିକ ଓ ଆର୍ଥିକ ସ୍ଥିତିରେ ସୁଧାର ଆସିପାରିବ ବୋଲି କହିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ।

ସେୟାର କରନ୍ତୁ

Next Post

ଆସନ୍ତା ୩୦ରେ ଶୁଭାରମ୍ଭ ହେବ ଅନ୍ତୋଦୟ ଗୃହ ଯୋଜନା 

Thu Mar 13 , 2025
ବାସ୍ତବ ବ୍ୟୁରୋ: ଆସନ୍ତା ୩୦ ତାରିଖରେ କଳାହାଣ୍ଡି ଜିଲ୍ଲାରୁ  ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗରିବ ଲୋକଙ୍କୁ ଅନ୍ତୋଦୟ ଗୃହ ଯୋଜନାରେ ସାମିଲ କରାଯିବ । ଭିନ୍ନକ୍ଷମ, ବିଧବା, ଦୂରାରୋଗରେ ପୀଡିତ ଥିବା ବ୍ୟକ୍ତି ଏବଂ ସହିଦ ପରିବାର ବ୍ୟକ୍ତି, ପଦ୍ମଶ୍ରୀ ପରିବାର ବ୍ୟକ୍ତି, ବନ୍ୟା ବାତ୍ୟା ଓ ଅଗ୍ନିକାଣ୍ଡ ଘଟି ଘରପୋଡି ଥିବା ବ୍ୟକ୍ତି ଏହି ଯୋଜନାରେ ସାମିଲ ହେବେ । ୫୦ ହଜାର ଲୋକଙ୍କୁ […]

You May Like

Pin It on Pinterest