ଆସନ୍ତା ୩୦ରେ ଶୁଭାରମ୍ଭ ହେବ ଅନ୍ତୋଦୟ ଗୃହ ଯୋଜନା 

ବାସ୍ତବ ବ୍ୟୁରୋ: ଆସନ୍ତା ୩୦ ତାରିଖରେ କଳାହାଣ୍ଡି ଜିଲ୍ଲାରୁ  ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗରିବ ଲୋକଙ୍କୁ ଅନ୍ତୋଦୟ ଗୃହ ଯୋଜନାରେ ସାମିଲ କରାଯିବ । ଭିନ୍ନକ୍ଷମ, ବିଧବା, ଦୂରାରୋଗରେ ପୀଡିତ ଥିବା ବ୍ୟକ୍ତି ଏବଂ ସହିଦ ପରିବାର ବ୍ୟକ୍ତି, ପଦ୍ମଶ୍ରୀ ପରିବାର ବ୍ୟକ୍ତି, ବନ୍ୟା ବାତ୍ୟା ଓ ଅଗ୍ନିକାଣ୍ଡ ଘଟି ଘରପୋଡି ଥିବା ବ୍ୟକ୍ତି ଏହି ଯୋଜନାରେ ସାମିଲ ହେବେ । ୫୦ ହଜାର ଲୋକଙ୍କୁ ଯୋଜନା ସହ ଯୋଡ଼ିବେ ସରକାର । ଏ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ସୂଚନା ଦେଇଛନ୍ତି । 

ଏଥିପାଇଁ ଅନଲାଇନ ଆବେଦନ ଖୋଲିବ । ଫୋନ୍ ନମ୍ବର ୦୬୭୪୬୮୧୭୭୭୭ ଏବଂ ୱେବ ପୋର୍ଟାଲ ମାଧ୍ୟମରେ ପଞ୍ଚାୟତ କାର୍ଯ୍ୟାଳୟରେ ବିଡ଼ିଓଙ୍କ ମାଧ୍ୟମରେ ପଞ୍ଜିକୃତ କରିପାରିବେ । ପଞ୍ଚାୟତ ମାଧ୍ୟମରେ ବିଡ଼ିଓଙ୍କ ସହିତ ଯୋଗାଯୋଗ ପାଇଁ ମନ୍ତ୍ରୀଙ୍କ ଅନୁରୋଧ କରିଛନ୍ତି ।

ସେପଟେ ମାର୍ଚ୍ଚ ୩୧ରେ ଆବାସ ସର୍ଭେର ଡେଡ୍‌ଲାଇନ । ମାର୍ଚ୍ଚ ୩୧ ଯାଏଁ ଚାଲିବ ଆବାସ ସର୍ଭେ । ଏବେ ଯାଏଁ ସର୍ଭେରେ ସାଢେ ୧୯ ଲକ୍ଷ ଲୋକ ନାମ ପଞ୍ଜିକରଣ କଲେଣି । ଏ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ସୂଚନା ହେଇଛନ୍ତି । ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସର୍ଭେ ଚାଲିଛି । ମାର୍ଚ୍ଚ ୩୧ ଯାଏଁ ଚାଲିବ । ଆହୁରି ୧୭ରୁ ୧୮ଦିନ ଥିବାରୁ ଆହୁରି ଅଧିକ ଲୋକ ସାମିଲ ହେବେ ବୋଲି ଆଶା ।

ସେୟାର କରନ୍ତୁ

Next Post

ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ...

Sun Mar 16 , 2025
ବାସ୍ତବବ୍ୟୁରୋ(ଭୁବନେଶ୍ୱର)ତା.୧୬/୦୩: ଓଡ଼ିଶାର ବିଶିଷ୍ଟ କବି ତଥା ପଦ୍ମଭୂଷଣ ପୁରସ୍କାରପ୍ରାପ୍ତ ରମାକାନ୍ତ ରଥଙ୍କ ଆଜି ପରଲୋକ ଘଟିଛି । ସେ ଦୀର୍ଘଦିନ ହେବ ଅସୁସ୍ଥ ଥିଲେ । ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା । ସ୍ୱର୍ଗତଃ ରଥ ୧୯୩୪ ଡିସେମ୍ବର ୧୩ରେ କଟକରେ ଜନ୍ମଗ୍ରହଣ କରିଥିଲେ ।ସେ୧୯୭୫ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇ ଓଡ଼ିଶାର ମୁଖ୍ୟ ସଚିବ ଭାବେ ୧୯୯୨ରେ ଅବସର ନେଇଥିଲେ ।ତାଙ୍କ ଦ୍ୱାରା ରଚିତ କବିତା ସଙ୍କଳନଗୁଡ଼ିକ […]

You May Like

Pin It on Pinterest